ARTICLE AD BOX
ଲକ୍ଷ୍ମୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦିନ ମେରଠରେ ଆୟୋଜିତ 'ପୂର୍ବତନ ସୈନିକ ସମ୍ମିଳନୀ' ରେ ଯୋଗ ଦେଇଥିଲେ। ମେରଠ ସହର ଏହାର ବିପ୍ଳବାତ୍ମକ ଇତିହାସ ପାଇଁ ଜଣାଶୁଣା। ଏହି କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀ ଯୋଗୀ 'ଅଗ୍ନିବୀର' (ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତ କର୍ମୀ) ମାନଙ୍କ ସାମରିକ ସେବା ସମାପ୍ତ ହେବା ପରେ ସେମାନଙ୍କ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ ଯେ ଉତ୍ତର ପ୍ରଦେଶ ହେଉଛି ବୀରମାନଙ୍କ ଭୂମି, ଯେଉଁଠାରେ ୨୦ ଲକ୍ଷ ସାମରିକ କର୍ମଚାରୀ ଏବଂ ପୂର୍ବତନ ସୈନିକ ବସବାସ କରନ୍ତି। ପ୍ରତିବର୍ଷ ସମଗ୍ର ଦେଶରେ ସଶସ୍ତ୍ର ବାହିନୀରୁ ଯେଉଁ ୬୦,୦୦୦ କର୍ମଚାରୀ ଅବସର ନିଅନ୍ତି, ସେମାନଙ୍କ ମଧ୍ୟରୁ ୧୨,୦୦୦ ଜଣ ଉତ୍ତର ପ୍ରଦେଶର ଅଟନ୍ତି। ରାଜ୍ୟରେ ଏପରି ହଜାର ହଜାର ପରିବାର ଅଛନ୍ତି ଯେଉଁଠାରେ ପିଢ଼ି ପରେ ପିଢ଼ି ଦେଶସେବା କରିଆସୁଛନ୍ତି । ଜେଜେବାପା ଓ ବାପାଙ୍କ ପରେ ଆଜି ସେମାନଙ୍କ ପୁଅ ଓ ଝିଅମାନେ ସୀମାରେ ମୁତୟନ ହୋଇ ଦେଶର ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି। ସହିଦମାନଙ୍କ ପରିବାରକୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ୨୦ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୫୦ ଲକ୍ଷ ଟଙ୍କା କରାଯାଇଛି।
ଆର୍ଥିକ ସହାୟତା ରାଶି ୫୦ ଲକ୍ଷ ଟଙ୍କା
ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସହିଦମାନଙ୍କ ପରିବାରବର୍ଗଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସଶସ୍ତ୍ର ବାହିନୀର ଶୃଙ୍ଖଳା ଦ୍ୱାରା ଗଢ଼ି ଉଠିଥିବା ଯୁବକମାନେ ରାଜ୍ୟ ପାଇଁ ଶକ୍ତିର ଉତ୍ସ ହେବେ; ଏଥିପାଇଁ ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି।’
ଏହି ଅବସରରେ ମୁଖ୍ୟମନ୍ତ୍ରୀ ତିନୋଟି ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ରହିଛି ବୀରତ୍ୱ ପୁରସ୍କାର ପାଇଁ ଦିଆଯାଉଥିବା ଅର୍ଥରାଶିକୁ ଦ୍ୱିଗୁଣିତ କରାଯାଇଛି, ଘର କିଣିବା ପାଇଁ ଷ୍ଟାମ୍ପ ଶୁଳ୍କ ଛାଡ଼ ପାଇଁ ଥିବା ସୀମାକୁ ୨୦ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୫୦ ଲକ୍ଷ ଟଙ୍କା କରାଯାଇଛି, ସହିଦଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି।
ଅମିତାଭଙ୍କ ବଙ୍ଗଳା ‘ଜଲ୍ସା’କୁ ନେଇ ପାରିବାରିକ ବିବାଦ; ଦାନପତ୍ରକୁ ଚ୍ୟାଲେଞ୍ଜ କଲେ ଭାଇ ବୋହୂ

2 days ago
2


