Juhi Chawla: ଏହିସବୁ ସିନେମାକୁ ‘ନା’ କରିଥିଲେ ଜୁହି ଚାୱଲା: କରିସ୍ମା କପୁରଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା

1 hour ago 1
ARTICLE AD BOX

ମୁମ୍ବାଇ: ବଲିଉଡ୍‌ରେ କ୍ୟାରିୟରର ଶୀର୍ଷରେ ପହଞ୍ଚିବା ପରେ ବି ଜୁହି ଚାୱଲା କେତେକ ଭୁଲ୍ କରିଥିଲେ, ଯେଉଁଥିଲାଗି ତାଙ୍କୁ ପରେ ଅନୁତାପ କରିବାକୁ ପଡ଼ିଥିଲା, କାରଣ ସେହି ଫିଲ୍ମ ଅନ୍ୟ ନାୟିକାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। 

ଅନେକ ସମୟରେ ଜଣେ ଅଭିନେତ୍ରୀ ଯେଉଁ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରନ୍ତି, ସେହି ଫିଲ୍ମ ଅନ୍ୟ ଜଣେ ଅଭିନେତ୍ରୀଙ୍କ ଭାଗ୍ୟ ବଦଳାଇ ଦିଏ। ୯୦ ଦଶକର ଟପ୍‌ ଅଭିନେତ୍ରୀ ଜୁହି ଚାୱଲାଙ୍କ କ୍ଷେତ୍ରରେ ମଧ୍ୟ ଏମିତି କିଛି ଘଟିଥିଲା। ନିଜ କ୍ୟାରିୟରର ଶୀର୍ଷରେ ଥିବା ସମୟରେ ସେ ‘ରାଜା ହିନ୍ଦୁସ୍ତାନୀ’ ଏବଂ ‘ଦିଲ୍ ତୋ ପାଗଲ୍ ହୈ’ ଭଳି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ। ପରେ ଏହି ଫିଲ୍ମଗୁଡ଼ିକରେ କରିସ୍ମା କପୁର ନଜର ଆସିଥିଲେ ଏବଂ ତାଙ୍କ କ୍ୟାରିୟରକୁ ଏକ ନୂଆ ପରିଚୟ ମିଳିଥିଲା। ନିଜେ ଜୁହି ଏକ ସାକ୍ଷାତକାରରେ ମଜାଳିଆ ଢଙ୍ଗରେ କହିଥିଲେ ଯେ କରିସ୍ମାଙ୍କ ଷ୍ଟାରଡମ୍‌ ପାଇଁ ସେ ହିଁ ଦାୟୀ। ନଭେମ୍ବର ୧୩ ତାରିଖରେ ଜୁହିଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ କ୍ୟାରିୟର ସହ ଜଡ଼ିତ କିଛି ରୋଚକ କଥା।

‘ରାଜା ହିନ୍ଦୁସ୍ତାନୀ’କୁ ମନା କରିଦେଇଥିଲେ

୧୯୯୬ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ଆମିର ଖାନ୍‌ ଏବଂ କରିସ୍ମା କପୁରଙ୍କ କ୍ୟାରିୟରର ଏକ ବଡ଼ ହିଟ୍‌ ଫିଲ୍ମ ଥିଲା। ଏହି ଫିଲ୍ମରେ କରିସ୍ମା ଆରତୀ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଏହି ଭୂମିକା ପାଇଁ ପ୍ରଥମେ ଜୁହି ଚାୱଲାଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଜୁହି ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ। ପରେ ଏହି ଭୂମିକା କରିସ୍ମାଙ୍କୁ ମିଳିଥିଲା। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ସଫଳତା ପାଇବା ସହ କରିସ୍ମାଙ୍କୁ ଏକ ବଡ଼ ପରିଚୟ ଦେଇଥିଲା।

୨୦୧୪ ମସିହାରେ ରେଡିଫ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଜୁହି ସ୍ୱୀକାର କରିଥିଲେ ଯେ ସେ ‘ରାଜା ହିନ୍ଦୁସ୍ତାନୀ’ ଭଳି ଏକ ସଫଳ ଫିଲ୍ମକୁ ହାତଛଡ଼ା କରିଥିଲେ। ନିଜ କ୍ୟାରିୟରର କିଛି ଭୁଲ୍‌ ନିଷ୍ପତ୍ତି ମଧ୍ୟରେ ସେ ଏହାକୁ ଗଣନା କରିଥିଲେ।

ମାଧୁରୀଙ୍କ ସହ ଦ୍ୱିତୀୟ ନାୟିକା ଭୂମିକା କରିବାକୁ ଚାହୁଁନଥିଲେ ଜୁହି

ଜୁହି ଯଶ ଚୋପ୍ରାଙ୍କ ଫିଲ୍ମ ‘ଦିଲ୍ ତୋ ପାଗଲ୍ ହୈ’କୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ୧୯୯୭ ମସିହାରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ଶାହରୁଖ ଖାନ୍‌, ମାଧୁରୀ ଦୀକ୍ଷିତ ଏବଂ କରିସ୍ମା କପୁର ନଜର ଆସିଥିଲେ। କରିସ୍ମା ଏଥିରେ ନିଶା ଚରିତ୍ରରେ ଅଭିନୟ କରିଥିଲେ। ଏହି ଭୂମିକା ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା।

ସେହି ସମୟରେ ଜୁହି ମାଧୁରୀଙ୍କ ସହ ଦ୍ୱିତୀୟ ନାୟିକା ଭୂମିକାରେ ଅଭିନୟ କରିବାକୁ ଚାହୁଁନଥିଲେ। ଏପରି କଲେ ତାଙ୍କ ଷ୍ଟାରଡମ୍‌ ପ୍ରଭାବିତ ହୋଇପାରେ ବୋଲି ସେ ଭାବୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ନିଜ ନିଷ୍ପତ୍ତିର ଭୁଲ୍‌ ବୁଝିବାକୁ ମିଳିଥିଲା। ଏହି ସାକ୍ଷାତକାରରେ ସେ ମଜାଳିଆ ଢଙ୍ଗରେ କହିଥିଲେ ଯେ କରିସ୍ମା କପୁରଙ୍କ ଷ୍ଟାରଡମ୍‌ ପାଇଁ ସେ ହିଁ ଦାୟୀ।

‘ଜୁଦାଇ’କୁ ମଧ୍ୟ କରିଥିଲେ ପ୍ରତ୍ୟାଖ୍ୟାନ

ଜୁହି ୧୯୯୭ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜୁଦାଇ’ରେ ଅଭିନୟ କରିବାକୁ ମଧ୍ୟ ମନା କରିଦେଇଥିଲେ। ଏହି ଫିଲ୍ମରେ ଅନିଲ କପୁର, ଶ୍ରୀଦେବୀ ଏବଂ ଉର୍ମିଳା ମାତୋଣ୍ଡକର ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମରେ ଶ୍ରୀଦେବୀ କାଜଲ ଚରିତ୍ରରେ ଅଭିନୟ କରିଥିଲେ। ଜୁହି ରେଡିଫ୍‌କୁ ଦେଇଥିବା ସାକ୍ଷାତକାରରେ ଏହି ଫିଲ୍ମ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ଏହି ଫିଲ୍ମରେ ଶ୍ରୀଦେବୀଙ୍କ ସହ ସେକେଣ୍ଡ ଲିଡ୍ କରିବାକୁ ରାଜି ହୋଇନଥିଲେ।

‘Ramayana’ : ବକ୍ସ ଅଫିସ୍‌ରେ ‘ରାମାୟଣ’ର ଜବରଦସ୍ତ ପ୍ରଦର୍ଶନ: ରିଲିଜ୍‌ ହେବାର ମାତ୍ର ୮ ଦିନ ମଧ୍ୟରେ ହଜାରେ କୋଟି ଟପିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.