Chhath Puja: ମାତ୍ର ୨୧୦୦ ଟଙ୍କାରେ ଆକାଶରୁ ଦେଖିପାରିବେ ପଟନାର ଛଠ ପୂଜା

55 minutes ago 1
ARTICLE AD BOX

ପାଟନା: ବିହାରରେ ଛଠ୍ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଏହି ପର୍ବ ପାଳନ କରିବା ପାଇଁ ଅନ୍ୟ ଜିଲ୍ଲାରୁ ମଧ୍ୟ ଲୋକେ ପାଟନା ଆସି ଗଙ୍ଗା ନଦୀ କୂଳରେ ପୂଜା କରିଥାନ୍ତି। ତେବେ ଏଥର ଭିଡ଼ଠାରୁ ଦୂରରେ ରହି ହେଲିକପ୍ଟରରେ ବସି ଆକାଶ ମାର୍ଗରୁ ପାଟନାର ଐତିହାସିକ ଛଠ୍ ପୂଜାର ମନୋରମ ଦୃଶ୍ୟ ଦେଖିବାର ସୁଯୋଗ ମିଳିବ। ବିହାର ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ସୁବିଧା ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଲିକପ୍ଟର ଜୟ ରାଇଡ୍‌ର ପରିସର ବୃଦ୍ଧି କରାଯାଇଛି। ଏଥିରେ ନୂଆ ସୁବିଧା ଯୋଡ଼ାଯାଉଛି। ଛଠ୍ ପର୍ବ ଅବସରରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ହେଲିକପ୍ଟର ଜୟ ରାଇଡ୍‌ର ବ୍ୟବସ୍ଥା କରାଯାଇଛି। ମାତ୍ର ୨୧୦୦ ଟଙ୍କା ଖର୍ଚ୍ଚ କରି ଜଣେ ବ୍ୟକ୍ତି ହେଲିକପ୍ଟରରେ ବସି ପାଟନାର ସୁନ୍ଦର ଦୃଶ୍ୟ ଉପଭୋଗ କରିପାରିବେ।

 ଆରମ୍ଭ ହୋଇଛି ବୁକିଂ

ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହେଲିକପ୍ଟର ଜୟ ରାଇଡ୍ ପାଇଁ ୧୦ ନଭେମ୍ବର ୨୦୨୬ରୁ ବୁକିଂ ଆରମ୍ଭ ହୋଇଛି। ନଭେମ୍ବର ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ସୁବିଧା ଉପଲବ୍ଧ ହେବ।  ହେଲିକପ୍ଟର ଉଡ଼ାଣ ସମୟ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ରହିଛି। ପ୍ରତିଦିନ ୬ଟି ସ୍ଲଟ୍‌ର ବ୍ୟବସ୍ଥା ରହିଛି।  ନଭେମ୍ବର ୧୯ରୁ ପ୍ରତି ଶନିବାର, ରବିବାର ସହ ଗୁରୁବାର ଓ ଶୁକ୍ରବାର ମଧ୍ୟ ନିୟମିତ ହେଲିକପ୍ଟର ସେବା ମିଳିବ।

ଛଠ୍ ବିହାରର ସାଂସ୍କୃତିକ ପରିଚୟ ଏବଂ ଲୋକଙ୍କ ଆସ୍ଥାର ଏକ ବଡ଼ ପର୍ବ। ଏହି ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ସମେତ ବିଭିନ୍ନ ନଦୀ, ପୋଖରୀ ଓ ଜଳାଶୟ କୂଳରେ ଏକାଠି ହୋଇ ଅସ୍ତଗାମୀ ଓ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି। ଏହି ସମୟରେ ଘାଟଗୁଡ଼ିକୁ ଆକର୍ଷଣୀୟ ଭାବେ ସଜାଯାଇଥାଏ। ରଙ୍ଗବେରଙ୍ଗ ଆଲୋକ ସାଜସଜ୍ଜା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଏଥର ହେଲିକପ୍ଟରରେ ବସି ଆକାଶ ମାର୍ଗରୁ ଘାଟର ସାଜସଜ୍ଜା, ଆଲୋକମାଳା ଓ ଶ୍ରଦ୍ଧାଳୁଙ୍କ ଅର୍ଘ୍ୟ ଅର୍ପଣର ଦୃଶ୍ୟ ଦେଖିବାର ସୁଯୋଗ ମିଳିବ।

ଅନଲାଇନ୍‌ରେ କରିପାରିବେ ବୁକିଂ

ହେଲିକପ୍ଟର ଜୟ ରାଇଡ୍‌ର ମଜା ନେବାକୁ ଚାହୁଁଥିବା ଲୋକେ ବିହାର ପର୍ଯ୍ୟଟନ ବିଭାଗର ଅଧିକାରିକ ବୁକିଂ ପୋର୍ଟାଲ୍‌ରେ ସିଟ୍‌ ବୁକ୍ କରିପାରିବେ। ପ୍ରତି ବ୍ୟକ୍ତିଙ୍କ ଟିକେଟ୍ ମୂଲ୍ୟ ୨୧୦୦ ଟଙ୍କା। ବୁକିଂ ୱେବ୍‌ସାଇଟ୍: https://booking.tourism.bihar.gov.in/

ବାୟୁ ପ୍ରଦୂଷଣ ଓ ଖରାପ ଏକ୍ୟୁଆଇ: କାଶ, ମୁଣ୍ଡବିନ୍ଧାରୁ ବର୍ତ୍ତିବା ପାଇଁ ଜାଣନ୍ତୁ ଉପାୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.