Cattle Smuggling: କାର୍‌ରେ ଚାଲାଣ ହେଉଥିଲା ଗୋରୁ, ୨ଟି ଗୋରୁ ଉଦ୍ଧାର ସହ କାର୍‌ ଜବତ

3 weeks ago 14
ARTICLE AD BOX

ଧାମନଗର: ଯେତେ ଚଢ଼ାଉ ହେଲେବି ଭଦ୍ରକ ଜିଲ୍ଲାରେ ଗୋରୁଚାଲାଣ ଥମିବାର ନାମ ନେଉନାହିଁ। ଗୋଚାଲଣକାରୀ ନୂଆ ଉପାୟରେ ଏହିଭଳି ଘୃଣ୍ୟ କାମ କରୁଥିବାର ଦେଖିବାକୁ ମିଳୁଛି। ଧାମନଗର ଥାନା ହବିବନଗର ଅନ୍ତର୍ଗତ କଟଣାପାହି ପଡ଼ିଆ ନିକଟରେ ଏକ କାରରେ ଗୋରୁ ଚାଲାଣ ବେଳେ ପୁଲିସ ଚଢ଼ାଉ କରି ୨ଟି ଗୋରୁ ଉଦ୍ଧାର କରିଛି। ଏଥିସହ ଚାଲାଣରେ ବ୍ୟବହୃତ କାରକୁ ପୁଲିସ ଜବତ କରି ଥାନାକୁ ନେଇଛି। ତେବେ ପୁଲିସକୁ ଦେଖି କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଏନେଇ ଏସ୍‌ଆଇ ନାରାୟଣ ନାୟକଙ୍କ ଦ୍ୱାରା ଧାମନଗର ଥାନାରେ କେସ୍‌ ନମ୍ବର ୩୮୭/୨୬ରେ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଫେରାର ଚାଳକଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି।

କାରର ପଛ ସିଟ୍‌ ଖୋଲି ଗୋରୁ ଚାଲାଣ କରାଯାଉଛି

ଅନ୍ୟପକ୍ଷରେ, ଅଞ୍ଚଳରେ କାରର ପଛ ସିଟ୍‌ ଖୋଲି ଗୋରୁ ଚାଲାଣ କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରି ଚାଲାଣ ରୋକିବା ସହ ଜବତ ଗାଡ଼ିଗୁଡ଼ିକର ବ୍ୟବହାର ଉପରେ ମଧ୍ୟ ନଜର ରଖିବାକୁ ସେମାନେ ଦାବି କରିଛନ୍ତି।

Mining Department : ଖଣି ବିଭାଗ ପକ୍ଷରୁ ୧୧ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.