ARTICLE AD BOX
ଅନୁଗୋଳ (ପତିତପାବନ ସାହୁ): ଛେଣ୍ଡିପଦା ନିକଟରେ ଦିନେ ହସୁଥିଲା ସଂରକ୍ଷିତ ଜଙ୍ଗଲ। କିନ୍ତୁ, ଏଠାକାର ଭୂଇଁ ତଳେ ଥିବା କୋଇଲା ଉତ୍ତୋଳନ ପାଇଁ ଜଙ୍ଗଲ କାଟି ପଦା କରିଦିଆଗଲା। ନଇନି କୋଲ୍ ବ୍ଲକ୍ ଭିତରେ ହଜିଗଲା ହଜାର ହଜାର ବର୍ଷର ଜଙ୍ଗଲ। ଏହି କୋଇଲା ଖଣି ପାଇଁ ୭୮୨ ହେକ୍ଟର ଜଙ୍ଗଲ ଜମିର ବ୍ୟବହାର କରାଯାଉଥିଲା ବେଳେ ଏଥିରୁ ୬୪୩ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି। କେବଳ ଏହି ଗୋଟିଏ କୋଲ୍ ବ୍ଲକ୍ ନୁହେଁ, ଖଣିଖାଦାନ ସହ ଶିଳ୍ପ, କଳକାରଖାନା, ରାସ୍ତାଘାଟ ଓ ଅନ୍ୟାନ୍ୟ ବିକାଶମୂଳକ କାମ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ଗତ ୫ ବର୍ଷରେ ଅନୁଗୋଳ ଜିଲ୍ଲାରେ ଏଥିପାଇଁ ୧୨୯୫ ହେକ୍ଟର ଜଙ୍ଗଲ ଜମି ଅନ୍ୟ କାମ ପାଇଁ ବ୍ୟବହାର ହୋଇଛି। ଏହା ବଦଳରେ ମାତ୍ର ୩.୯୮ ହେକ୍ଟର ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛି।
UPSC ଶତାବର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିବେ ସ୍ମାରକୀ ମୁଦ୍ରା ଓ ଡାକଟିକଟ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ରେ ୫ଟି ନୂଆ କୋଲ୍ ବ୍ଲକ୍ରୁ କୋଇଲା ଉତ୍ତୋଳନ ଆରମ୍ଭ ହୋଇଛି। ଆଉ ପ୍ରାୟ ୧୦ଟି ଖଣିରୁ ଖନନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପଟେ କୋଇଲା ଉତ୍ପାଦନ ପାଇଁ ଅନ୍ୟାନ୍ୟ ଶିଳ୍ପ ଗଢ଼ିଉଠୁଛି। ପୁଣି ଅନୁଗୋଳ ଦେଇ ଯାଇଥିବା ୩ଟି ଜାତୀୟ ରାଜପଥ ପ୍ରଶସ୍ତୀକରଣ, ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ, ଜଳସେଚନ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିକୁ ବ୍ୟବହାର କରାଯାଉଛି। ଏମିତି ବିକାଶମୂଳକ କାମ ପାଇଁ ଜଙ୍ଗଲ ଜମିର କିସମ ବଦଳାଇବାକୁ ପଡ଼ୁଛି। ୫ ବର୍ଷରେ ଅନୁଗୋଳ ବନଖଣ୍ଡରୁ ୧୨୫୬.୧୨ ହେକ୍ଟର ଜଙ୍ଗଲ ଜମିକୁ ଅନ୍ୟ କାମରେ ବ୍ୟବହାର କରାଯାଇଛି। ସେହିପରି ଆଠମଲ୍ଲିକ ବନଖଣ୍ଡ ପକ୍ଷରୁ ୧.୨୯ ହେକ୍ଟର ଜଙ୍ଗଲ ଜମିର କିସମ ବଦଳାଯାଇଛି। ଏପଟେ ସାତକୋଶିଆ ବନଖଣ୍ଡର ୩୭.୪ ହେକ୍ଟର ଜଙ୍ଗଲ ଜମି ଅନ୍ୟ କାମ ପାଇଁ ବ୍ୟବହାର ହୋଇଛି। ଜଙ୍ଗଲ କାଟିବାକୁ ତରତର ହୋଇ ଅନୁମତି ଦେଉଥିବା ପ୍ରଶାସନ ଓ ବନ ବିଭାଗ କିନ୍ତୁ ନୂତନ ଜଙ୍ଗଲ ସୃଷ୍ଟି ବେଳକୁ କୁନ୍ଥକୁନ୍ଥ ହେଉଛି।
Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା
ସରକାରୀ ତଥ୍ୟ କହୁଛି, ଏହି ୫ ବର୍ଷ ଭିତରେ ୨୮୫ ହେକ୍ଟର ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୧୪୮.୭ ହେକ୍ଟର ଜଙ୍ଗଲ ଜମିରେ ଏବଂ ୧୩୬.୨୯ ହେକ୍ଟର ଅଣଜଙ୍ଗଲ ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଇଥାନ୍ତା। କିନ୍ତୁ, ମାତ୍ର ୩.୯୮ ହେକ୍ଟର ଜମିରେ ଏହି ଜଙ୍ଗଲ ସୃଷ୍ଟି କରାଯାଇଛି। ଏଥିରୁ ୨.୭୮ ହେକ୍ଟର ଜଙ୍ଗଲ ଜମି ରହିଥିଲା ବେଳେ ୧.୨ ହେକ୍ଟର ଅଣଜଙ୍ଗଲ ଜମି ରହିଛି। ଗୋଟିଏ ପଟରେ ଜଙ୍ଗଲ କାଟି ପଦା କରାଯାଉଥିବା ବେଳେ ନୂତନ ଜଙ୍ଗଲ ସୃଷ୍ଟି କରା ନଯିବାରୁ ଏହାର ପ୍ରଭାବ ପରିବେଶ ଉପରେ ପଡ଼ୁଛି। ପ୍ରଦୂଷଣ ବଢ଼ିବା ସହ ତାପମାତ୍ରା ବୃଦ୍ଧି ସାଧାରଣ ଲୋକଙ୍କୁ କଲବଲ କରୁଛି। ପରିବେଶ ପାଇଁ କାମ କରୁଥିବା ‘ସାଥୀ ପରିବାର’ର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ବିକାଶମୂଳକ କାମ ପାଇଁ ଜଙ୍ଗଲ କଟା ହେଲେ ଏହାର ଭରଣା କରାଯିବା ଆବଶ୍ୟକ। ସେହିପରି ଖଣି ଓ କଳକାରଖାନାଗୁଡ଼ିକ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରହିଥିବା ମାନଦଣ୍ଡର ଅଧା ପୂରଣ କଲେ ପ୍ରଦୂଷଣ କମିପାରିବ। ଏହା ନ ହେଲେ ଅନୁଗୋଳବାସୀ ବିଷବଳୟରେ ରହିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।

1 hour ago
1


