Death: ମାଛ ଧରିବାକୁ ଯାଇ ପାଣି ସୁଅରେ ଭାସିଗଲେ ଯୁବ ଅଧ୍ୟାପକ

1 hour ago 2
ARTICLE AD BOX

ବୈଶିଙ୍ଗା(ଦୀପକ କୁମାର ସିଂହ): ମାଛ ଧରିବାକୁ ଯାଇ ଅଘଟଣର ଶିକାର ହୋଇ ଜଣେ ଯୁବ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି। ବନ୍ୟାଜଳର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହେବାର ପ୍ରାୟ ଘଣ୍ଟାଏ ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଗଣ୍ଡର୍ଦା ଗ୍ରାମର ମୋନରଞ୍ଜନ ରାଉତ(ରେଣ୍ଟା)ଙ୍କ ୨୮ ବର୍ଷୀୟ ପୁଅ ପଙ୍କଜ ରାଉତ। ସେ ବାଲେଶ୍ୱରସ୍ଥିତ ଏକ ଘରୋଇ କଲେଜରେ ଶିକ୍ଷକତା କରୁଥିବା ଜଣାପଡ଼ିଛି।

ପ୍ରଶାସନର ତତ୍ପରତାକୁ ନେଇ ଅସନ୍ତୋଷ

ସୂଚନା ଅନୁଯାୟୀ, ଆଜି ଶନିବାର ପ୍ରାୟ ସାଢ଼େ ୯ଟା ସମୟରେ ବୈଶିଙ୍ଗା-ଗଣ୍ଡର୍ଦା ରାସ୍ତାର କଷିପଦା ନିକଟରେ ଥିବା ଏକ ନିର୍ମାଣଧୀନ ପୋଲ ପାଖରେ କିଛି ସ୍ଥାନୀୟ ଲୋକ ମାଛ ଧରୁଥିଲେ। ପଙ୍କଜ ମଧ୍ୟ ସେମାନଙ୍କ ସହ ମାଛ ଧରିବାକୁ ପାଣି ମଧ୍ୟକୁ ପଶିଥିଲେ। ତେବେ ନିର୍ମାଣଧୀନ ପୋଲ ନିକଟରେ ବେଆଇନ ଭାବେ ମାଟି ଉଠାଯାଇଥିବାରୁ ସୃଷ୍ଟି ହୋଇଥିବା ଗଭୀର ଖାଲରେ ତାଙ୍କ ଗୋଡ଼ ଖସିଯାଇଥିଲା। ଏହି ସମୟରେ ବନ୍ୟାଜଳର ପ୍ରଖର ସ୍ରୋତ ଥିବାରୁ ସେ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ପଙ୍କଜଙ୍କୁ ପାଣିରୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକତ୍ସା ପୂର୍ବକ ସିପିଆର ଦିଆଯିବା ପରେ ବାଲେଶ୍ବର ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କ ଜୀବନ ଚାଲିଯାଇଥିବା ଡାକ୍ତର କହିଥିଲେ।

Independence Day: ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନ ହୋଇ ତୃତୀୟ ନୟନ ହୁଅନ୍ତୁ: ସୌମ୍ୟରଂଜନ ପଟ୍ଟନାୟକ

ଘଟଣାକୁ ନେଇ ଅନ୍ୟପଟେ ପ୍ରଶାସନର ତତ୍ପରତାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଘଟଣା ସମ୍ପର୍କରେ ୧୧୨କୁ ଫୋନ୍ କରାଯାଇଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିର୍ମାଣାଧୀନ ପୋଲ ନିକଟରେ ସୃଷ୍ଟି ହୋଇଥିବା ଗଭୀର ଖାଲ ଓ ବନ୍ୟାଜଳର ପ୍ରଖର ସ୍ରୋତ ଘଟଣାର କାରଣ ହୋଇଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଯୁବ ଅଧ୍ୟାପକ ପଙ୍କଜଙ୍କ ଅକାଳ ମୃତ୍ୟୁରେ ଗଣ୍ଡର୍ଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.