ARTICLE AD BOX
ନୂଆଦିଲ୍ଲୀ: ୧୯୮୦ ଦଶକରେ ଭାରତ ଓ ଚୀନର ଅର୍ଥନୈତିକ ସ୍ଥିତି ପ୍ରାୟ ସମାନ ଥିଲା। ସେହି ସମୟରେ ଚୀନ ଆଧୁନିକୀକରଣ ଓ ଶିଳ୍ପାୟନ ଦିଗରେ ଦ୍ରୁତି ଗତିରେ ଆଗକୁ ବଢ଼ିଥିବାବେଳେ ଭାରତ ଏହି ସୁଯୋଗର ସଠିକ୍ ଉପଯୋଗ କରିପାରିନଥିଲା ବୋଲି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମିଟ୍ ୨୦୨୬ରେ ଯୋଗଦେଇ ଜୟଶଙ୍କର ଭାରତ-ଚୀନ୍ ସମ୍ପର୍କ ଓ ଦୁଇ ଦେଶର ଆର୍ଥନୈତିକ ବିକାଶ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ମତ ଦେଇଥିଲେ।
ଅର୍ଥନୀତିରେ ବଡ଼ ବ୍ୟବଧାନ
ଜୟଶଙ୍କର କହିଛନ୍ତି, ଯେଉଁଥିପାଇଁ ବର୍ତ୍ତମାନ ସମୟରେ ଦୁଇ ଦେଶର ଅର୍ଥନୀତି ମଧ୍ୟରେ ବଡ଼ ବ୍ୟବଧାନ ଆସିଯାଇଛି। ଏଥିପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି। ଜୟଶଙ୍କର କହିଛନ୍ତି, ଯେତେବେଳେ ରାଜୀବ ଗାନ୍ଧୀ ୧୯୮୮ ମସିହାରେ ବେଜିଂ ଗସ୍ତ କରିଥିଲେ, ସେତେବେଳେ ଭାରତ ଓ ଚୀନର ଅର୍ଥନୀତି ସମାନ ଆକାରର ଥିଲା। କିନ୍ତୁ ଚୀନ୍ ବ୍ୟାପକ ଆଧୁନିକୀକରଣ ଓ ଶିଳ୍ପାୟନ ଆରମ୍ଭ କରିଥିବାବେଳେ ଭାରତ ସେହି ସୁଯୋଗ ହାତଛଡ଼ା କରିଥିଲା।
ଚୀନ୍ ବିଶ୍ୱର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର
ସୂଚନାଯୋଗ୍ୟ, ୧୯୭୮ରେ ଦେଙ୍ଗ୍ ଜିଆଓପିଙ୍ଗ୍ଙ୍କ ନେତୃତ୍ୱରେ ଚୀନ୍ ଅର୍ଥନୈତିକ ସଂସ୍କାର ଆରମ୍ଭ କରିଥିଲା। ବିଶେଷ ଅର୍ଥନୈତିକ କ୍ଷେତ୍ର (ଏସ୍ଇଜେଡ୍) ପ୍ରତିଷ୍ଠା କରିବା ସହ ଉତ୍ପାଦନ ଓ ରପ୍ତାନିକୁ ଗୁରୁତ୍ୱ ଦେଇଥିଲା। ଅନ୍ୟପକ୍ଷରେ ଭାରତରେ ବ୍ୟାପକ ଅର୍ଥନୈତିକ ଉଦାରୀକରଣ ୧୯୯୧ରେ ଆରମ୍ଭ ହୋଇଥିଲା। ଚୀନ୍ ବିଶ୍ୱର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବେ ନିଜକୁ ଗଢ଼ିଥିବାବେଳେ ଭାରତ ପରବର୍ତ୍ତୀ ସମୟରେ ସୂଚନା ପ୍ରଯୁକ୍ତି ଓ ସେବା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଇଥିଲା।
'ହନି ଟ୍ରାପ୍'ରେ ପଡ଼ିଲେ ୱିଙ୍ଗ କମାଣ୍ଡର
ଜୟଶଙ୍କର ଭାରତ-ଚୀନ୍ ସୀମା ବିବାଦ ଉପରେ ମତ ରଖଛନ୍ତି। ସେ କହିଛନ୍ତି ଯେ, ଚୀନ୍ ସହିତ ଭାରତର ସୀମା ଏବେ ଅଧିକ ସକ୍ରିୟ ହୋଇଛି। ଗଲୱାନ ପ୍ରସଙ୍ଗ ଉଠାଇ ଜୟଶଙ୍କର କହିଛନ୍ତି, ସୀମାରେ ସେନା ମୁତୟନ କରିବା ଓ ଦୀର୍ଘ ସମୟ ଧରି ସେନାର ଆବଶ୍ୟକତା ପୂରଣ କରିବାରେ ଆମର କ୍ଷମତା ଉନ୍ନତ ହୋଇଛି। ସୀମାନ୍ତ ଭିତ୍ତିଭୂମିର ବିକାଶକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ସୀମାନ୍ତ ଭିତ୍ତିଭୂମିକୁ ଯେଉଁଭଳି ଅବହେଳା କରାଯାଉଥିଲା, ଏବେ ସେହି ସ୍ଥିତିରେ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି।

2 days ago
2


