ARTICLE AD BOX
ମୁମ୍ବାଇ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି ଚମତ୍କାର ପ୍ରଦର୍ଶନ କରିବା ପରେ ଦ୍ରୁତ ବୋଲର ଗୁରନୂର ବ୍ରାର। ଅନ୍ୟପକ୍ଷରେ ସ୍ପିନର କୁଲଦୀପ ଯାଦବଙ୍କୁ ଘରୋଇ କ୍ରିକେଟ୍ ଖେଳିବା ପାଇଁ ଦଳରୁ ମୁକ୍ତ କରାଯାଇଛି ବୋଲି ବିସିସିଆଇ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।
ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ବ୍ରାର ୱେଲିଂଟନ୍ରେ ଭାରତୀୟ ଟେଷ୍ଟ ଦଳ ସହ ଯୋଗଦେବେ। ଏଥିଯୋଗୁଁ ସେ ରବିବାର ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଦିନିକିଆରେ ଖେଳିବେ ନାହିଁ। ତେବେ ତାଙ୍କ ବଦଳରେ ଅନ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇନାହିଁ। ଅନ୍ୟପକ୍ଷରେ ଋଷଭ ପନ୍ତ ନ୍ୟୁଜିଲାଣ୍ଡ ଗସ୍ତରେ ପହଞ୍ଚିବା ପରେ ଟେଷ୍ଟ ଦଳ ସହ ଯୋଗଦେଇଛନ୍ତି।
ଦିନିକିଆ ଶୃଙ୍ଖଳାରେ କୁଲଦୀପଙ୍କୁ ସୀମିତ ସୁଯୋଗ
କୁଲଦୀପଙ୍କୁ ଦଳରୁ ମୁକ୍ତ କରାଯିବା ତାଙ୍କ ପାଇଁ ଏହି ଗସ୍ତର ଆଉ ଏକ ନିରାଶାଜନକ ଘଟଣା। ପ୍ରାରମ୍ଭିକ ଟେଷ୍ଟ ଦଳରେ ସ୍ଥାନ ପାଇଥିବା କୁଲଦୀପ ଏବେ ଘରୋଇ କ୍ରିକେଟ୍ରେ ନିଜ ପ୍ରଦର୍ଶନ ଜାରି ରଖିବେ। ଦିନିକିଆ ଶୃଙ୍ଖଳାରେ ମଧ୍ୟ ତାଙ୍କୁ ସୀମିତ ସୁଯୋଗ ମିଳିଥିଲା। ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ସେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଓ୍ବିକେଟଶୂନ୍ୟ ରହିଥିଲେ।
IND vs PAK U19: ଭାରତ ବିପକ୍ଷରେ ଟସ୍ ଜିଣିଲା ପାକିସ୍ତାନ; ବ୍ୟାଟିଂ ଜାରି

2 days ago
2


