Cricket: ସ୍ୟାଣ୍ଡପେପର ଗେଟ୍‌ ତଦନ୍ତକୁ ନା କଲା କ୍ରିକେଟ୍ ଅଷ୍ଟ୍ରେଲିଆ!

2 days ago 3
ARTICLE AD BOX

ସିଡ୍‌ନି: ‘ସ୍ୟାଣ୍ଡପେପର ଗେଟ୍‌’ (ବାଲି କାଗଜରେ ବଲ୍‌ ଟାମ୍ପରିଂ) ବିବାଦର  ପୁଣି ଥରେ ତଦନ୍ତ କରିବନି କ୍ରିକେଟ୍‌ ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ୨୦୧୮ରେ ହୋଇଥିବା ଏହି ବିବାଦର ତଦନ୍ତ ପୁଣି ଥରେ ଖୋଲିବାକୁ ସିଧାସିଧା ମନା କରିଦେଇଛନ୍ତି କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ ଟଡ୍‌ ଗ୍ରିନ୍‌ବର୍ଗ। ପୁନଃ ତଦନ୍ତର କୌଣସି ଆବଶ୍ ନାହିଁ ବୋଲି ସେ କହିଛନ୍ତି। ପୂର୍ବତନ ଅଷ୍ଟ୍ରେଲୀୟ ଓପନର୍‌ ଉସମାନ ଖୱାଜା ନିଜ ଆତ୍ମଜୀବନୀ ‘ସବର୍‌’ରେ ଏହି ବିବାଦ ସମ୍ପର୍କରେ ଉଲ୍ଲେଖ କରିଥିଲେ। 

ବିବାଦ ଉପରେ ପୁଣି ଚର୍ଚ୍ଚା ଆରମ୍ଭ
ସେ ଲେଖିଛନ୍ତି, ‘୨୦୧୮ରେ ଏହି ବଲ୍‌ ଟାମ୍ପରିଂ ଯୋଜନା ବିଷୟରେ ଦଳର ସମସ୍ତେ ଜାଣିଥିଲେ। ଏହା କେବଳ କିଛି ଖେଳାଳିଙ୍କ ମଧ୍ୟରେ ସୀମିତ ନଥିଲା।’ ମଙ୍ଗଳବାର ଏହି ବହି ପ୍ରକାଶିତ ହେବା ପରେ ଏହି ବିବାଦ ଉପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏହାକୁ ନେଇ ଗ୍ରିନ୍‌ବର୍ଗ କହିଛନ୍ତି ଯେ, ‘ଅନ୍ୟ ଖେଳାଳିମାନଙ୍କ ମତଠୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କ ବହିରେ ଥିବା କିଛି ତଥ୍ୟ, ଅନ୍ୟମାନେ ଦେଇଥିବା ବିବରଣୀରେ ମେଳ ଖାଉନି। ଦନ୍ତର ଫଳାଫଳରେ ଆମେ ସନ୍ତୁଷ୍ଟ ଅଛୁ। ତେଣୁ ପୁଣି ତଦନ୍ତ କରିବାର କୌଣସି ଆବଶ୍ୟକ ନାହିଁ’।

ଏକ୍ୟୁଆଇ ୪୦୦ ଅତିକ୍ରମ କରି 'ସଙ୍ଗୀନ' ସ୍ଥିତିରେ ପହଞ୍ଚିଥିଲା

ସୂଚନାଯୋଗ୍ୟ ଯେ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ବଲ୍‌କୁ ଅଧିକ ସ୍ବିଙ୍ଗ କରିବାକୁ ସ୍ୟାଣ୍ଡପେପର୍‌ (ବାଲିକାଗଜ) ବ୍ୟବହାର କରିଥିଲେ ତତ୍‌କାଳୀନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ଉପଅଧିନାୟକ ଡେଭିଡ୍‌ ୱାର୍ନର ଓ କାମେରନ୍‌ ବାନ୍‌କ୍ରଫ୍ଟ। ଏହି ମାମଲାରେ ସ୍ମିଥ୍‌ ଓ ୱାର୍ନର ବର୍ଷେ ଲେଖାଏଁ ଏବଂ ବାନ୍‌କ୍ରଫ୍‌ଟ ୯ ମାସ ବାସନ୍ଦ ହୋଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.