ARTICLE AD BOX
ନୂଆଦିଲ୍ଲୀ:କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ସର୍ବସାଧାରଣ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ଏଭଳି ଏକ ବିତର୍କ ପରେ ପ୍ରଧାନମନ୍ତ୍ରୀ ଆଉ ନିଜ ପଦବୀରେ ରହିପାରିବେ ନାହିଁ ବୋଲି ସେ ଦାବି କରିଛନ୍ତି। ଇନଷ୍ଟାଗ୍ରାମରେ ଆୟୋଜିତ ଏକ ''ଆସ୍କ ମି'' ଅଧିବେଶନରେ ଜଣେ ବ୍ୟବହାରକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ରାହୁଲ ଗାନ୍ଧୀ ଏହି ବୟାନ ଦେଇଛନ୍ତି।
ସଂସଦରେ ଆଲୋଚନା ପାଇଁ ବିଜେପି ପକ୍ଷରୁ କୁହାଯାଉଥିବା ସତ୍ତ୍ୱେ ସେ କାହିଁକି ବାହାରେ ଖୋଲା ବିତର୍କ ପାଇଁ ଜିଦ୍ ଧରୁଛନ୍ତି ବୋଲି ପଚରାଯାଇଥିବା ପ୍ରଶ୍ନରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଲୋକସଭାରେ କହିବାକୁ ସୁଯୋଗ ଦିଆଯାଉନାହିଁ ଏବଂ ତାଙ୍କ ମାଇକ୍ରୋଫୋନ୍ ବନ୍ଦ କରିଦିଆଯାଉଛି। କୃଷି ଆଇନ, ଭୋଟ୍ ଚୋରି, ଚୀନ୍ ପ୍ରସଙ୍ଗ, ଜେନେରାଲ୍ ନରୱଣେଙ୍କ ପୁସ୍ତକ ଏବଂ ଏପଷ୍ଟାଇନ୍ ଭଳି ପ୍ରସଙ୍ଗରେ ତାଙ୍କୁ ଗୃହରେ କହିବାକୁ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ଲମ୍ବା ଭାଷଣ ପରିବର୍ତ୍ତେ ଗୋଟିଏ ଟେବୁଲର ଦୁଇ ପାର୍ଶ୍ୱରେ ବସି ଉଭୟ ପରସ୍ପର ବିରୋଧରେ ସିଧାସଳଖ ଅଭିଯୋଗ ଆଣିବା ଭଳି ବିତର୍କ ସେ ଚାହୁଁଛନ୍ତି ବୋଲି କହିଛନ୍ତି। ଏପରିକି ଏହି ବିତର୍କରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ କିମ୍ବା ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ବିଚାରପତି ଭାବେ ନିଯୁକ୍ତ କରାଗଲେ ମଧ୍ୟ ତାଙ୍କର କୌଣସି ଆପତ୍ତି ରହିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ଉପଯୁକ୍ତ ମଞ୍ଚ ପୂର୍ବରୁ ଉପଲବ୍ଧ
ଅନ୍ୟପକ୍ଷରେ, ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କ ଏହି ଆହ୍ୱାନକୁ ଅଗ୍ରାହ୍ୟ କରିବା ସହ ସେ ସଂସଦୀୟ ବିତର୍କରୁ ଦୂରେଇ ରହୁଥିବା ପାଲଟା ଅଭିଯୋଗ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିତର୍କ ପାଇଁ ସଂସଦ ଭଳି ଏକ ଉପଯୁକ୍ତ ମଞ୍ଚ ପୂର୍ବରୁ ଉପଲବ୍ଧ ରହିଛି। ଲୋକସଭାର ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀ କିଛି ଗମ୍ଭୀରତା ଏବଂ ଦାୟିତ୍ୱବୋଧ ଦେଖାଇବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି। ଗୃହ ଉପଲବ୍ଧ ଥିବା ସତ୍ତ୍ୱେ ସେ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ବାହାରେ ଅନ୍ୟ ଏକ ସ୍ଥାନ ବାଛିବାକୁ କହୁଛନ୍ତି ବୋଲି ସୀତାରମଣ ପ୍ରଶ୍ନ କରିଛନ୍ତି।
Children's Day: ଶିଶୁଦିବସରେ ତାମିଲନାଡ଼ୁ ସରକାରଙ୍କ ନିଆରା ପଦକ୍ଷେପ: ସ୍କୁଲରେ ବଣ୍ଟନ କରାଯିବ କେକ୍

1 hour ago
1


