Dead: ଆମେରିକା ମୋଟେଲରେ ଜଳିଗଲେ ଗୁଜରାଟ ଦମ୍ପତି ଏବଂ ଝିଅ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଗୁଜରାଟ ଖେଡ଼ାର ଏକ ପରିବାରର ୩ ଜଣ ସଦସ୍ୟଙ୍କର ଆମେରିକାର ଓହିଓରେ ଏକ ମୋଟେଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଉଛନ୍ତି ହିତେଶଭାଇ ସୁଥାର ଏବଂ ତାଙ୍କ ପତ୍ନୀ ହୀନା‌ବେନ୍‌ ଏବଂ ସେମାନଙ୍କ ୨୦ ବର୍ଷର ଝିଅ ଇଶାନୀ। ସେମାନେ ଖେଡ଼ା ଜିଲ୍ଲାର ନଡ଼ିୟାଦ ବାସିନ୍ଦା। ଗତ ୨ ବର୍ଷ ପୂର୍ବେ ସେମାନେ ଓହିଓର ଉଷ୍ଟର ଯାଇ ସେଠାରେ ରହୁଥିଲେ।

ଘଟଣାଟି ଇକୋନୋ ଲଜ୍‌ ମୋଟେଲ୍‌ରେ ଘଟିଛି ଯେଉଁଠାରେ ହିତେଶଭାଇ କାମ କରୁଥିଲେ। ଗତକାଲି ରାତି ୧.୩୦ରେ ଏହି ମୋଟେଲରେ ଅଗ୍ନିକାଣ୍ଡ ହୋଇଥିଲା। ଖବର ପାଇ ଅଗ୍ନିନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମୋଟେଲର ଛାତରୁ ପ୍ରବଳ ଧୂଆଁ ଉଠୁଥିବା ଦେଖିଥିଲେ। ମୋଟେଲରେ ନିଆଁ ଲାଗିବା ସମୟରେ ଉକ୍ତ ପରିବାର ସେମାନଙ୍କ ରୁମ୍‌ରେ ଥିଲେ।

ପୂରା କୋଠାରେ ନିଆଁ ଲାଗିଥିବାବେଳେ ସେମାନେ ମୋ‌ଟେଲର ଫ୍ରଣ୍ଟ ଡେସ୍କକୁ ଫୋନ୍‌ କରି ସାହାଯ୍ୟ ମାଗିଥିଲେ। ‌ତେବେ ସେମାନଙ୍କୁ ବାଥରୁମ୍‌ରେ ପାଣି ପାଇପ୍‌ ଖୋଲି ସୁରକ୍ଷିତ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରିବାର ସଦସ୍ୟ ଏହାପରେ ନିଆଁ କବଳରୁ ବଞ୍ଚିବାପାଇଁ ନିଜକୁ ବାଥରୁମ୍‌ରେ ଲକ୍‌ କରିଦେଇଥିଲେ। କିନ୍ତୁ ନିଆଁକୁ ନିୟନ୍ତ୍ରଣ କରିବାପାଇଁ ସମୟ ଲାଗିଥିଲା ଏବଂ ଉକ୍ତ ୩ ଜଣ ସଦସ୍ୟ ଶ୍ବାସରୁଦ୍ଧ ‌ହୋଇ ପ୍ରାଣ ହରାଇ ଦେଇଥିଲେ।

Horrific fire breaks : ମାର୍କେଟ୍‌ ବିଲ୍‌ଡିଂରେ, ଭୟାବହ ଅଗ୍ନିକାଣ୍ଡ

Read Entire Article
LEFT SIDEBAR AD

Hidden in mobile, Best for skyscrapers.