Bus Attack: ସିରିୟାରେ ଯାତ୍ରୀବାହୀ ବସ୍‌ ଉପରେ ଆଖିବୁଜା ଗୁଳିମାଡ଼: ୭ ମୃତ

42 minutes ago 1
ARTICLE AD BOX

ଦାମାସ୍କସ୍‌: ଉତ୍ତରପଶ୍ଚିମ ସିରିୟାରେ ବୁଧବାର ଏକ ଛୋଟ ଯାତ୍ରୀବାହୀ ବସ୍‌ ଉପରେ ଅନ୍ଧାଧୂନ୍‌ ଗୁଳି ମାଡ଼ ଯୋଗୁ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ପଶ୍ଚିମ ସିରିଆର ହୋମସ୍ ପ୍ରଦେଶର ମାସିଆଫ୍ ସେତୁ ନିକଟରେ ହୋଇଥିବା ବନ୍ଧୁକ ଆକ୍ରମଣରେ ଚାରି ଜଣ ଆହତ ହୋଇଥିବା ସରକାରୀ ନ୍ୟୁଜ୍ ଏଜେନ୍ସି ସାନା ରିପୋର୍ଟ କରିଛି।

ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି

ଗୁଳିକାଣ୍ଡର କାରଣ ଜଣାପଡ଼ି ନଥିବାବେଳେ କୌଣସି ଗୋଷ୍ଠୀ ମଧ୍ୟ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସିରିୟା ପକ୍ଷରୁ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀକୁ ମଧ୍ୟ ଦାୟୀ କରାଯାଇନାହିଁ। ମୃତକମାନେ ଏକ କମ୍ପାନିର କର୍ମଚାରୀ, ସେମାନେ କାମରୁ ଘରକୁ ଫେରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୋମ୍ସର ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀ କମାଣ୍ଡର ବ୍ରିଗେଡିୟର ଜେନେରାଲ ବାସେମ ମହମ୍ମଦ ଶାବାନ ନିର୍ମମ ଆକ୍ରମଣକୁ ନିନ୍ଦା କରିଛନ୍ତି।

UNHRC: କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ: ୟୁଏନଏଚଆରସିରେ ବିଷ ଉଗାରିଲା ପାକିସ୍ତାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.