Delhi Law Minister Kapil Mishra's: ଦିଲ୍ଲୀ ଆଇନ ମନ୍ତ୍ରୀ କପିଲ ମିଶ୍ରାଙ୍କ କାର୍ଯ୍ୟାଳୟ ନିକଟରେ ଗୁଳିକାଣ୍ଡ: ଜଣେ ମୃତ, ୨୦ ରାଉଣ୍ଡ ଗୁଳିଚାଳନା

2 hours ago 1
ARTICLE AD BOX

ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଖଜୁରି ଖାସ୍‌ ଅଞ୍ଚଳରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁଳିକାଣ୍ଡ ଦିଲ୍ଲୀ ଆଇନମନ୍ତ୍ରୀ କପିଲ ମିଶ୍ରାଙ୍କ କାର୍ଯ୍ୟାଳୟ ନିକଟରେ ହୋଇଛି।

 ଜଣେ ମୃତ, ୨୦ ରାଉଣ୍ଡ ଗୁଳିଚାଳନା

ନୂଆଦିଲ୍ଲୀ: ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଖଜୁରି ଖାସ୍‌ ଅଞ୍ଚଳରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁଳିକାଣ୍ଡ ଦିଲ୍ଲୀ ଆଇନମନ୍ତ୍ରୀ କପିଲ ମିଶ୍ରାଙ୍କ କାର୍ଯ୍ୟାଳୟ ନିକଟରେ ହୋଇଛି। ଏଠାରେ ବିଜେପିର ଏକ କାର୍ଯ୍ୟାଳୟ ମଧ୍ୟ ଅଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ମୋଟରସାଇକଲ୍‌ରେ ଦୁଇଜଣ ଆତତାୟୀ ଆସି ସମୀର ନାମକ ଜଣେ ବ୍ୟକ୍ତି ଉପରକୁ ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଆହତ ସମୀରକୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।  ସମୀର ଛିଡ଼ା ହୋଇଥି‌ବା ସମୟରେ ଆକ୍ରମଣକାରୀମାନେ ଗୁଳି ଚଳାଇ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ।

ଗୁଳିକାଣ୍ଡ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ପ୍ରମାଣ ସଂଗ୍ରହ କରିଛି। ହତ୍ୟାକାଣ୍ଡ ପଛର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ତେବେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାଯାଇଛି ଯେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ମୁଖ୍ୟତଃ ସମୀରକୁ ଟାର୍ଗେଟ କରିଥିଲେ। ପୁଲିସ ଆକ୍ରମଣକାରୀକୁ ଚିହ୍ନଟ ଏବଂ ହତ୍ୟା ପଛର କାରଣ ଜାଣିବା ପାଇଁ ଉଦ୍ୟମ ଚଳାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.