ARTICLE AD BOX
ବାଲିକୁଦା: ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଆଜି ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି ଠାରେ ରାଜ୍ୟସ୍ତରୀୟ ୧୭ତମ ବୁଦ୍ଧ ମହୋତ୍ସବ ମହା ଆଡମ୍ବରର ସହିତ ଉଦଘାଟିତ ହୋଇଛିl ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ପାଳିତ ଏହି ସମାରୋହ ୨ ଦିନ ଧରି ଚାଲିବl ପରମକାରୁଣିକ ଗୌତମ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ନିକଟରେ ପୂଜାର୍ଚନା, ଧୂପ ଦୀପ ଦାନ ଓ ବୁଦ୍ଧବାଣୀ ଗାନ କରାଯାଇଥିଲାl
/filters:format(webp)/sambad/media/media_files/2026/11/21/whatsapp-image-2026-11-21-22-35-24.jpeg)
ସାଂସଦ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଉଦଘାଟନ କରିଥିଲେl ମୁଖ୍ୟ ଅତିଥି ଭାବେ ଜିରାଙ୍ଗ ଗୁରୁପଦ୍ମସମ୍ଭବ ସମିତିର ଗୁରୁଜୀ ହେ ଲୁଣ୍ଟୁଲୁ ରିମ୍ପୋଛି ଯୋଗଦେଇ ମଙ୍ଗଳା ଶରଣ ଗାନ କରିଥିଲେl ଏଥିରେ ବିଶିଷ୍ଟ ବୌଦ୍ଧ ଗବେଷକ ଡ଼ଃ ହରିଶ ଚନ୍ଦ୍ର ପୃଷ୍ଠି ଅଧକ୍ଷତା କରିଥିବାବେଳେ ମହୋତ୍ସବ ସମିତିର ଆବାହକ /ସମ୍ପାଦକ ମହେଶ୍ୱର ବଳ ସ୍ୱାଗତ ଭାଷଣ, ବିବରଣୀ ପାଠ କରିଥିଲେl ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପୁନ୍ନ ସ୍ଥାପନ କରିବା ପାଇଁ ଆଗକୁ ପାଦେ ଆହ୍ୱାନକୁ ଆଧାର କରି ଚଳିତ ବର୍ଷର ମହୋତ୍ସବ ଅନୁଷ୍ଠିତ ହେଉଛି ବୋଲି ସମ୍ପାଦକ ଶ୍ରୀ ବଳ ଘୋଷଣା କରିଥିଲେl କିଶୋର ଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ l ଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମ ର ପିଲାମାନେ ଓ ଆନନ୍ଦପୁର ବୀଣାପାଣି କଳାନିକେତନ କଳାକାରମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ପଲ୍ଲିଶ୍ରୀ ମେଳା ଓ ଐତିହ୍ୟ ସମ୍ବଳିତ ଫୋଟୋ ପଦର୍ଶନୀ ଆରମ୍ଭ ହୋଇଛି l

3 hours ago
1


