DGP selection: ଡିଜିପି ଚୟନ ବୈଠକ ଆଜି: କିଏ ମୁଖିଆ ହେବେ ଚିତ୍ର ସ୍ପଷ୍ଟ ହେବ, ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି

51 minutes ago 3
ARTICLE AD BOX

ଭୁବନେଶ୍ବର: ବହୁ ବାଦବିବାଦ ଭିତରେ ଓଡ଼ିଶାର ନୂଆ ଡିଜିପି ନିଯୁକ୍ତି ବାଟ ଫିଟୁଛି। ଦୌଡ଼ରେ ସବୁଠୁ ଆଗରେ ଥିବା ୧୯୯୪ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ସଞ୍ଜୀବ ପଣ୍ଡାଙ୍କ ପାଇଁ ସରକାର ରାସ୍ତା ଖୋଲୁଛନ୍ତି।  ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ନୂଆ ପୁଲିସ ଡିଜି ଚୟନ ନେଇ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ୟୁପିଏସ୍‌ସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ବୈଠକ ଅନୁଷ୍ଠିତ ହେବ। ଏଥିରେ  ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ ଓ ପୁଲିସ ଡିଜି ୱାଇ ବି ଖୁରାନିଆ ମଧ୍ୟ ଯୋଗ ଦେବେ। ଚୟନ କମିଟି ଯେଉଁ ତିନି ଜଣଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ, ସେମାନଙ୍କ ମଧ୍ୟରୁ ସରକାର ଜଣଙ୍କ ନାମରେ ମୋହର ମାରିବେ।  

ଅନ୍ୟପକ୍ଷରେ ୧୯୯୩ ବ୍ୟାଚ୍‌ର ବରିଷ୍ଠ ପୁଲିସ ଅଧିକାରୀ ସୁଶାନ୍ତ ନାଥଙ୍କ ଭିଜିଲାନ୍ସ କ୍ଲିୟରାନ୍ସକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ସରକାର ଏ ସମ୍ପର୍କରେ ୟୁପିଏସ୍‌ସିକୁ ଜଣାଇଛନ୍ତି। ଏହାଛଡ଼ା ୧୯୯୪ ବ୍ୟାଚ୍‌ର ଦୁଇ ବରିଷ୍ଠ ପୁଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ସମ୍ପର୍କରେ ମଧ୍ୟ ଚୟନ କମିଟିକୁ ଅବଗତ କରାଯାଇଛି। ଫଳରେ ବରିଷ୍ଠତା ଭିତ୍ତିରେ ପ୍ରଥମେ ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଦ୍ବିତୀୟରେ ୧୯୯୩ ବ୍ୟାଚ୍‌ର ଗୁଇନ୍ଦା ଡିଜି ଆରପି କୋଚେଙ୍କ ନାମ ଥିବା ବେଳେ ତୃତୀୟରେ ୧୯୯୪ ବ୍ୟାଚ୍‌ର ଆଣ୍ଟି ନକ୍ସଲ ଡିଜି ସଞ୍ଜୀବ ପଣ୍ଡାଙ୍କ ନାମ ରହିଛି।

୧୯୯୪ ବ୍ୟାଚ୍‌ର ଯଶବନ୍ତ ଜେଠୱା, ୧୯୯୫ ବ୍ୟାଚ୍‌ର ରିତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପିଏସ୍ ରଣପିସେ, ସନ୍ତୋଷ ବାଲା ଏବଂ ୧୯୯୬ ବ୍ୟାଚ୍‌ର ଅରୁଣ ବୋଥ୍ରା ଓ ସୁନୀତା କାକରନଙ୍କ ନାଁ ୟୁପିଏସ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ରହିଛି। ଏମାନଙ୍କ ମଧ୍ୟରୁ ଆଇପିଏସ୍ ରିତୁ ଅରୋରା, ପିଏସ୍ ରଣପିସେ ଓ ସୁନୀତା କାକରନ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଆସନ୍ତା ୧୬ ତାରିଖରେ ଡିଜିପି ଶ୍ରୀ ଖୁରାନିଆ ଅବସର ନେଉଛନ୍ତି। ଅନ୍ୟପଟେ ଡିଜି ନିଯୁକ୍ତି ସଂକ୍ରାନ୍ତରେ ସୁପ୍ରିମ‌କୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ଆଜି ହେବାକୁ ଥିବା ଶୁଣାଣି ଘୁଞ୍ଚାଇ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.