ARTICLE AD BOX
ରାମପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାମପୁରଠାରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ଅଯୋଧ୍ୟା, କାଶୀ ବିଶ୍ୱନାଥ ଓ ପ୍ରୟାଗରାଜ ମହାକୁମ୍ଭର ଭବ୍ୟ ରୂପାନ୍ତରଣକୁ ବିରୋଧୀମାନେ ହଜମ କରି ନପାରି ମିଥ୍ୟା ଓ ଭ୍ରମାତ୍ମକ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ସେ ବିରୋଧୀଙ୍କୁ ରାମାୟଣର କପଟୀ ରାକ୍ଷସ ‘କାଳନେମୀ’ ସହ ତୁଳନା କରି କହିଛନ୍ତି ଯେ, ଯେଉଁମାନେ ପୂର୍ବରୁ ରାମ-କୃଷ୍ଣଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରୁଥିଲେ, ସେମାନେ ଏବେ ଅଯୋଧ୍ୟା ଦର୍ଶନ ପାଇଁ ବ୍ୟାକୁଳ ହେଉଛନ୍ତି।
‘ରାମଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରୁଥିବା ଲୋକେ ଏବେ ଅଯୋଧ୍ୟା ଯିବାକୁ ବ୍ୟାକୁଳ’
ଜନସାଧାରଣ ଏଭଳି ପ୍ରତାରକମାନଙ୍କୁ ଚିହ୍ନଟ କରି ସମୁଚିତ ଜବାବ ଦେବାକୁ ସକ୍ଷମ ବୋଲି ସେ କହିଛନ୍ତି। ପୂର୍ବ ସରକାର କେବଳ ତୁଷ୍ଟୀକରଣ ରାଜନୀତି କରୁଥିବା ବେଳେ ବର୍ତ୍ତମାନର ଡବଲ-ଇଞ୍ଜିନ ସରକାର ସାଧାରଣ ଜନତାଙ୍କ ସନ୍ତୋଷ ପାଇଁ କାମ କରୁଛନ୍ତି ବୋଲି ଯୋଗୀ କହିଛନ୍ତି।ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ପ୍ରସିଦ୍ଧ ‘ରାମପୁରୀ ଛୁରି’କୁ ଜମି ହଡ଼ପ ଓ ସାଧାରଣ ଲୋକଙ୍କୁ ଭୟଭୀତ କରିବା ପାଇଁ ବ୍ୟବହାର କରାଯାଉଥିଲା, ମାତ୍ର ବର୍ତ୍ତମାନ ଏହା ନାଗରିକଙ୍କ ସୁରକ୍ଷା ପାଇଁ କାମ କରୁଛି।

4 hours ago
1


