Delhi Government: ଦିଲ୍ଲୀରେ ଏଣିକି ଆଧାର କାର୍ଡ ବିନା ମିଳିବ ସରକାରୀ ଯୋଜନାର ଲାଭ, ଜାଣନ୍ତୁ କେଉଁ ଡକ୍ୟୁମେଣ୍ଟ ହେବ ବୈଧ

13 hours ago 3
ARTICLE AD BOX

ନୂଆଦିଲ୍ଲୀ: ସରକାରୀ ଯୋଜନାର ଲାଭ ପାଇବା ପାଇଁ ଆଉ ବାଧ୍ୟତାମୂଳକ ହେବନାହିଁ ଆଧାର କାର୍ଡ। ଏଣିକି ଆଧାର କାର୍ଡ ନଥିଲେ ମଧ୍ୟ ଦିଲ୍ଲୀର ନାଗରିକମାନେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରିବେ। ଏଥିପାଇଁ ଦିଲ୍ଲୀ ସରକାର ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ସରକାରଙ୍କ ପକ୍ଷରୁ ୟୁନିଫାଏଡ୍ ସିଟିଜେନ୍ ଡାଟା ପ୍ଲାଟଫର୍ମକୁ ଆନୁଷ୍ଠାନିକ ମଞ୍ଜୁରି ମିଳିଛି। ଏହାଦ୍ୱାରା ସରକାରୀ ଯୋଜନାର ହିତାଧିକାରୀଙ୍କ ସମସ୍ତ ତଥ୍ୟ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ।

ଦିଲ୍ଲୀ ସରକାରଙ୍କ ନୂଆ ବ୍ୟବସ୍ଥା
ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାର ସୁବିଧା ଯେପରି କେବଳ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ତାହା ସୁନିଶ୍ଚିତ କରିବା। ଅନେକ ସମୟରେ ଜଣେ ବ୍ୟକ୍ତି ବିଭିନ୍ନ ଯୋଜନାରେ ଏକାଧିକ ଥର ନାମ ପଞ୍ଜୀକରଣ କରି ଅନୁଚିତ ଲାଭ ଉଠାଉଥିବା ଅଭିଯୋଗ ହୁଏ। ଏଭଳି ନକଲି ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ସରକାରୀ ସହାୟତାର ଅପବ୍ୟବହାର ରୋକିବାରେ ଏହି ପ୍ଲାଟଫର୍ମ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି।

ଯୋଗ୍ୟ ନାଗରିକଙ୍କୁ ସରକାରୀ ସୁବିଧା 
ଏହି ଡିଜିଟାଲ୍ ବ୍ୟବସ୍ଥାରେ ଆଧାର କାର୍ଡର ବ୍ୟବହାର ସମ୍ପୂର୍ଣ୍ଣ ଇଚ୍ଛାଧୀନ ରହିବ। ଅର୍ଥାତ୍ ନାଗରିକଙ୍କ ଅନୁମତି ବିନା ଆଧାର ଜରିଆରେ ପରିଚୟ ଯାଞ୍ଚ କରାଯାଇପାରିବ ନାହିଁ। କୌଣସି ବ୍ୟକ୍ତି ଆଧାର ମାଧ୍ୟମରେ ନିଜର ପରିଚୟ ଯାଞ୍ଚ କରାଇବାକୁ ଚାହୁଁନଥିଲେ କିମ୍ବା ବୈଷୟିକ କାରଣରୁ ଏହା ସମ୍ଭବ ହେଉନଥିଲେ ମଧ୍ୟ ତାଙ୍କୁ ସରକାରୀ ଯୋଜନାରୁ ବଞ୍ଚିତ କରାଯିବ ନାହିଁ। ଆଧାର ନଥିବା କାରଣରୁ କୌଣସି ଯୋଗ୍ୟ ନାଗରିକଙ୍କୁ ସରକାରୀ ସୁବିଧା ପାଇବାରେ ଅସୁବିଧା ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଦେବାକୁ ପଡ଼ିବ ଆବଶ୍ୟକ ତଥ୍ୟ
ତେବେ ଆଧାର କାର୍ଡ ବଦଳରେ ଅନ୍ୟ କେଉଁ କେଉଁ ଦସ୍ତାବିଜ୍‌କୁ ପରିଚୟ ପ୍ରମାଣ ଭାବେ ଗ୍ରହଣ କରାଯିବ, ସେନେଇ ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଏଥିରେ ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପାସପୋର୍ଟ ସାମିଲ ରହିଛି। ଏହା ବ୍ୟତୀତ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅନ୍ୟ ବୈଧ ଫଟୋ ପରିଚୟପତ୍ରକୁ ମଧ୍ୟ ଗ୍ରହଣ କରାଯାଇପାରିବ। ତେବେ ଏଥିପାଇଁ ଆବଶ୍ୟକ ତଥ୍ୟ ପୂର୍ବରୁ ଦେବାକୁ ପଡ଼ିବ।

Tamil Nadu: ତାମିଲନାଡୁ ସରକାରଙ୍କ ବଡ଼ ନିଷ୍ପତ୍ତି: ୯୨,୦୦୦ରୁ ଅଧିକ ଚାଷୀ ଏବଂ ଶିକ୍ଷକଙ୍କ ବିରୋଧରେ ରୁଜୁ ହୋଇଥିବା ୬୦୦ ମାମଲା ପ୍ରତ୍ୟାହାର

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୂର୍ବରୁ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିବାବେଳେ ଏବେ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି। ନୂଆ ପ୍ଲାଟଫର୍ମ ଲାଗୁ ହେବା ପରେ ସରକାରୀ ଯୋଜନାର ତଥ୍ୟ ପରିଚାଳନା ଅଧିକ ସହଜ ଓ ସ୍ୱଚ୍ଛ ହେବା ସହ ଅଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ଯୋଜନାର ଅପବ୍ୟବହାର ରୋକାଯାଇପାରିବ ବୋଲି ଆଶା କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.