CM Vijay': ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ବିଧାନସଭାରେ ଟିଭିକେ-ଡିଏମ୍‌‌କେ ମୁହାଁମୁହିଁ

1 hour ago 1
ARTICLE AD BOX

ଚେନ୍ନାଇ: ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡ଼ୁ ବିଧାନସଭା‌ରେ ଶୁକ୍ରବାର ଶାସକ ଟିଭିକେ ଓ ମୁଖ୍ୟ ବିରୋଧୀ ଦଳ ଡିଏମ୍‌କେ ମୁହାଁମୁହିଁ ହୋଇଛନ୍ତି। ତାମିଲନାଡୁ ବିଧାନସଭାରେ ଉଭୟ ପକ୍ଷ ମଧ୍ୟରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ ଅଭିଯୋଗ କରିଛନ୍ତି ଯେ, ଦକ୍ଷିଣାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ସି ଯୋଶେଫ୍ ବିଜୟ ତାମିଲନାଡୁର ଦାବିକୁ ଦୁର୍ବଳ କରିଛନ୍ତି। ଉଦୟନିଧି ଷ୍ଟାଲିନ୍ କହିଛନ୍ତି ଯେ, ଟିଭିକେ ସରକାର ବିଧାନସଭାରେ ମୋଟ ଲୋକସଭା ଆସନକୁ ୫୪୩ରେ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବ ପାରିତ କରିଥିଲେ, କିନ୍ତୁ ବିଜୟ ଦକ୍ଷିଣାଞ୍ଚଳ ପରିଷଦ ବୈଠକରେ ''ସ୍ଥଗିତ'' ଶବ୍ଦ ବ୍ୟବହାର କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ତେବେ ଟିଭିକେ ମନ୍ତ୍ରୀ ଅଧବ ଅର୍ଜ୍ଜୁନ ସରକାରଙ୍କ ପକ୍ଷ ରଖି କହିଛନ୍ତି, ସୀମା ପୁନଃନିର୍ଦ୍ଧାରଣକୁ ନେଇ ସେମାନଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଉଭୟ ପକ୍ଷ ପରସ୍ପର ଉପରେ ତାମିଲନାଡୁର ସ୍ୱାର୍ଥ ସହିତ ସାଲିସ୍‌ କରୁଥିବା ଅଭିଯୋଗ କରିବାରୁ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଷ୍ଟାଲିନ୍ ଦୋହରାଇଥିଲେ ଯେ, ଡିଏମ୍‌କେ ସୀମା ପୁନଃନିର୍ଦ୍ଧାରଣକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତିବଦ୍ଧ। ସେ କହିଥିଲେ ଯେ, ତାମିଲନାଡୁର ସଂସଦୀୟ ପ୍ରତିନିଧିତ୍ୱର ବିଦ୍ୟମାନ ୭.୧୮ ପ୍ରତିଶତ ଅଂଶ ହ୍ରାସ କରାଯିବା ଉଚିତ୍ ନୁହେଁ। ଅର୍ଜୁନ ପାଲଟା ଆକ୍ରମଣ କରି ଅଭିଯୋଗ କରିଥିଲେ ଯେ, ଡିଏମ୍‌କେ ଅତୀତରେ ତାର ସ୍ଥିତିରେ ପରିବର୍ତ୍ତନ କରିଛି। କିନ୍ତୁ ଟିଭିକେ ସମସ୍ତ ରାଜ୍ୟ ପାଇଁ ୫୦% ଆସନ ବୃଦ୍ଧିକୁ ବିରୋଧ କରିଛି ତାମିଲନାଡ଼ୁ ପାଇଁ ସଂସଦୀୟ ପ୍ରତିନିଧିତ୍ୱର ବିଦ୍ୟମାନ ୭.୧୮ ପ୍ରତିଶତ ଅଂଶ ବଜାୟ ରଖିବାକୁ ଦାବି କରିଛୁ। ସୀମା ପୁନଃନିର୍ଦ୍ଧାରଣ ପରେ ତାମିଲନାଡୁକୁ ସଂସଦୀୟ ଆସନର ୭.୧୮% ଅଂଶ ବଜାୟ ରଖିବାକୁ ଏଆଇଏଡିଏମ୍‌କେ ମୁଖ୍ୟ ଏଡାପ୍ପାଦି ପଲାନିସ୍ୱାମୀ ମଧ୍ୟ ଦାବି କରିଥିଲେ। ତେବେ ବିଜେପି ବିଧାୟକ ଭୋଳା ରାଜନ ଭିନ୍ନ ମତ ରଖିଛନ୍ତି, କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ତାମିଲନାଡୁ ପାଇଁ ଲାଭଦାୟକ ହେବ ଓ ରାଜ୍ୟର ଅଂଶ ୭.୧୮% ରୁ ବୃଦ୍ଧି ପାଇପାରେ।

କିଏ ଏହି ସୁନ୍ଦରୀ ମହିଳା କ୍ରିକେଟର? ସେଲିବ୍ରେସନ୍‌ କରି ହେଲେ ଭାଇରାଲ…

Read Entire Article
LEFT SIDEBAR AD

Hidden in mobile, Best for skyscrapers.