ARTICLE AD BOX
ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିମୁଳିଆ ବ୍ଲକ୍ ଅନ୍ତର୍ଗତ ମଇତାପୁରରେ ଥିବା ଏକ ଇରାଜି ମାଧ୍ୟମ ସ୍କୁଲରେ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ଲାଗି ପ୍ରସ୍ତୁତି ଚାଲିଥିଲା। ସେତିକି ବେଳେ ୧୧ କେଭି ବିଦ୍ୟୁତ ତାର ଲାଗି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କର ମୃତ୍ୟୁ ହୋଇଥିଲା। ଏଣେ ଅନ୍ୟ ଜଣେ ଶିକ୍ଷକ ଓ ଦୁଇ ଛାତ୍ର ଆହତ ହୋଇଥିଲେ। ମୃତ ଶିକ୍ଷକ ହେଲେ ପ୍ରିୟବ୍ରତ ବାରିକ(୩୨)। ସେ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଥିବା ଜଣାଯାଇଛି। ତାଙ୍କ ଘର ଜଳେଶ୍ବର ଅଞ୍ଚଳରେ ବୋଲି ଜଣାଯାଇଛି।
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରିୟବ୍ରତ ବାରିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ
ଅଘଟଣ ଘଟିବା ମାତ୍ରେ ପ୍ରିୟବ୍ରତ ବାରିକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେଣେ ଆହତ ଶିକ୍ଷକ ଓ ଦୁଇ ଛାତ୍ରଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏଣେ ଖବର ପାଇ ଉକ୍ତ ବିଦ୍ୟାଳୟରେ ସିମୁଳିଆ ତହସିଲଦାର ସୌମ୍ୟରଂଜନ ମହାପାତ୍ର, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ ଓ ଥାନା ଅଧିକାରୀ ଦେବରାଜ ଜେନା ପ୍ରମୁଖ ପହଞ୍ଚି ଘଟଣାର ଛାନଭିନ୍ କରୁଥିବା ଜଣାଯାଇଛି।

1 month ago
13


