Delhi Air Quality: ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର: ଏକ୍ୟୁଆଇ ୩୦୭, 'ଅତି ଖରାପ' ଶ୍ରେଣୀରେ ରାଜଧାନୀ

2 days ago 2
ARTICLE AD BOX

ନୂଆଦିଲ୍ଲୀ: ଦୀପାବଳି ପାଳନ ପରେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏହା ଏବେ ବି 'ଅତି ଖରାପ' ଶ୍ରେଣୀରେ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର ତଥ୍ୟ ଅନୁଯାୟୀ, ମଙ୍ଗଳବାର ସକାଳ ୭ଟାରେ ରାଜଧାନୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୭ ରେକର୍ଡ କରାଯାଇଛି। 

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରବିବାର ଦୀପାବଳି ପାଳନ ପରେ ସହରରେ ପ୍ରଦୂଷଣ ସ୍ତର ବହୁମାତ୍ରାରେ ବୃଦ୍ଧି ପାଇଥିଲା ଏବଂ ସୋମବାର ଅନେକ ସ୍ଥାନରେ ଏକ୍ୟୁଆଇ ୪୦୦ ଅତିକ୍ରମ କରି 'ସଙ୍ଗୀନ' ସ୍ଥିତିରେ ପହଞ୍ଚିଥିଲା। ତେବେ ମଙ୍ଗଳବାର ସକାଳେ କମୁଥିବା ତାପମାତ୍ରା ଏବଂ ମଧ୍ୟମ ଧରଣର କୁହୁଡ଼ି କାରଣରୁ ପ୍ରଦୂଷଣ କଣିକାଗୁଡ଼ିକ ବାୟୁମଣ୍ଡଳରେ ଜମି ରହିଛି, ଯାହାଫଳରେ ବାୟୁ ସ୍ଥିତିରେ ବିଶେଷ ସୁଧାର ଆସିପାରି ନାହିଁ।

ବାୟୁ ସ୍ଥିତିରେ ଆସିପାରି ନାହିଁ ବିଶେଷ ସୁଧାର
ଚାନ୍ଦନୀ ଚୌକ୍ ଅଞ୍ଚଳରେ ସବୁଠାରୁ ଅଧିକ ପ୍ରଦୂଷଣ ଜଣାପଡ଼ିଥିବା ବେଳେ ଏଠାରେ ଏକ୍ୟୁଆଇ ୩୯୫ ରେକର୍ଡ କରାଯାଇଛି, ଯାହାକି ''ଅତି ଖରାପ'' ଶ୍ରେଣୀର ସର୍ବୋଚ୍ଚ ସୀମା ନିକଟରେ ରହିଛି। ସେହିପରି ପଞ୍ଜାବୀ ବାଗ୍ (୩୫୫), ଅୟାନଗର (୩୫୪), ସଫଦରଜଙ୍ଗ (୩୭୧) ଏବଂ ଆର.କେ. ପୁରମ୍ (୩୨୮) ରେ ମଧ୍ୟ ବାୟୁ ଗୁଣବତ୍ତା ଅତି ଖରାପ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ଆନନ୍ଦ ବିହାର (୨୯୦), ଅଶୋକ ବିହାର (୨୭୮), ନରେଲା (୨୭୨) ଏବଂ ଇଣ୍ଡିଆ ଗେଟ୍ (୨୫୮) ରେ ଏକ୍ୟୁଆଇ ''ଖରାପ'' ଶ୍ରେଣୀରେ ରେକର୍ଡ କରାଯାଇଛି।

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେରେ ଦୁର୍ଘଟଣା, ଆଉ ଜଣେ ଯବାନ ଗୁରୁତର ଆହତ

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ମଙ୍ଗଳବାର ସକାଳେ ଦିଲ୍ଲୀର ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ଏବଂ ଆଗାମୀ ୫ ଦିନ ଯାଏଁ ସମାନ ଭାବେ ମଧ୍ୟମ ଧରଣର କୁହୁଡ଼ି ଜାରି ରହିବାର ସମ୍ଭାବନା ରହିଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳ ସିଞ୍ଚନ କାର୍ଯ୍ୟକୁ ଜୋରଦାର କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.