ARTICLE AD BOX
ଚେନ୍ନାଇ: ଶିଶୁଦିବସ ଅବସରରେ ତାମିଲନାଡ଼ୁ ସରକାର ନିଆରା ପଦକ୍ଷେପ ନେଇଛନ୍ତି। ଶିଶୁ ଦିବସ ପାଳନର ଏକ ଅଂଶ ଭାବରେ ତାମିଲନାଡୁର ସମସ୍ତ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲରେ ପଢ଼ୁଥିବା ୬୧.୮୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ କେକ୍ ବଣ୍ଟନ କରାଯିବ।
ମୁଖ୍ୟମନ୍ତ୍ରୀ ସି ଯୋସେଫ ବିଜୟଙ୍କ ନିର୍ଦ୍ଦେଶ ପରେ, ରାଜ୍ୟ ସରକାର ଶିଶୁଦିବସ ପୂର୍ବଦିନ ଶୁକ୍ରବାର ପ୍ରାଥମିକ, ମଧ୍ୟମ, ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୧,୮୪,୫୬୬ ଛାତ୍ରଛାତ୍ରୀଙ୍କୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ କେକ୍ ଓ ଗ୍ରୀଟିଂ କାର୍ଡ ବଣ୍ଟନ କରିବା ପାଇଁ ୯.୨୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
କେକ୍ ଓ ଶୁଭେଚ୍ଛା କାର୍ଡ ବଣ୍ଟନ
ସୁଗମ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ତାମିଲନାଡୁ ସିଭିଲ୍ ସପ୍ଲାଏଜ୍ କର୍ପୋରେସନ୍ ଟେଣ୍ଡର ଜାରି କରିଥିଲା ଓ ଚାରୋଟି ପ୍ରମୁଖ ନିର୍ମାତାଙ୍କଠାରୁ କେକ୍ ସଂଗ୍ରହ କରିଥିଲା। ମାୟିଲାଡୁଥୁରାଇ, ସାଲେମ, ଥାଞ୍ଜାଭୁର, ମଦୁରାଇ, ତିରୁବନନାମାଲାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର, ତିରୁପୁର, ନିଲଗିରିସ୍, ଏରୋଡ, ନାମାକ୍କାଲ ଓ କରୁର୍ ପରି ୧୨ଟି ଜିଲ୍ଲାରେ ଛାତ୍ରଛାତ୍ରୀ ମୋଟ ୪୫ ଗ୍ରାମର ଦୁଇଟି ପ୍ୟାକେଟ ଲେଖାଏଁ କେକ୍ ପାଇବେ। କିନ୍ତୁ ଅନ୍ୟ ଜିଲ୍ଲାର ଛାତ୍ରଛାତ୍ରୀମାନେ ୪୫ ଗ୍ରାମ ଓଜନର ଗୋଟିଏ ଲେଖାଏଁ କେକ୍ ପ୍ୟାକେଟ ପାଇବେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଛାତ୍ରଛାତ୍ରୀମାନଙ୍କୁ କେକ୍ ଓ ଶୁଭେଚ୍ଛା କାର୍ଡ ବଣ୍ଟନ କରିବେ ଓ ନଭେମ୍ବର ୧୩ରେ ଶିଶୁ ଦିବସର ଶୁଭେଚ୍ଛା ଜଣାଇବେ।
Home Ministry: ଜାକିର ନାଏକଙ୍କ ସଂଗଠନ ''ଆଇଆରଏଫ୍''କୁ ଆଉ ୫ ବର୍ଷ ପାଇଁ ନିଷିଦ୍ଧ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

52 minutes ago
1


