ARTICLE AD BOX
ରାସାୟନିକ ପିଲ୍ କ’ଣ ଓ ଏହାକୁ କେଉଁ ପରିସ୍ଥିତିରେ ବ୍ୟବହାର କରାଯାଏ?
ରାସାୟନିକ ପିଲ୍ ବ୍ୟବହାର ଏକ ନିର୍ଦ୍ଦିଷ୍ଟ ରାସାୟନିକ ଦ୍ରବ୍ୟ ଲଗାଇ ଚର୍ମକୁ ଏକ୍ସଫୋଲିଏଟ୍ (ମୃତ କୋଷ କାଢ଼ିବା) କରିବା ପ୍ରକ୍ରିୟାକୁ ବୁଝାଏ। ଏଥିରେ ଚର୍ମ ଉପରେ ଏକ ନୂତନ ସ୍ତର ସୃଷ୍ଟି ହୁଏ ଏବଂ ପୁରୁଣା ସ୍ତରଟି ଛାଡ଼ିଯାଇଥାଏ। ସନ୍ବର୍ଣ୍ଣ, ବ୍ରଣ, ମେଲାଜମା ତଥା ଚର୍ମର ଗଠନ ଅସମାନ ଥିଲେ ବା ଓପନ୍ ପୋର୍ସ ସମସ୍ୟା ଥିଲେ ଏହି ପିଲ୍ ବ୍ୟବହାର କରାଯାଇଥାଏ।
Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା
ଡିପ୍ କେମିକାଲ୍ ପିଲ୍ ବ୍ୟବହାର କରୁଥିବା ସମୟରେ ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ନ ପଡ଼ିବା ପାଇଁ କି କି ସତର୍କତା ଅବଲମ୍ବନ କରାଯାଏ?
ଡିପ୍ ପିଲ୍ ବ୍ୟବହାର କରିବା ପୂର୍ବରୁ ରୋଗୀଙ୍କ ପୁରୁଣା ଇତିହାସ (ହୃଦ୍ରୋଗ, ମେଡିସିନ୍ ବା ଚର୍ମ ଆଲର୍ଜି ଅଛି କି ନାହିଁ, କିମ୍ବା ପୂର୍ବରୁ ମୁହଁରେ କୌଣସି ଟ୍ରିଟ୍ମେଣ୍ଟ ବା ଲେଜର୍ କରାଯାଇଛି କି ନାହିଁ) ଜାଣିବା ନିହାତି ଆବଶ୍ୟକ। କୌଣସି ପ୍ରକାର ଔଷଧର ପାର୍ଶ୍ବ ପ୍ରତିକ୍ରିୟା କିମ୍ବା ହାଇପର୍ସେନ୍ସିଟିଭିଟି ଜାଣିବା ପାଇଁ ପ୍ରଥମେ ହାତର ଏକ ଛୋଟ ସ୍ଥାନରେ ‘ପ୍ୟାଚ୍ ଟେଷ୍ଟ୍’ କରାଯାଇଥାଏ। ଏହା ସହିତ ଆଇସୋଟ୍ରେଟନ୍ଏନ୍ ଅଏଣ୍ଟ୍ମେଣ୍ଟ୍ ବ୍ୟବହାର ହୋଇଛି କି ନାହିଁ, ତାହା ଯାଞ୍ଚ କରାଯାଏ।
ଚର୍ମରେ ହାଇପର୍ କିମ୍ବା ହାଇପୋପିଗ୍ମେଣ୍ଟେସନ୍ ଓ ଦାଗ ଆଶଙ୍କା ଏଡ଼ାଇବା ପାଇଁ ପ୍ରି-ଟ୍ରିଟମେଣ୍ଟ୍ ସମୟରେ କେଉଁ ସତର୍କତା ନେବା ଆବଶ୍ୟକ?
ପ୍ରି-ଟ୍ରିଟମେଣ୍ଟ୍ ସମୟରେ ରୋଗୀଙ୍କର ପୂର୍ବରୁ ବ୍ରଣ ଥିଲା କି ନାହିଁ ଯାଞ୍ଚ କରାଯାଏ। ଯଦି ରୋଗୀଙ୍କ ସକ୍ରିୟ ବ୍ରଣ ଥାଏ, ତେବେ ପ୍ରଥମେ ଆଣ୍ଟିବାୟୋଟିକ୍ ଓ କ୍ରିମ୍ ଦ୍ୱାରା ତାହାକୁ ନିୟନ୍ତ୍ରଣ କରାଯାଏ। କିଛି ସପ୍ତାହ ପୂର୍ବରୁ ଚର୍ମକୁ ପ୍ରାଇମ୍ କରିବା ପାଇଁ ସନ୍ସ୍କ୍ରିନ୍, କଣ୍ଟ୍ରୋଲ୍ କ୍ରିମ୍ ଓ ଅଏଣ୍ଟ୍ମେଣ୍ଟ୍ ଲଗାଇବାକୁ ପରାମର୍ଶ ଦିଆଯାଏ। ଯଦି ପୂର୍ବରୁ କୌଣସି ଲାଲ୍ ପଡ଼ିବା ଦେଖାଯାଏ, ତେବେ ୩୦ ଏସ୍ପିଏଫ୍ ଉପରର ସନ୍ସ୍କ୍ରିନ୍ ବ୍ୟବହାର କରିବାକୁ କୁହାଯାଏ।
Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା
ପିଲ୍ ପ୍ରକ୍ରିୟା ପରେ ସୂର୍ଯ୍ୟରଶ୍ମିରୁ ଚର୍ମକୁ ସୁରକ୍ଷା ଦେବା ପାଇଁ କିପରି ଯତ୍ନ ଜରୁରି?
ପ୍ଲାଷ୍ଟିକ୍ ସର୍ଜନ୍ କିମ୍ବା ଡର୍ମାଟୋଲୋଜିଷ୍ଟ୍ଙ୍କ ପରାମର୍ଶରେ ପିଲ୍ ପ୍ରକ୍ରିୟା ପରେ ସୂର୍ଯ୍ୟ କିରଣରୁ ରକ୍ଷା ପାଇଁ ସନ୍ସ୍କ୍ରିନ୍ର ବ୍ୟବହାର ଜରୁରି। ସର୍ବନିମ୍ନ ଏସ୍ପିଏଫ୍-୩୦ ଠାରୁ ଆରମ୍ଭ କରି ଏସ୍ପିଏଫ୍ ୫୦, ୮୦ ଓ ୧୧୫ ପର୍ଯ୍ୟନ୍ତ ସନ୍ ପ୍ରୋଟେକ୍ସନ୍ ଫ୍ୟାକ୍ଟର୍ ଉପଲବ୍ଧ ଅଛି। ଏସ୍ପିଏଫ୍-୩୦ ପ୍ରାୟ ୩-୪ ଘଣ୍ଟା ସୁରକ୍ଷା ଦେଉଥିବାବେଳେ, ଅଧିକ ଏସ୍ପିଏଫ୍ ଅଧିକ ସମୟ ଓ ଅଧିକ ପ୍ରତିଶତ ସୁରକ୍ଷା ଦେଇଥାଏ। ଏହା ସହିତ ଭଲ ମଏଶ୍ଚରାଇଜର୍ ଦିନକୁ ଦୁଇରୁ ତିନିଥର ବ୍ୟବହାର କରିବା ଉଚିତ।
ଏହି ପ୍ରକ୍ରିୟା ପରେ ଚର୍ମରେ ଅଧିକ ଜଳାପୋଡ଼ା, ଲାଲ୍ ପଡ଼ିବା କିମ୍ବା କ୍ରଷ୍ଟିଂ ହେଲେ ତୁରନ୍ତ କେଉଁ ପଦକ୍ଷେପ ନେବାକୁ ପଡ଼ିବ?
ଯଦି ଚର୍ମ ହାଲୁକା ଲାଲ୍ ପଡ଼ିଥାଏ, ତେବେ ତୁରନ୍ତ ବରଫ ଲଗାଇବାକୁ ପରାମର୍ଶ ଦିଆଯାଏ। ଏହାଦ୍ୱାରା ଚେହେରାର ଉତ୍ତାପ କମିଯାଏ। ରାସାୟନିକ ପିଲ୍ ପରେ ଚର୍ମ ପତଳା ହୋଇ ଛାଡ଼ିବା ସାଧାରଣ ପ୍ରକ୍ରିୟା, ଯାହା କିଛି ଦିନ ପରେ ଆରମ୍ଭ ହୁଏ। ଏହି ସମୟରେ ବରଫ ଲଗାଇବା ପରେ ସନ୍ସ୍କ୍ରିନ୍ କିମ୍ବା ମଏଶ୍ଚରାଇଜର୍ ଲଗାଇବା ଜରୁରି। ଅଧିକ ଜଳାପୋଡ଼ା ବା ଅଧିକ ଲାଲ୍ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

59 minutes ago
1


