Deepika Padukone: ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘କିଙ୍ଗ୍‌’କୁ ନେଇ ବିବାଦ, ଦୀପିକାଙ୍କ ଗେରୁଆ ପୋଷାକକୁ ନେଇ ବିଜେପି ବିଧାୟକଙ୍କ ଆପତ୍ତି

4 days ago 4
ARTICLE AD BOX

ମୁମ୍ବାଇ: ଶାହରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍‌’ ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଆସିଛି। ଦୀପିକା ପାଦୁକୋନ୍‌ଙ୍କ ଏକ ପୋଷାକକୁ ନେଇ ଏଭଳି କ’ଣ ଦେଖିଲେ ଯେ ବିଜେପି ବିଧାୟକ ରବିନ୍ଦର ସିଂହ ନେଗୀ କ୍ଷୁବ୍ଧ ହୋଇପଡ଼ିଲେ। ଏପରିକି ଶାହରୁଖ ଖାନ୍‌ଙ୍କୁ ନେଇ ମଧ୍ୟ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହା ନୂଆ ବିବାଦର ସୂତ୍ରପାତ କରିଛି।

ଶାହରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍‌’ ରିଲିଜ୍‌ ପୂର୍ବରୁ ବିବାଦରେ ଫସିଛି। ଫିଲ୍ମର ‘ତୁ ମିଲ୍‌ ଯାଏ’ ଗୀତରେ ଦୀପିକା ପାଦୁକୋନ୍‌ଙ୍କ ଗେରୁଆ ରଙ୍ଗର ପୋଷାକକୁ ନେଇ ପୁଣିଥରେ ବିରୋଧ ଆରମ୍ଭ ହୋଇଛି। ଦିଲ୍ଲୀର ବିଜେପି ବିଧାୟକ ରବିନ୍ଦର ସିଂହ ନେଗୀ ଏହି ଦୃଶ୍ୟକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି। ଏହା ସନାତନ ଧର୍ମର ଅପମାନ ବୋଲି ଦର୍ଶାଇ ସେ ଫିଲ୍ମରୁ ଏହି ଦୃଶ୍ୟ ହଟାଇବାକୁ ଦାବି କରିଛନ୍ତି। କେବଳ ସେତିକି ନୁହେଁ, ଶାହରୁଖ ଖାନ୍‌ଙ୍କ ଚିନ୍ତାଧାରାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଦାବି ପୂରଣ ନହେଲେ ଫିଲ୍ମକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

UntitledShah Rukh Khan's King Faces Controversy Over Deepika Padukone's Saffron Outfit Photograph: (sambad.in)

ଦୀପିକାଙ୍କ ପୋଷାକକୁ ନେଇ କାହିଁକି ଅସନ୍ତୁଷ୍ଟ ବିଜେପି ବିଧାୟକ?

ଫିଲ୍ମ ‘କିଙ୍ଗ୍‌’ର ଗୀତରେ ଦୀପିକା ପାଦୁକୋନ୍‌ ଗେରୁଆ ରଙ୍ଗର ପୋଷାକ ପିନ୍ଧି ନୃତ୍ୟ କରୁଥିବା ନଜର ଆସିଛନ୍ତି। ଏହି ଦୃଶ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପଟପଡ଼ଗଞ୍ଜର ବିଜେପି ବିଧାୟକ ରବିନ୍ଦର ସିଂହ ନେଗୀଙ୍କ କହିବା ଅନୁଯାୟୀ, ଗେରୁଆ ରଙ୍ଗ ସନାତନ ଧର୍ମ ସହ ଜଡ଼ିତ। ଏହି ରଙ୍ଗର ପୋଷାକ ପିନ୍ଧି ଏଭଳି ନୃତ୍ୟ କରିବା ଧାର୍ମିକ ଭାବନାକୁ ଆଘାତ ଦେଉଛି।

ବିଧାୟକ ଅଭିଯୋଗ କରିଛନ୍ତି ଯେ, ଫିଲ୍ମଗୁଡ଼ିକରେ ବାରମ୍ବାର ଏଭଳି ଦୃଶ୍ୟ ଦେଖାଯାଉଛି। ତାଙ୍କ କହିବା ଅନୁଯାୟୀ, ଗେରୁଆ କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱରେ ସନାତନ ଧର୍ମର ପରିଚୟର ପ୍ରତୀକ। ତେଣୁ ଫିଲ୍ମରେ ଏହାର ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ।

ଶାହରୁଖ ଖାନ୍‌ଙ୍କ ଉପରେ ଗମ୍ଭୀର ଅଭିଯୋଗ

ବିଧାୟକ ରବିନ୍ଦର ସିଂହ ନେଗୀ ନିଜ ବୟାନରେ ଶାହରୁଖ ଖାନ୍‌ଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ଅଭିନେତାଙ୍କ ଚିନ୍ତାଧାରାକୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେବା ସହ ଏହାକୁ ‘ଜିହାଦୀ ମାନସିକତା’ ସହ ଯୋଡ଼ିଛନ୍ତି। ଫିଲ୍ମରେ ଏଭଳି ଦୃଶ୍ୟ ଦେଖାଇବା ଏକ ସୁଚିନ୍ତିତ ଉଦ୍ୟମ ବୋଲି ସେ ଅଭିଯୋଗ କରିଛନ୍ତି।

ଫିଲ୍ମରେ ନୃତ୍ୟ ପାଇଁ ଗେରୁଆ ରଙ୍ଗର ପୋଷାକକୁ କାହିଁକି ବାଛି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ଶାହରୁଖ ଖାନ୍‌ଙ୍କଠାରୁ ଜବାବ ମଧ୍ୟ ଦାବି କରିଛନ୍ତି।

ଫିଲ୍ମରୁ ଦୃଶ୍ୟ ହଟାଇବାକୁ ଦାବି, ରିଲିଜ୍‌ ବିରୋଧରେ ଚେତାବନୀ

ରବିନ୍ଦର ସିଂହ ନେଗୀ ସ୍ପଷ୍ଟ କରିଛନ୍ତି ଯେ, ଫିଲ୍ମରୁ ବିବାଦୀୟ ଦୃଶ୍ୟକୁ ହଟାଇବା ଆବଶ୍ୟକ। ଏପରି ନକଲେ ଫିଲ୍ମକୁ ବୟକଟ୍‌ କରିବାକୁ ସେ ଚେତାବନୀ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ହିନ୍ଦୁ ସଂଗଠନଗୁଡ଼ିକ ସହ ମିଶି ଏହି ପ୍ରସଙ୍ଗରେ ଆଗାମୀ ପଦକ୍ଷେପ ନିଆଯିବ।

ବିଧାୟକ କହିଛନ୍ତି ଯେ, ଗେରୁଆ ରଙ୍ଗର ମର୍ଯ୍ୟାଦା ସହ କୌଣସି ସାଲିସ୍‌ କରାଯିବା ଉଚିତ୍‌ ନୁହେଁ। ଯଦି ତାଙ୍କ ଦାବି ପୂରଣ ନହୁଏ, ତେବେ ଫିଲ୍ମର ରିଲିଜ୍‌କୁ ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ ଏହା କେବଳ ବିଧାୟକଙ୍କ ପକ୍ଷରୁ ଦିଆଯାଇଥିବା ଚେତାବନୀ। ଫିଲ୍ମର ରିଲିଜ୍‌ ଉପରେ ରୋକ୍‌ ଲାଗିଥିବା ନେଇ କୌଣସି ସୂଚନା ମିଳିନାହିଁ।

‘ପଠାନ୍‌’ ସମୟରେ ମଧ୍ୟ ଦୀପିକାଙ୍କ ଗେରୁଆ ପୋଷାକକୁ ନେଇ ହୋଇଥିଲା ବିବାଦ

ଦୀପିକା ପାଦୁକୋନ୍‌ଙ୍କ ଗେରୁଆ ରଙ୍ଗର ପୋଷାକକୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ୨୦୨୩ ମସିହାରେ ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ର ‘ବେଶରମ ରଙ୍ଗ’ ଗୀତରେ ଦୀପିକାଙ୍କ ଗେରୁଆ ବିକିନିକୁ ନେଇ ବେଶ୍‌ ହଙ୍ଗାମା ହୋଇଥିଲା। ସେହି ସମୟରେ ମଧ୍ୟ ଅନେକ ସଂଗଠନ ଓ ନେତା ଫିଲ୍ମର ଗୀତକୁ ନେଇ ଆପତ୍ତି ଉଠାଇଥିଲେ।

ପ୍ରାୟ ତିନି ବର୍ଷ ପରେ ଏବେ ଫିଲ୍ମ ‘କିଙ୍ଗ୍‌’ର ଗୀତରେ ଦୀପିକାଙ୍କ ଗେରୁଆ ପୋଷାକକୁ ନେଇ ପୁଣିଥରେ ସମାନ ଧରଣର ବିତର୍କ ଆରମ୍ଭ ହୋଇଛି। ତେବେ ଉଭୟ ଫିଲ୍ମର ବିବାଦର ପରିସ୍ଥିତି ଭିନ୍ନ ଭିନ୍ନ ରହିଛି।

Kaun Banega Crorepati: ଅମିତାଭ ବଚ୍ଚନ ଅସୁସ୍ଥ; ବନ୍ଦ ହେଲା କେବିସିର ସୁଟିଂ

Read Entire Article
LEFT SIDEBAR AD

Hidden in mobile, Best for skyscrapers.