ARTICLE AD BOX
ମୁମ୍ବାଇ:ମହାରାଷ୍ଟ୍ର ରାଜନୀତି ପୁଣି ଚଳଚଞ୍ଚଳ ହୋଇ ଉଠିଛି। ଭାରତୀୟ ରାଜନୀତିର ବର୍ଷିଆନ୍ ନେତା ଶରଦ ପାୱାରଙ୍କ ଏନ୍ସିପି (ଏସ୍ପି) ଓ କଂଗ୍ରେସ ମଧ୍ୟରେ ମିଶ୍ରଣ ନେଇ ପ୍ରସ୍ତୁତି ଚାଲିଛି। ତେବେ ଏହି ମିଶ୍ରଣକୁ ନେଇ ଦୁଇ ଦଳ ପକ୍ଷରୁ ଔପଚାରିକ ଭାବେ କିଛି କୁହାଯାଇନାହିଁ। ଦୁଇ ଦଳ ଭିତରେ ଘନ ଘନ ଆଲୋଚନା ଓ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, କଂଗ୍ରେସ ଓ ଏନ୍ସିପି (ଏସ୍ପି) ମିଶ୍ରଣ ପାଇଁ ଚର୍ଚ୍ଚା କରୁଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।
ବର୍ତ୍ତମାନ ମିଶ୍ରଣ କେବଳ ମହାରାଷ୍ଟ୍ରରେ ସୀମିତ ରହିବ। ରାଷ୍ଟ୍ରୀୟ ସ୍ତରରେ ପରେ ଦିଲ୍ଲୀରେ ଏ ସମ୍ପର୍କରେ ଦଳର ମୁଖ୍ୟମାନେ ଘୋଷଣା କରିବେ। ସୂଚନାଯୋଗ୍ୟ, ୧୯୯୯ରେ ଶରଦ ପାୱାର କଂଗ୍ରେସରୁ ଅଲଗା ହୋଇ ଏନ୍ସିପି ଗଠନ କରିଥିଲେ। ଯଦି ଦୁଇ ଦଳର ମିଶ୍ରଣ ଘଟେ ତେବେ ୨୭ ବର୍ଷ ପରେ ପାୱାର କଂଗ୍ରେସକୁ ଫେରିବେ। ୨୦୨୩ରେ ଏନ୍ସିପିରେ ବିଭାଜନ ହୋଇଥିଲା ଓ ଅଜିତ ପାୱାରଙ୍କ ଦଳକୁ ମୁଖ୍ୟ ଦଳ ଭାବେ ପରିଚୟ ମିଳିଥିଲା। ତେବେ କଂଗ୍ରେସ ସହିତ ମିଶ୍ରଣକୁ ନେଇ ଏନ୍ସିପି (ଏସ୍ପି)ର ନେତାଙ୍କ ଭିତରେ ମତଭେଦ ମଧ୍ୟ ଦେଖାଯାଇଛି।

1 hour ago
1


