ARTICLE AD BOX
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚେସ୍ ସଂଘ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ସୁନ୍ଦରଗଡ଼ଜିଲ୍ଲାଚେସ୍ ସଂଘର ସହଯୋଗରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଆସନ୍ତା ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍ ଓଡ଼ିଶା ରାଜ୍ୟ ଓପନ୍ ଓ ବାଳିକା ଚୟନ ଫିଡେ ରେଟିଂ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଚାରିଦିନିଆ ଏହି ପ୍ରତିଯୋଗିତାରେ ୯୦ ମିନିଟ୍+ ପ୍ରତି ଚାଲ୍ରେ ୩୦ ସେକେଣ୍ଡ ଇନକ୍ରିମେଣ୍ଟ ସମୟ ନିୟମରେ ସମୁଦାୟ ୮ଟି ରାଉଣ୍ଡ ଖେଳାଯିବ। ୨୦୦୯ ମସିହା କିମ୍ବା ତା’ପରେ ଜନ୍ମଗ୍ରହଣ କରିଥିବା ଓଡ଼ିଶାର ୧୭ ବର୍ଷରୁ କମ୍ ବୟସର ଚେସ୍ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତାର ଓପନ୍ ଓ ବାଳିକା ବିଭାଗର ଶ୍ରେଷ୍ଠ ଦୁଇଜଣ ଖେଳାଳି ଆସନ୍ତା ୨୮ ସେପ୍ଟେମ୍ବରରୁ ୬ ଅକ୍ଟୋବର ପର୍ଯ୍ୟନ୍ତ ଜମ୍ମୁରେ ହେବାକୁ ଥିବା ଜାତୀୟ ୧୭ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିବେ।
୪୪ଟି ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ
ପ୍ରତିଯୋଗିତାରେ ମୋଟ ୩୦,୦୦୦ ଟଙ୍କାର ନଗଦ ପୁରସ୍କାର ସହିତ ୪୪ଟି ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ। ଉଭୟ ବିଭାଗର ବିଜେତା, ଉପବିଜେତା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ଟ୍ରଫି ସହ ଯଥାକ୍ରମେ ୩ହଜାର, ଅଢ଼େଇ ହଜାର ଓ ପନ୍ଦରଶହ ଟଙ୍କା ପ୍ରଦାନ କରାଯିବ। ଏଥିସହ ଶ୍ରେଷ୍ଠ ୧୦ ଜଣଙ୍କୁ ନଗଦ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯିବ। ଏହାବାଦ୍ ବିଭିନ୍ନ ବୟସ ବର୍ଗ ଓ ବାଳିକାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ଜଣ ଲେଖାଏଁ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରାଯିବ। ଅଧିକ ବିବରଣୀ ପାଇଁ ପ୍ରକାଶ କୁମାର ସାହୁ (୯୦୯୦୬୭୬୧୬୬) ଓ ସୁରେଶ ଚନ୍ଦ୍ର ସାହୁ (୯୩୩୭୮୦୩୩୦୧)ଙ୍କୁ ଯୋଗାଯୋଗ କରିପାରିବେ।
Badminton Championship: ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ର ବ୍ୟାଡମିଣ୍ଟନ୍ରେ ଚାମ୍ପିୟାନ

1 hour ago
1


