ARTICLE AD BOX
ଛତ୍ରପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନl ଗତ ଦିନରେ ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ସମୟରେ ହୋଇଥିବା ବନ୍ୟା ପରିସ୍ଥିତିରେ ହୋଇଥିବା କ୍ଷୟ କ୍ଷତିର ରିଲିଫ ପ୍ରଦାନ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଆସିଥିବା ସହାୟତା ଲୋକଙ୍କ ପାଖରେ ପହଞ୍ଚାଯାଉଛି।
ବିଶେଷ କରି ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୫୦ କିଲୋ ଚାଉଳ ସାଙ୍ଗକୁ ୨୫ ଶହ ଟଙ୍କା ପ୍ରଦାନ କରାଯାଇଛି l ଏହା ସହ ଆସନ୍ତା ୧୭ ଓ ୧୮ ତାରିଖରେ ଆଉ ଏକ ବାତ୍ୟା ଆସିବାର ସମ୍ଭାବନା ରହିଥିବାରୁ ତାର ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତିl ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲ୍ଲା ଉପରେ ପଡ଼ିବାର ସମ୍ଭାବନା ରହିଥିବାରୁ ସମସ୍ତ ବିଭାଗକୁ ସଜାଗ ହୋଇ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତିl
ବର୍ତ୍ତମାନ ଏସଆରସି ପକ୍ଷରୁ ଆସିଥିବା ସୂଚନା ଅନୁଯାୟୀ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ନ ଯିବାକୁ ସଚେତନତା କରାଯାଇଛିl ବାତ୍ୟା ସମୟରେ ଯେପରି କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯିବେ ନାହିଁ ତା ଉପରେ ସତର୍କ ସଚେତନତା କରାଯାଉଛି l ଗତ ଥର ଅର୍ଣ୍ଣବ ବାତ୍ୟା ସମୟରେ ଯେପରି ସରକାର ଓ ଏସ ଆର ସି ଙ୍କ ପକ୍ଷରୁ ଆସିଥିବା ଗାଇଡ଼ ଲାଇନ ପାଳନ କରାଯାଇଥିଲା ସେହିପରି ଏହି ସମ୍ଭାବ୍ୟ ବାତ୍ୟା ସମୟରେ ଯାହା ବି ଗାଇଡ଼ ଲାଇନ ଆସିବ ତାକୁ କଡା କଡୀ ପାଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେl
ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନନ୍ତର କରାଯିବ l ଲୋକେ ମଧ୍ୟ ପ୍ରଶାସନ ର ନିଷ୍ପତି ଓ ନିର୍ଦ୍ଦେଶ ମାନିବା ସହିତ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଯିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅନୁରୋଧ କରିଛନ୍ତି l ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ସମୟରେ ଉପୁଜିଥିବା ବନ୍ୟା ପରିସ୍ଥିତିରେ ପ୍ରଭାବିତ ହୋଇଥିବା ସ୍ଥାନ ମାନଙ୍କରେ ଯଦି ପ୍ରବଳ ବର୍ଷା ହୁଏ ସେହି ସ୍ଥାନ ମାନଙ୍କରେ ନଦୀ ହୁଡ଼ାମାନଙ୍କୁ ମଧ୍ୟ ଅସ୍ଥାୟୀ ଭାବେ ମରାମତି କରାଯାଇଛି, ଏବେ ସେଗୁଡିକୁ ନେଇ ରିସ୍କ ନିଆଯାଇପାରିବ ନାହିଁ, ଏଣୁ ଯାହା ବି ଆଶଙ୍କା ରହୁଛି ସେ ଅନୁଯାୟୀ ସମସ୍ତେ ପ୍ରସ୍ତୁତ ରହିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତିl
cyclone: ୧୬ରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ବିଭିନ୍ନ ଅଞ୍ଚଳରେ ଥିବା ଆଶ୍ରୟ ସ୍ଥଳୀ ଗୁଡିକୁ ଚିନ୍ହଟ କରାଯାଇଛି l ଗତ ଅର୍ଣ୍ଣବ ବାତ୍ୟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୮୦ ହଜାର ହେକ୍ଟର ଚାଷ ଜମି ଗୁଡିକରେ ଫସଲ ନଷ୍ଟ ହୋଇଛି ସେହି ଚାଷୀ ମାନଙ୍କୁ ଇନପୁଟ ସହାୟତା ପ୍ରଦାନ କରାଯାଉଛି l ସେମାନଙ୍କ ବୀମା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଛି l କିଛି କିଛି ସ୍ଥାନରେ ଚାଷୀ ମାନେ ଇନପୁଟ ସହାୟତା ମଧ୍ୟ ପାଇ ସାରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି l
ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ଆସିଥିବା ସମସ୍ତ ନିୟମ କୁ ମାନି ପ୍ରସ୍ତୁତି ଜୋରଦାର କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି l ଅର୍ଣ୍ଣବ ବାତ୍ୟାରେ ପ୍ରଭାବିତ ଅଞ୍ଚଳରେ ରିଲିଫ ସାମଗ୍ରୀକୁ ତ୍ବରାନ୍ୱିତ କରିବା ପାଇଁ ଆଜି ଓ କାଲି ଗଞ୍ଜାମ ଜିଲ୍ଲାର ସମସ୍ତ ଛୁଟି କୁ ବାତିଲ କରାଯାଇଛି l ସେହିପରି ଆସନ୍ତା ସୋମବାର ରେ ହେବାକୁ ଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କୁ ବାତିଲ କରାଯାଇଛି l ଅଭିଯୋଗ ଶୁଣାଣି ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ନମ୍ବର ଜାରି କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି l

2 days ago
2


