Youth Olympics 2026: ଯୁବ ଅଲିମ୍ପିକ୍ସ: ଭାରତକୁ ୨ ସ୍ବର୍ଣ୍ଣ ସହ ୧୦ ପଦକ

1 hour ago 1
ARTICLE AD BOX

ଡାକାର: ସେନେଗାଲର ଡାକାରରେ ଶେଷ ହୋଇଥିବା ଯୁବ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଐତିହାସିକ ସଫଳତା ହାସଲ କରିଛନ୍ତି। ମାତ୍ର ୧୭ ଜଣିଆ ଭାରତୀୟ ଦଳରୁ ୯ ଜଣ ଖେଳାଳି ୨ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୧୦ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହା ଯୁବ ଅଲିମ୍ପିକ୍ସରେ ଭାରତର ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ। ୨୦୧୮ରେ ଭାରତ ୪୬ ଜଣିଆ ଦଳ ପଠାଇଥିଲା ବେଳେ ୧୩ ପଦକ ମିଳିଥିଲା। ଏଥର ଛୋଟ ଦଳ ନେଇ ଭାରତ ୧୦ ପଦକ ଜିତିଛି। ଏହି ସଂସ୍କରଣରେ ଅନେକ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ମିଳିଥିଲା। ଏଥର ମୁଷ୍ଟିଯୁଦ୍ଧରେ ଭାରତକୁ ପ୍ରଥମ ଥର ୨ ସ୍ୱର୍ଣ୍ଣ ପଦକ ମିଳିଛି। 

୨୭୦୦ରୁ ଊର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିଥିଲେ
ଏହି ଦୁଇ ସ୍ବର୍ଣ୍ଣ ଗୁଞ୍ଜନ (ବାଳିକା ୪୮ କେଜି) ଓ ଆମ୍ବେକର ମିତେଇ (ବାଳକ ୫୦ କେଜି) ଜିତିଥିଲେ। ସନ୍ତରଣରେ ଧୀନିଧି ଦେସିଂଘୁ (୧୦୦, ୨୦୦ ମିଟର ଫ୍ରିଷ୍ଟାଇଲ୍‌) ୨ କାଂସ୍ୟ ଜିତି ଗୋଟିଏ ସଂସ୍କରଣରେ ଯୁଗଳ ପଦକ ପାଇବାରେ ପ୍ରଥମ ଭାରତୀୟ ହୋଇଥିଲେ। ଓଡ଼ିଆ ଝିଅ ତନ୍ବୀ ପତ୍ରୀ ମଧ୍ୟ ପ୍ରଥମ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ଏକକରେ ରୌପ୍ୟ ଜିତିଥିଲେ। ବିଚ୍‌ କୁସ୍ତିରେ ଭାରତ ପାଇଁ ପ୍ରଥମ ପଦକ ତାନିୟା (ରୌପ୍ୟ) ଜିତିଥିଲେ। ଦୌଡ଼କୁଦରେ ଶୌର୍ଯ୍ୟା ଅମ୍ବୁରେ ମହିଳା ୧୦୦ ମିଟର ବାଧାଦୌଡ଼ରେ କାଂସ୍ୟ ଜିତିବାରେ ପ୍ରଥମ ହୋଇଥିଲେ। ଏହି ପ୍ରତିଯୋଗିତାରେ ୨୦୭ ଦେଶରୁ ୧୫ରୁ ୧୮ ବର୍ଷ ବୟସର ୨୭୦୦ରୁଊର୍ଦ୍ଧ୍ବ ଖେଳାଳି ୨୫ କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିଥିଲେ।

Tennis: ଡବ୍‌ଲ୍ୟୁଟିଏ ଫାଇନାଲ୍ସ: ସେମିରେ ପେଗୁଲା; ଗଫ୍‌ ନକ୍‌ଆଉଟ୍‌

ପଦକ ବିଜେତା ଭାରତୀୟ: ଆମ୍ବେକର ମିତେଇ, ଗୁଞ୍ଜନ (ସ୍ବର୍ଣ୍ଣ), ଖୁସବୁ ରଜାକଭାଇ ଦର୍ଜାଦା, ତନ୍ବୀ ପତ୍ରୀ (ରୌପ୍ୟ), ଧୀନିଧି ଦେସିଂଘୁ (୨), ରାଜକୁମାର ଲଞ୍ଚେନ୍‌ବି ଚାନୁ, ତୀର୍ଥଙ୍କ ପେଗୁ, ତାନିୟା, ଶୌର୍ଯ୍ୟା ଅମ୍ବୁରେ (କାଂସ୍ୟ)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.