BJP: ଆସପା ଓ ଏଆଇଏମ୍‌ଆଇଏମ୍‌ ମେଣ୍ଟ : ମିଳିପାରେ ବିଜେପିକୁ ବଡ଼ ଫାଇଦା

1 hour ago 1
ARTICLE AD BOX

ଉତ୍ତରପ୍ରଦେଶରେ ଆଜାଦ ସମାଜ ପାର୍ଟି (ଆସପା) ଏବଂ ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ମଧ୍ୟରେ ନୂଆ ମେଣ୍ଟ ଗଠନ ଘୋଷଣା ପରେ ସମାଜବାଦୀ ପାର୍ଟି (ସପା) ସବୁଠାରୁ ଅଧିକ ଚିନ୍ତିତ। ଆଉ ବିଜେପିକୁ ଏଥିରୁ ଅଧିକ ଫାଇଦା ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

 (sambad.in) bjp-may-benefit-from chandrashekhar-owaisi alliance Photograph: (sambad.in)

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜନୈତିକ ମଇଦାନରେ ଆଜାଦ ସମାଜ ପାର୍ଟି (ଆସପା) ଏବଂ ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ମଧ୍ୟରେ ନୂଆ ମେଣ୍ଟ ଗଠନ ଘୋଷଣା ପରେ ସମାଜବାଦୀ ପାର୍ଟି (ସପା) ସବୁଠାରୁ ଅଧିକ ଚିନ୍ତିତ। ଆଉ ବିଜେପିକୁ ଏଥିରୁ ଅଧିକ ଫାଇଦା ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଏହାର ମୁଖ୍ୟ କାରଣ ହେଲା ଅଳ୍ପସଂଖ୍ୟକ ଓ ଦଳିତ ଭୋଟ୍ ବିଭାଜିତ ହେବ।  ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ସହ ସମାଜବାଦୀ ପାର୍ଟି (ସପା) ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆସପା ଅଧ୍ୟକ୍ଷ ଚନ୍ଦ୍ରଶେଖର ଏବଂ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ ଯୋଡ଼ି ମୁସଲିମ୍‌ ଓ ଦଳିତ ଭୋଟରଙ୍କୁ କେବଳ ଏକ ନୂଆ ରାଜନୈତିକ ମଞ୍ଚ ନୁହେଁ, ବରଂ ଏକ ମଜଭୁତ ବିକଳ୍ପ ଦେବାର ବାର୍ତ୍ତା ମଧ୍ୟ ଦେଇଛି। ଏହି ନୂଆ ମେଣ୍ଟ ଯୋଗୁଁ ବିଜେପିର ନିର୍ବାଚନୀ ସମୀକରଣ ମଧ୍ୟ ପ୍ରଭାବିତ ହେବ ବୋଲି ଆକଳନ କରାଯାଉଛି। କିନ୍ତୁ ଏହାର ସବୁଠାରୁ ଅଧିକ ପ୍ରଭାବ ସମାଜବାଦୀ ପାର୍ଟିର ସମୀକରଣ ଉପରେ ପଡ଼ିପାରେ।

ଭୋଟ୍‌ ବିଭାଜନ ବିଜେପି ପାଇଁ ସୁଯୋଗ ସୃଷ୍ଟି କରିପାରେ

ଏହି ମେଣ୍ଟର ସଫଳତାର ସବୁଠାରୁ ବଡ଼ ମାପଦଣ୍ଡ ହେବ ଯେ ଏହା ସମାଜବାଦୀ ପାର୍ଟିର କେତେ ଭୋଟ୍‌ ନିଜ ଆଡ଼କୁ ଟାଣିବାରେ ସଫଳ ହେଉଛି। ଯଦି ମୁସଲିମ୍‌ ଭୋଟରଙ୍କ ଏକ ଅଂଶ ଓୱେସୀଙ୍କ ସହ ଏବଂ ଦଳିତ ଭୋଟରଙ୍କ ଏକ ଅଂଶ ଚନ୍ଦ୍ରଶେଖରଙ୍କ ସହ ଯାଆନ୍ତି, ତେବେ ଅନେକ ଆସନରେ ସପାର ବିଜୟ ରାସ୍ତା କଷ୍ଟକର ହୋଇପାରେ। ବିଶେଷ କରି ଯେଉଁ ଆସନଗୁଡ଼ିକରେ ବିଜେପି ଓ ସପା ମଧ୍ୟରେ କଡ଼ା ଟକ୍କର ହୋଇଥାଏ, ସେଠାରେ ମାତ୍ର କିଛି ହଜାର ଭୋଟ୍‌ର ବ୍ୟବଧାନ ମଧ୍ୟ ନିର୍ବାଚନ ଫଳାଫଳ ବଦଳାଇ ଦେଇପାରେ।ଏହାର କାରଣ ମଧ୍ୟ ସ୍ପଷ୍ଟ। ଉତ୍ତରପ୍ରଦେଶରେ ମୁସଲିମ୍‌ ଜନସଂଖ୍ୟା ପ୍ରାୟ ୧୯ ପ୍ରତିଶତ ଏବଂ ଦଳିତ ଜନସଂଖ୍ୟା ପ୍ରାୟ ୨୧ ପ୍ରତିଶତ। ଏହି ଦୁଇ ବର୍ଗର ଏକ ବଡ଼ ଅଂଶ ଏଯାଏଁ ବିଜେପି ବିରୋଧରେ ସମାଜବାଦୀ ପାର୍ଟି ସହ ରହିଆସିଛନ୍ତି। ଏଭଳି ସ୍ଥିତିରେ ନୂଆ ମେଣ୍ଟର ସକ୍ରିୟତା ବିରୋଧୀ ଦଳର ଭୋଟ୍‌ ବ୍ୟାଙ୍କରେ ଫାଟ ସୃଷ୍ଟି କରିପାରେ। ଏହାର ସିଧାସଳଖ ଫାଇଦା ବିଜେପିକୁ ମିଳିପାରେ।

Leopard Skin: ରାୟଗଡ଼ାରେ କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଚଢ଼ାଉ, ୪ ଅଭିଯୁକ୍ତ ଅଟକ

ପ୍ରକୃତରେ ସମାଜବାଦୀ ପାର୍ଟିର ନିର୍ବାଚନୀ ରଣନୀତିର ଏକ ବଡ଼ ଆଧାର ହେଉଛି ମୁସଲିମ୍‌ ଭୋଟରଙ୍କ ସମର୍ଥନ ଏବଂ ପଛୁଆ ଓ ଦଳିତ ବର୍ଗଙ୍କ ମଧ୍ୟରେ ନିଜର ପ୍ରଭାବ ବୃଦ୍ଧି କରିବା। ଓୱେସୀଙ୍କ ଏଆଇଏମ୍‌ଆଇଏମ୍‌ ମୁସଲିମ୍‌ ଭୋଟରଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ରାଜନୈତିକ ଆଧାର ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବେଳେ ଚନ୍ଦ୍ରଶେଖର ଆଜାଦ ଦଳିତ ରାଜନୀତିରେ ନିଜର ପରିଚୟକୁ ଆହୁରି ମଜଭୁତ କରିବାରେ ଲାଗିଛନ୍ତି। ତେଣେ ବିଏସପି ଓ କଂଗ୍ରେସ ବି ସମାଜବାଦୀ ପାର୍ଟିର ଭୋଟ୍ କାଟିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ପୂର୍ବରୁ ସପା-ବସପା ମେଣ୍ଟ ବିଜେପି ଟକ୍କର ଦେବାରେ ଅସଫଳ ହେବାର ନଜିର ରହିଛି। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.