Death: ଡିଜେ କମ୍ପନରେ ଛାତ ଭୁଶୁଡ଼ିଲା: ଜଣେ ମୃତ, ୭ ଗୁରୁତର

21 hours ago 3
ARTICLE AD BOX

ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୋଷ୍ଟ ଅଫିସ ଛକରେ ଭସାଣି ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି। ଡିଜେର ଅତ୍ୟଧିକ ଶବ୍ଦ ଓ କମ୍ପନ ଯୋଗୁଁ ଏକ ଛାତ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଭସାଣ ଦେଖୁଥିବା ଲୋକଙ୍କ ଉପରେ ଛାତ ଖସିପଡ଼ିବାରୁ ଏକାଧିକ ଲୋକ ଆହତ ହୋଇଛନ୍ତି।

 (sambad.in) Biswajit Barik reportedly died. Photograph: (sambad.in)

ଭୁବନେଶ୍ବର: ଖୋର୍ଦ୍ଧାଜିଲ୍ଲା ଜଟଣୀରେ ଭସାଣବେଳେ ଅଘଟଣ। ଡିଜେର ଅତ୍ୟଧିକ ଶବ୍ଦ ଓ କମ୍ପନରେ ଏକ ଛାତ ଭାଙ୍ଗି ପଡ଼ିଥିବା ସୂଚନା ରହିଛି। ଜଟଣୀ ପୋଷ୍ଟ ଅଫିସ ଛକରେ ଭସାଣ ଦେଖୁଥିବା ଲୋକଙ୍କ ଉପରେ ଛାତ ଖସିପଡ଼ିଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ବିଶ୍ୱଜିତଙ୍କ ମୃତ୍ୟୁ

ଛାତ ଖସିପଡ଼ିବାରୁ ଏକାଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇ ଭୁବନେଶ୍ୱର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି। ଗୁରୁତରଙ୍କ ମଧ୍ୟରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରର ବିଶ୍ୱଜିତ ବାରିକ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Fog: ସୁନ୍ଦରଗଡ଼ରେ ଋତୁର ପ୍ରଥମ କୁହୁଡ଼ି, ଶୀତୁଆ ସକାଳରେ ଉତ୍ସବମୁଖର ପରିବେଶ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.