Crime scene awareness: ସାଇବର୍ ଅପରାଧ ବିରୋଧରେ କ୍ରାଇମବ୍ରାଞ୍ଚର ସଚେତନତା: ଅନଲାଇନ୍‌ରେ ଯୋଡ଼ିହେଲେ ୨୨ହଜାର ଶିକ୍ଷାନୁଷ୍ଠାନର ୪୦ ଲକ୍ଷ ଛାତ୍ରଛାତ୍ରୀ

1 hour ago 1
ARTICLE AD BOX

କଟକ: ରାଜ୍ୟରେ ବଢ଼ୁଥିବା ସାଇବର୍ ଅପରାଧ ରୋକିବାକୁ କ୍ରାଇମବ୍ରାଞ୍ଚ ଏକକାଳୀନ ରାଜ୍ୟର ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଭିଡିଓ କନଫରେନ୍ସିରେ ଯୋଡ଼ିଛି, ଯାହା ଏକ ମାଇଲ୍‌ଖୁଣ୍ଟ ବୋଲି କ୍ରାଇମ୍‌ବ୍ରାଞ୍ଚ ଦର୍ଶାଇଛି। ସାଇବର ଅପରାଧରୁ କିଭଳି ମୁକୁଳିପାରିବେ, ସେ ନେଇ ଆଜିର ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ, ଅଭିଭାବକ ଓ ପୁଲିସ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଅଭିଯାନରେ ରାaଜ୍ୟର ୩୫ଟି ପୁଲିସ ଜିଲ୍ଲା ଅନ୍ତର୍ଗତ ୨୦ ହଜାରରୁ ଅଧିକ ବିଦ୍ୟାଳୟ ଏବଂ ୨ ହଜାରରୁ ଅଧିକ ମହାବିଦ୍ୟାଳୟ ଲାଇଭ୍ ୱେବ୍‌କାଷ୍ଟ ଓ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ।

Plantation: ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଛାତ୍ରଛାତ୍ରୀଙ୍କୁ ସାଇବର୍‌ ସୁରକ୍ଷା ନେଇ ସଚେତନ ଓ ସତର୍କ ରହିବା ପାଇଁ ବାର୍ତ୍ତା ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର୍‌-ସୁରକ୍ଷିତ ଓଡ଼ିଶା ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜରେ ସାଇବର୍‌ ସଚେତନତାର ଦୂତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ ନମ୍ବରରେ ଯୋଗାଯୋଗ କରିବା ସହ cybercrime.gov.in ପୋର୍ଟାଲରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ କିମ୍ବା ପୁଲିସ ଅଧିକାରୀ ଓଟିପି, ପିନ୍‌, ସିଭିଭି କିମ୍ବା ପାସ୍‌ୱାର୍ଡ ମାଗନ୍ତି ନାହିଁ।

Uttarakhand tunnel rescue: ସୁଡ଼ଙ୍ଗ‌ରେ ଫସିଛନ୍ତି ୩, ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବର୍ଷା

ତେଣୁ ଏଭଳି ସୂଚନା କେବେ ବି କାହା ସହିତ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ‘ଡିଜିଟାଲ୍ ଗିରଫଦାରୀ’ ନାଁରେ କେହି ଟଙ୍କା ଦାବି କଲେ ତାହା ଠକେଇ ବୋଲି ବିବେଚନା କରିବା ସହିତ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର୍‌ ତଥା ସଚିବ ଡ.ଏନ୍.ତିରୁମାଲା ନାଏକ, କ୍ରାଇମବ୍ରାଞ୍ଚ ଡିଆଇଜି ବି.ଗଙ୍ଗାଧର, କ୍ରାଇମବ୍ରାଞ୍ଚ ଡିଆଇଜି ମଡକର ସନ୍ଦୀପ ସମ୍ପତଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ଶିକ୍ଷା ବିଭାଗ ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ପୁଲିସ ଓ ଶିକ୍ଷା ପ୍ରଶାସନର ପ୍ରତିନିଧି ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.