Health News: ସ୍ବାସ୍ଥ୍ୟ ସମ୍ବାଦ: ପଲିଫେଜିଆ

1 hour ago 1
ARTICLE AD BOX

ମଧୁମେହ ବା ଡାଇବେଟିସ୍‌ରେ ପୀଡ଼ିତ ବ୍ୟକ୍ତିଙ୍କୁ ଅତ୍ୟଧିକ ବା ବାରମ୍ବାର ଭୋକ ଲାଗିଥାଏ, ଯାହାକୁ ଡାକ୍ତରୀ ଭାଷାରେ ପଲିଫେଜିଆ ବା ହାଇପର୍‌ଫେଜିଆ କୁହାଯାଏ। ଏହାକୁ ଡାଇବେଟିସ୍‌ର ସାଧାରଣ ଲକ୍ଷଣ ଭାବେ ଧରାଯାଏ। ବିଶେଷଜ୍ଞମାନେ କହନ୍ତି, ମଧୁମେହ ହୋଇଥିଲେ ଲୋକେ ଖାଇବା ପରେ ମଧ୍ୟ ଅତ୍ୟଧିକ ଭୋକ ଅନୁଭବ କରିପାରନ୍ତି। ଏହା ଗ୍ଲୁକୋଜ୍‌ ଓ ଇନ୍‌ସୁଲିନ୍‌ ନିୟନ୍ତ୍ରଣରେ ପରିବର୍ତ୍ତନ ସହ ଜଡ଼ିତ ହୋଇପାରେ। ତେବେ ଖାଇବା ପରେ ପୁଣି ଭୋକ ଲାଗିବା କେତେକ ସମୟରେ ଅସ୍ୱାଭାବିକ ବି ହୋଇଥାଏ। ବାରମ୍ବାର  ଅତ୍ୟଧିକ ଭୋକ ସହ ଶୋଷ ଲାଗିବା, ବାରମ୍ବାର ପରିସ୍ରା, ଥକାପଣ, କିମ୍ବା ଅନିଚ୍ଛାକୃତ ଓଜନ ହ୍ରାସ ପରି ଲକ୍ଷଣ ଦେଖାଗଲେ ଅଣଦେଖା କରିବା ଉଚିତ ନୁହେଁ। ତେଣୁ ଡାଇବେଟିସ୍‌ ହିଁ ସବୁବେଳେ ବାରମ୍ବାର ଭୋକର କାରଣ ନୁହେଁ। ନିଦ, ଶାରୀରିକ କାର୍ଯ୍ୟକଳାପ, ମାନସିକ ଚାପ, କେତେକ ଔଷଧ ଓ ଅନ୍ୟ ଅନେକ କାରଣ ଦ୍ୱାରା ମଧ୍ୟ ଭୋକ ପ୍ରଭାବିତ ହୋଇପାରେ।

Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା

ହାଇପର୍‌ଫେଜିଆ ବା ପଲିଫେଜିଆର ଅର୍ଥ, ସ୍ୱାଭାବିକଠାରୁ ଅଧିକ ଖାଇବା କିମ୍ବା ଅତି ଭୋକିଲା ଅନୁଭବ କରିବା। ସାଧାରଣତଃ, ଶରୀର ଶକ୍ତି ପାଇଁ ଖାଦ୍ୟରୁ ଗ୍ଲୁକୋଜ୍‌ ବ୍ୟବହାର କରିଥାଏ। ଯେତେବେଳେ ଆମେ ଖାଉ, କାର୍ବୋହାଇଡ୍ରେଟ୍‌ ଗ୍ଲୁକୋଜ୍‌ ଦ୍ବାରା ଭାଙ୍ଗି ରକ୍ତପ୍ରବାହରେ ମିଶିଥାଏ। ଇନ୍‌ସୁଲିନ୍‌ ରକ୍ତପ୍ରବାହରୁ ଗ୍ଲୁକୋଜ୍‌ କୋଷଗୁଡ଼ିକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରେ, ଯେଉଁଠାରେ ଏହା ଇନ୍ଧନ ଭାବେ ବ୍ୟବହୃତ ହୁଏ କିମ୍ବା ସଂରକ୍ଷିତ ରହେ। ଡାଇବେଟିସ୍‌ କାରଣରୁ ଅନେକ ଇନ୍‌ସୁଲିନ୍‌ ଉତ୍ପାଦିତ ହୁଏ, ତେବେ ଠିକ୍‌ ଭାବରେ କାମ କରେ ନାହିଁ। ଫଳରେ ଏହା ରକ୍ତରେ ଗ୍ଲୁକୋଜ୍‌ ସ୍ତର ବୃଦ୍ଧିର କାରଣ ପାଲଟେ। ଏଣୁ ବ୍ୟକ୍ତି ବାରମ୍ବାର ଭୋକ ଅନୁଭବ କରିପାରନ୍ତି।

ଆମେରିକୀୟ ମଧୁମେହ ସଂଘ ଅନୁଯାୟୀ, ଆମେ କୌଣସି ଖାଦ୍ୟ ଖାଇଲେ ତାହା ରକ୍ତ ପ୍ରବାହରେ ଗ୍ଲୁକୋଜ୍‌ ଛାଡ଼ିଥାଏ। ସାଧାରଣ ପରିସ୍ଥିତିରେ, ଇନ୍‌ସୁଲିନ୍‌ କୋଷଗୁଡ଼ିକୁ ଗ୍ଲୁକୋଜ୍‌ ଶୋଷଣ କରିବାରେ ସାହାଯ୍ୟ କରେ। ତେବେ ଡାଇବେଟିସ୍‌ରେ ଇନ୍‌ସୁଲିନ୍‌ର ଅଭାବ କିମ୍ବା ଇନ୍‌ସୁଲିନ୍‌ ପ୍ରତିରୋଧ ଯୋଗୁଁ ଗ୍ଲୁକୋଜ୍‌ ବ୍ୟବହାର ଏବଂ ନିୟନ୍ତ୍ରଣ ବାଧାପ୍ରାପ୍ତ ହୁଏ। ରକ୍ତରେ ଗ୍ଲୁକୋଜ୍‌ ସ୍ତର ବୃଦ୍ଧି ପାଇଲେ ଶରୀରର ଟିସୁଗୁଡ଼ିକ ଅନ୍ୟ ଉପାୟରେ ଶକ୍ତି ବ୍ୟବହାର ପାଇଁ ପର୍ଯ୍ୟାପ୍ତ ଗ୍ଲୁକୋଜ୍‌ ଉପଲବ୍‌ଧ ଥିବାର ସଙ୍କେତ ପାଇଥାନ୍ତି। ଏହି ମେଟାବୋଲିକ୍‌ ବିଭ୍ରାଟ ଅତ୍ୟଧିକ ଭୋକ ସୃଷ୍ଟିକରେ।

Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା

ତେବେ ବାରମ୍ବାର ଭୋକ ଲାଗିବା ସବୁବେଳେ ମଧୁମେହର ଲକ୍ଷଣ ହୋଇ ନପାରେ। ଏହାର ଅନେକ କାରଣ ରହିଛି। ତେଣୁ କେବଳ ଏହି ଗୋଟିଏ ଲକ୍ଷଣ ଉପରେ ଆଧାର କରି ମଧୁମେହ ବୋଲି ଧରିନେବା ଠିକ୍ ନୁହେଁ। ଖାଦ୍ୟରେ ପ୍ରୋଟିନ୍ କିମ୍ବା ଫାଇବର୍‌ର ଅଭାବ, ଖୁବ୍‌ କମ୍‌ କ୍ୟାଲୋରି ଗ୍ରହଣ, ଅଧିକ ଶାରୀରିକ କାର୍ଯ୍ୟକଳାପ, ପର୍ଯ୍ୟାପ୍ତ ନିଦର ଅଭାବ, ମାନସିକ ଚାପ, ଖାଦ୍ୟ ମଧ୍ୟରେ ଅତ୍ୟଧିକ ବ୍ୟବଧାନ, କେତେକ ଔଷଧ, ହର୍‌ମୋନ୍‌ କିମ୍ବା ମେଟାବୋଲିକ୍‌ ଅବସ୍ଥା ଓ କମ୍‌ ରକ୍ତ ଶର୍କରା ମଧ୍ୟ ବାରମ୍ବାର ଭୋକର ସମ୍ଭାବ୍ୟ କାରଣ ହୋଇପାରେ। ତେଣୁ ଏଭଳି ସ୍ଥିିତି ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.