Dead Body: ଧାନ ବିଲରେ ମିଳିଲା ମୃତଦେହ, ହତ୍ୟା ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ!

2 days ago 3
ARTICLE AD BOX

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ! ଜଣେ ନିରୀହ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା। ହତ୍ୟା ପରେ ମୃତଦେହକୁ ଧାନ ବିଲରେ ଫିଙ୍ଗି ଫେରାର ହୋଇଗଲେ ଦୁର୍ବୃତ୍ତ। ସଦର ଥାନା ରାଜପୁର ଅଞ୍ଚଳର ଏହି ଘଟଣାକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ। ଅନ୍ୟତ୍ର ହତ୍ୟା କରି ମୃତଦେହ ଏଠାରେ ଫିଙ୍ଗାଯାଇଥିବା ସନ୍ଦେହ। ଘଟଣାର ଖୋଳତାଡ଼ କରୁଛି ସଦର ପଲିସ ।

ଘଟଣା ପଛରେ ରହିଛି ଆହୁରି ରହସ୍ୟ

ଧାନ ବିଲରେ ପଡ଼ିଛି ମୃତଦେହ, ଆଉ ହତ୍ୟାକାରୀଙ୍କ ମିଳୁନି ପତ୍ତା। ମୃତକ ହେଉଛନ୍ତି ସୁନ୍ଦରମଣି ମହାପାତ୍ର। ସଦର ଥାନା ରାଜପୁର ଅଞ୍ଚଳରେ ତାଙ୍କୁ ହତ୍ୟା କରି ଧାନ ବିଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।ତେବେ ଘଟଣା ପଛରେ ରହିଛି ଆହୁରି ରହସ୍ୟ! ମୃତକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରିବା ପରେ ମୃତଦେହକୁ ବୋହି ଆଣି ଧାନ ବିଲରେ ଫିଙ୍ଗାଯାଇଥିବା ସନ୍ଦେହ ହେଉଛି। କର୍ଲା ଘାଟିଏନ ରାସ୍ତାରେ ରକ୍ତ ଛିଟା ପଡ଼ିଥିବା ସ୍ଥାନୀୟ ଲୋକେ କହିବା ସହ ପୁଲିସକୁ ଅବଗତ କରିଛନ୍ତି।

ମୃତକଙ୍କ ପତ୍ନୀଙ୍କର କର୍ଲା ଘାଟିଏନ ମନ୍ଦିର ନିକଟରେ ରହିଛି ଏକ ପୂଜା ସାମଗ୍ରୀ ଦୋକାନ। ଜଣେ ନିରୀହ ବ୍ୟକ୍ତିଙ୍କୁ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କଲା, ତାହା ଏବେ ବଡ଼ ପ୍ରଶ୍ନ।

ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍

ଅନ୍ୟପଟେ ସଦର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି। ରକ୍ତ ଛିଟା ସମେତ ବିଭିନ୍ନ ପ୍ରମାଣ ସଂଗ୍ରହ କରି ହତ୍ୟାର ରହସ୍ୟ ଭେଦିବାକୁ ଚାଲିଛି ଉଦ୍ୟମ। ତେବେ ଏହି ହତ୍ୟାକାଣ୍ଡ ପଛରେ କିଏ, କେଉଁ କାରଣରୁ ଘଟିଲା ଏଭଳି ଜଘନ୍ୟ କାଣ୍ଡ, ତାହା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Woman Dies: ବିଦ୍ୟୁତ୍ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.