Cricket: ଟସ୍‌ ସମୟରେ କୌତୁକିଆ ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ; କହିଲେ...

2 days ago 2
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଉଦୟମାନ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଏଥର କିନ୍ତୁ ସେ ଖେଳକୁ ନୁହେଁ। ବରଂ ପଡ଼ିଆରେ ତାଙ୍କର କହିବାର ଶୈଳୀକୁ ନେଇ। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ବିହାର ଏବଂ ସୌରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ସୟଦ ମୁସ୍ତାକ ଅଲି ଟ୍ରଫିର ଏକ ମ୍ୟାଚ୍‌ ସମୟରେ ବୈଭବଙ୍କ ପିଳାଳିଆ କଥା ସମସ୍ତଙ୍କର ଦୃଦୟ ଜିତିଛି। ପୁରୁଷ ଟି୨୦ ଇତିହାସରେ ସବୁଠାରୁ କମ୍‌ ବୟସର ଯୁବ ଖେଳାଳି ହୋଇ ଅବତୀର୍ଣ୍ଣ ୧୫ ବର୍ଷୀୟ ବୈଭବ ଟସ୍‌ ସମୟରେ ଏଭଳି ଜବାବ ଦେଇଛନ୍ତ, ଯାହାଦ୍ବାରା ଉପସ୍ଥିତ ଉପସ୍ଥାପକ ନିଜର ହସକୁ ମଧ୍ୟ ଅଟକାଇପାରି ନଥିଲେ। 

ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଉପସ୍ଥାପକ ବିହାରର ଅଧିନାୟକ ବୈଭବଙ୍କୁ ପଚାରିଥିଲେ ଯେ, ଆଜିର ମୁକାବିଲା ପାଇଁ ତାଙ୍କର ରଣନୀତି କ’ଣ ରହିଛି? ଏହାର ଜବାବ ବୈଭବ ସଠିକ ସମୟରେ ଦେଇପାରି ନଥିଲେ। ଏହା ପରେ ବୈଭବ ଅତି ସହଜ ଏବଂ ମଜାରେ ଜବାବ ଦେଇ କହିଥିଲେ, ଭୁଲିଗଲି ସାର। ତାଙ୍କର ଏହି ମଜାକଥା ଗମ୍ଭୀର ବାତାବରଣ ସୃଷ୍ଟି ହୋଇଥିଲା ଏବଂ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ବୈଭବଙ୍କ ବିଶ୍ବ ରେକର୍ଡ
ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏହି ମୁକାବିଲା ବ୍ୟକ୍ତିଗତ ଏବଂ ଐତିହାସିକ ହୋଇଛି। ସେ ୧୫ ବର୍ଷ ଏବଂ ୨୩୨ ଦିନର ବୟସରେ ବିହାରର ଦାୟିତ୍ବ ନେଇ ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି। ଏହି ସ୍ମରଣୀୟ ଦିନରେ ବୈଭବ ବିଜୟ ହାସଲ କରିଛନ୍ତି। ଅଭିଜ୍ଞ ଏବଂ ଦ୍ରୁତବୋଲର ଜୟଦେବ ଉନାଦକଟଙ୍କ ନେତୃତ୍ବରେ ସୌରାଷ୍ଟ୍ରର ଟିମ୍‌ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। 

ବୈଭବଙ୍କ ନୈରାଶ୍ୟଜନକ ପ୍ରଦର୍ଶନ
ଅଧିନାୟକଙ୍କ ବ୍ୟାଟ୍‌ରୁ ଏହି ମ୍ୟାଚ୍‌ରେ ଭଲ ରନ୍‌ ମିଳିପାରି ନାହିଁ। ପ୍ରାରମ୍ଭିକ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ବୈଭବ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ସେ ୧୮ ବ୍ୟକ୍ତିଗତ ଭାବେ ୧୮ ରନ୍‌ ସଂଗ୍ରହ କରିଥିଲେ ଏବଂ ଚେତନ ସକାରିଆଙ୍କ ଶିକାର ହୋଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.