Cockroach: କିମାଶ୍ଚର୍ଯ୍ୟମ୍‌: ଅସରପା ବଞ୍ଚାଇବ ଜୀବନ

1 hour ago 1
ARTICLE AD BOX

ଅସରପା ଏକ ଅପରିଷ୍କାର ଓ ଅଦରକାରୀ କୀଟ ଭାବେ କୁଖ୍ୟାତ। ତେବେ ତାହା ଚରମ ପରିବେଶରେ ତିଷ୍ଠି ରହିବା ଲାଗି ମଧ୍ୟ ଜଣାଶୁଣା। ସେଥିପାଇଁ ସିଙ୍ଗାପୁରର ନାନ୍‌ୟାଙ୍ଗ ଟେକ୍‌ନୋଲୋଜିକାଲ୍‌ ୟୁନିଭର୍ସିଟିର ଗବେଷକମାନେ ଅସରପାକୁ ଜୀବନ ରକ୍ଷାକାରୀର ରୂପ ଦେବାରେ ସଫଳ ହୋଇଛନ୍ତି। ତେଣୁ ଆଗକୁ ଯଦି କେହି ଦୁଃସାହସିକ ଅନ୍ବେଷଣକାରୀ ଜଳପୂର୍ଣ୍ଣ ଗୁମ୍ଫା ଭିତରେ ଫସିଯାଆନ୍ତି ତେବେ ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ମଣିଷ ବଦଳରେ ଅସରପାଟିଏ ପହଞ୍ଚିଗଲେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। 

Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ

ଗବେଷକମାନେ ପ୍ରଥମେ ‘ମାଡାଗାସ୍କର ହିସିଂ କକ୍‌ରୋଚ୍‌’ ପ୍ରଜାତିର ଅସରପାର ବିଭିନ୍ନ ଅଙ୍ଗରେ ଇଲେକ୍ଟ୍ରୋଡ୍‌ ଖଞ୍ଜି ତାହାକୁ ରିମୋଟ୍‌ ସାହାଯ୍ୟରେ ନିୟନ୍ତ୍ରଣ କରିବାକୁ ସଫଳ ହୋଇଥିଲେ। ଫଳରେ ବିପର୍ଯ୍ୟୟ ବେଳେ ବିପଜ୍ଜନକ ଉଦ୍ଧାର କାର୍ଯ୍ୟରେ ଏଭଳି ଅସରପାଙ୍କୁ ବ୍ୟବହାର କରାଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଗତ ବର୍ଷ ମ୍ୟାମାର୍‌ରେ ଭୂମିକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏଭଳି ଅସରପାମାନେ ଉପାଦେୟ ସାବ୍ୟସ୍ତ ହୋଇଥିଲେ। ତେବେ ଅସରପା ପାଣିରେ ଅଧିକ ସମୟ ବଞ୍ଚି ପାରୁ ନଥିବାରୁ ସେ କ୍ଷେତ୍ରରେ ଏହାର ଉପାଦେୟତା ସୀମିତ ଥିଲା। ତେବେ ଗବେଷକମାନେ ‘୩-ଡି ପ୍ରିଣ୍ଟିଂ’ ଜରିଆରେ ଅସରପା ଲାଗି ଏକ ପରିଧାନଯୋଗ୍ୟ ଉପକରଣ ନିର୍ମାଣ କରିଛନ୍ତି। ଏଥିରେ ଥିବା ଅମ୍ଳଜାନ ଉତ୍ପାଦନକାରୀ ଯନ୍ତ୍ର ଯୋଗୁଁ ଅସରପାମାେନ ତିନି ଘଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ସନ୍ଧାନ କରିପାରୁଛନ୍ତି। ସିଙ୍ଗାପୁରର ଏହି ଗବେଷକ ଦଳ ଭବିଷ୍ୟତରେ ଅସରପାମାନଙ୍କ ସାହାଯ୍ୟରେ ମଙ୍ଗଳ ପୃଷ୍ଠରେ ଅନୁସନ୍ଧାନ କରିବାର ଲକ୍ଷ୍ୟ ରଖିଛନ୍ତି। 

Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.