Congress: ରାଜନାଥଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ

1 hour ago 1
ARTICLE AD BOX

ଲୋକସଭାକୁ ବିଭ୍ରାନ୍ତ କରିଛନ୍ତି ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ଆଜି କଂଗ୍ରେସ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଛି। ୨୦୨୫ରେ ଅପରେସନ୍‌ ସିନ୍ଦୂର ସମୟରେ କୌଣସି ବି ଜଣେ ଭାରତୀୟ ସୈନିକ ସହିଦ ହୋଇନାହାନ୍ତି କହି ରାଜନାଥ ଲୋକସଭାକୁ ବିଭ୍ରାନ୍ତ କରିଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି ଏବଂ ସାଂସଦ କେସି ବେଣୁଗୋପାଳ ରାଜନାଥଙ୍କ ବିରୋଧରେ ଏଥିପାଇଁ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ କେନ୍ଦ୍ର ସରକାର ଅପରେସନ୍‌ ସିନ୍ଦୂର ସମୟରେ ୬ ଭାରତୀୟ ଯବାନ ସହିଦ ହୋଇଥିବା ସ୍ପଷ୍ଟ କରିବାପରେ ଏହାକୁ ବିରୋଧୀମାନେ ପ୍ରସଙ୍ଗ କରିଛନ୍ତି।

ଆହୁରି ପଢନ୍ତୁ :Ganja Seized ଟ୍ରଲରରୁ ୨୯୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର

 ଲୋକସଭାରେ ମନ୍ତ୍ରୀ ଭୁଲ୍‌ ସୂଚନା ଦେଇ ଗୃହକୁ ବିଭ୍ରାନ୍ତ କରିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ବେଣୁଗୋପାଳ ବାଚସ୍ପତିଙ୍କ ନିକଟରେ ଏନେଇ ଦାଖଲ କରିଥିବା ଏକ ଆବେଦନରେ ଲୋକସଭାରକାର୍ଯ୍ୟକ୍ରମକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ବେଣୁଗୋପାଳ କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନେଇ ବିଚାରଣ ଆରମ୍ଭ ହେବା ଉଚିତ। ବିର୍ଲାଙ୍କୁ ଏକ ଚିଠିରେ ବେଣୁଗୋପାଳ କହିଛନ୍ତି, ୨୦୨୫ ଜୁଲାଇ ୨୮ ତାରିଖରେ ସଂସଦରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍‌ ସିନ୍ଦୂର ସଂକ୍ରାନ୍ତରେ ଆଲୋଚନା ସମୟରେ ରାଜନାଥ କହିଥିଲେ ଯେ କୌଣସି ଜଣେ ହେଲେ ଭାରତୀୟ ସୈନିକଙ୍କର କିଛି କ୍ଷତି ହୋଇନାହିଁ।

ଆହୁରି ପଢନ୍ତୁ :Odisha Reviews ପ୍ରମାଣଭିତ୍ତିକ ନୀତି ପ୍ରଣୟନ, କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରକୁ ନେଇ ସଚିବସ୍ତରୀୟ ସମୀକ୍ଷା

କିନ୍ତୁ ସରକାର ଏବେ ଏହାର ଠିକ୍‌ ବିପରୀତ କଥା ହୋଇଛନ୍ତି। ଅପରେସନ୍‌ ସିନ୍ଦୂର ସମୟରେ ୬ ଭାରତୀୟ ସୈନିକ ସହିଦ ହୋଇଯାଇଛନ୍ତି ବୋଲି ସରକାର ସ୍ପଷ୍ଟ କରିଛନ୍ତି। କଂଗ୍ରେସ ଏବେ ଏହାକୁ ଏକ ନୂଆ ପ୍ରସଙ୍ଗ କରିଥିବାବେଳେ ଆସନ୍ତା ମୌସୁମୀ ଅଧିବେଶନରେ ବି ବିରୋଧୀ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିପାରନ୍ତି ବୋଲି ଜୋର୍‌ ଚର୍ଚ୍ଚା ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.