ARTICLE AD BOX
ନବରଙ୍ଗପୁର: କନ୍ଧମାଳଜିଲ୍ଲା ବାଲିଗୁଡା ଥାନା ଅଂଚଳରେ କେ. ନୂଆଗାଁ ରାସ୍ତାରେ ମହାସିଙ୍ଗେ ବ୍ରିଜ୍ ନିକଟରେ ଗତକାଲି (ଶୁକ୍ରବାର) ରାତିରେ ମଦନପୁର-ରାମପୁରରୁ ଭୁବନେଶ୍ବର ଯାଉଥିବା ଚକାଡୋଳା ବସ୍ ଧକ୍କାରେ ୩ ଜଣ ମୋଟରସାଇକଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତଯୁବକମାନେ ହେଲେ ନବରଙ୍ଗପୁର ସହର ତୋଟାସାହି ଅଂଚଳର ଶୁଭମ୍ ରାଜ ଜେନା, ହିର୍ଲିର ସୁନିଲ ଜାନି ଓ ଚାମୁରିଆଗୁଡାର ଚନ୍ଦନ ସୁନା।
Accident: କେନ୍ଦୁଝରରୁ ଭଦ୍ରକ ଯାଉଥିବାବେଳେ ଗଛକୁ ଧକ୍କା ଦେଲା ବସ
ସୂଚନାନୁସାରେ, ଏହି ତିନି ଜଣ ଗୋଟିଏ ମୋଟରସାଇକଲ୍ରେ ଯାଉଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ବସ୍ଟି ଧକ୍କା ଦେଇ ଘଟଣା ସ୍ଥଳରୁ ପଳାଇଥିଲା। ସୂଚନା ପାଇବା ପରେ ବାଲିଗୁଡ଼ା ଥାନାର ଏସଆଇ ଯୁଗଳ କିଶୋର ନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଚିଂଥିଲେ। ଦୁର୍ଘଟଣାଟି ଏତେ ତୀବ୍ର ଥିଲା ଯେ ମୃତ ଚନ୍ଦନଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ଦୁଇ ଜଣ ଶୁଭମ୍ ଓ ସୁନୀଲ ଗୁରୁତର ଆହତ ହୋଇଥିଲେ। ଏହି ଦୁଇ ଜଣଙ୍କୁ ପୁଲିସ ଗାଡିରେ ବାଲିଗୁଡା ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Accident: ଟ୍ରକ୍କୁ ଧକ୍କା ଦେଲା ଟ୍ରକ୍ : ଜଣେ ଚାଳକ ମୃତ, ହେଲପର ଗୁରୁତର
ରାସ୍ତାରୁ ପରେ ମୃତ ଚନ୍ଦନଙ୍କ ମରଶରୀରକୁ ଉଦ୍ଧାର କରି ବାଲିଗୁଡା ଡାକ୍ତରଖାନା ଶବାଗାରରେ ରଖାଯାଇଥିଲା। ଶୁଭମ୍ ଓ ଚନ୍ଦନଙ୍କ ପରିବାରବର୍ଗ ବାଲିଗୁଡା ଥାନାରେ ପହଚିଂଛନ୍ତି। ତେବେ ସୁନୀଲଙ୍କ ପରିବାର ପହଚିଂ ନଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ। ପରିବାରବର୍ଗଙ୍କ ଉପସ୍ଥିତିରେ ଶବବ୍ୟବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ। ସେଭଳି ଦୁର୍ଘଟଣା ଘଟାଇ ଭୁବନେଶ୍ବର ପଳାଇଥିବା ବସକୁ ତୁରନ୍ତ ଜବତ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ଏସଆଇ। ଏହି ତିନି ଜଣ କନ୍ଧମାଳ ଜିଲ୍ଲାକୁ କାହିଁକି ଯାଇଥିଲେ ତାହାର କାରଣ ଏବେ ପୁଲିସ ଖୋଜିବା ଆରମ୍ଭ କରିଛି।

1 hour ago
1


