ARTICLE AD BOX
ଛତ୍ରପୁର(ବସନ୍ତ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନ, କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ଉପଯୁକ୍ତ ସହାୟତା ପ୍ରଦାନ ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ନଭେମ୍ବର ୧୩ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଏବଂ ଡିସେମ୍ବର ୩ରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ। ଏନେଇ ଆଜି (ମଙ୍ଗଳବାର) ଦଳର ଆଞ୍ଚଳିକ ପରିଷଦର ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
Chhatrapur Politics ଛତ୍ରପୁରରେ ତେଜିଲା ବିରୋଧୀ ରାଜନୀତି: ଗାନ୍ଧୀମୂର୍ତ୍ତି ଠାରେ ଏକାଠି ହେଲେ ସିପିଆଇ, କଂଗ୍ରେସ ଓ ବିଜେଡି ନେତା
ଆଜି ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର, ଚମାଖଣ୍ଡି ଓ ଗଞ୍ଜାମ ଆଞ୍ଚଳିକ ପରିଷଦର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜୀବ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ।
ବନ୍ୟା ସମୟରେ ସିପିଆଇର ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ବିପନ୍ନଙ୍କ ସମସ୍ୟାର ସମାଧାନ ଓ ଦୀର୍ଘସ୍ଥାୟୀ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ପ୍ରତି ପ୍ରଶାସନ ତୁରନ୍ତ ଗୁରୁତ୍ୱ ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।
CPI Odisha State Council ସିପିଆଇ ରାଜ୍ୟ ପରିଷଦ ବୈଠକ: ଚୌକି ବଞ୍ଚାଇବାକୁ କୋଟିଆକୁ ଆନ୍ଧ୍ରପ୍ରଦେଶକୁ ଟେକିଦେଇଛି ବିଜେପି
ବୈଠକର ନିଷ୍ପତ୍ତି ଅନୁସାରେ, ଆସନ୍ତା ୧୩ରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ। ଏହି ସ୍ମାରକପତ୍ରରେ, ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା, ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଓ ଆର୍ଥିକ ସହାୟତା, ଚାଷୀଙ୍କୁ ସ୍ୱତନ୍ତ୍ର କ୍ଷତିପୂରଣ ପ୍ୟାକେଜ୍ ସହ ସମସ୍ତ କ୍ଷତିଗ୍ରସ୍ତଙ୍କୁ ନ୍ୟାୟସଙ୍ଗତ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।
ସେହିପରି ବନ୍ୟାରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ଜାନିବିଲି ଆନିକଟର ତୁରନ୍ତ ପୁନରୁଦ୍ଧାର, ନଦୀଘୋର ଠାରୁ ସତୀମଠ ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ, ମାଧପୁରଠାରୁ ଋଷିକୁଲ୍ୟା ପର୍ଯ୍ୟନ୍ତ ଆଡ଼ିବନ୍ଧ ନିର୍ମାଣ ଏବଂ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ବୈଠକରେ ଦାବି ଉଠିଥିଲା।
Budget 2026-27: ବଜେଟ୍: ୨୦୨୬–୨୭ ଓଡ଼ିଶାର ଶ୍ରମଜୀବୀ, କୃଷିଜୀବୀଙ୍କ ପାଇଁ ସହାୟତା ଅତି ନଗଣ୍ୟ: ସିପିଆଇ (ଏମ୍)
ଏହା ସହିତ ସମସ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନ, କୃଷି ଋଣ ଛାଡ଼ କରିବାକୁ ଦାବି ହୋଇଛି l ଜାତୀୟ ପରିଷଦର ଆହ୍ୱାନକ୍ରମେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ସହ ଦେଶର ବ୍ୟବସ୍ଥାରେ ପରିବର୍ତ୍ତନ ଦାବିରେ ଆସନ୍ତା ଡିସେମ୍ବର ୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ସୁନ୍ଦରଗଡ ବିଧାନସଭା ଆସନରେ ନାମାଙ୍କନ ଦାଖଲ କଲେ ସିପିଆଇ ପ୍ରାର୍ଥୀ ରାଜେନ୍ଦ୍ର
ବୈଠକରେ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ,ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର, ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ବରିଷ୍ଠ କମ୍ୟୁନିଷ୍ଟ ନେତା ଗୋକୁଳ ଚନ୍ଦ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ସହ-ସମ୍ପାଦକ ଦୁର୍ଯ୍ୟୋଧନ ପରିଡା , ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ସହ - ସମ୍ପାଦକ ଗୁରୁନାଥ ପ୍ରଧାନ, ଗଞ୍ଜାମ ଜୋନାଲ ସମ୍ପାଦକ ଭାସ୍କର ପାତ୍ର, ସହ - ସମ୍ପାଦକ ରାଜନୀ ବେହେରା, ସୀମାଞ୍ଚଳ ସାହୁ, ଆଦିତ୍ୟ ମିଶ୍ର ଏସ୍. କ୍ରିଷ୍ଣାରେଡ୍ଡୀ, ଏନ. ସୁକାନ୍ତ ଆଚାରୀ, ସିମାଞ୍ଚଳ ପଲାଇ ଓ ବିଶ୍ୱନାଥ ବିଶ୍ୱାଳ ସମେତ ବହୁ ଦଳୀୟ ନେତା, କର୍ମୀ ଓ ଚାଷୀ ଯୋଗଦେଇ ଡବଲ ଇଞ୍ଜିନ ସରକାରଙ୍କ ନୀତିକୁ ସମାଲୋଚନା କରିବା ସହ ବନ୍ୟା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଭରଣା ପାଇଁ ଦାବି ଉଠାଯାଇଥିଲା।

2 days ago
3


