Bridge: ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ବିପଦସଙ୍କୁଳ, ଭାଙ୍ଗିଲା ସୁରକ୍ଷା ବାଡ଼

21 hours ago 2
ARTICLE AD BOX

ବୈଶିଙ୍ଗା: ମୁଣ୍ଡ ଉପରେ ବିପଦ, ତଥାପି ଥମୁନି ଯାତାୟତ! ବୈଶିଙ୍ଗା–ମାଣତ୍ରୀ ମୁଖ୍ୟ ରାସ୍ତାର ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ଏବେ ଦୁର୍ଘଟଣାର ଆଶଙ୍କାକୁ ନେଇ ଚର୍ଚ୍ଚାରେ। ଚଳିତ ବର୍ଷ ବାରମ୍ବାର ବନ୍ୟାଜଳ ପ୍ରବାହରେ ପୂର୍ବରୁ ଦୁର୍ବଳ ଥିବା ଏହି ସେତୁର ଅବସ୍ଥା ଆହୁରି ସଙ୍ଗିନ ହୋଇପଡ଼ିଛି। ଗତକାଲିର ପ୍ରବଳ ବନ୍ୟାସ୍ରୋତରେ ସେତୁର ସୁରକ୍ଷା ବାଡ଼ ଧୋଇଯାଇଥିବାରୁ ଏହା ଉପରେ ଯାତାୟତ କରିବା ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଏହି ସେତୁଉପରେ ପ୍ରାୟ ୩ଫୁଟ ଉପରେ ୪ ଥର ବନ୍ୟାଜଳ ପ୍ରବାହିତ ହୋଇଛି। ପ୍ରତିଥର ବନ୍ୟାଜଳର ପ୍ରବଳ ସ୍ରୋତ ସେତୁର ସ୍ଥିତିକୁ ଦୁର୍ବଳ କରିଥିବା ଆଶଙ୍କା କରାଯାଉଛି। ଗତକାଲିର ଭୟଙ୍କର ବନ୍ୟା ପରେ ସୁରକ୍ଷା ବାଡ଼ ଭାଙ୍ଗିଯିବା ସହ ସେତୁ ଉପରେ ଅନେକ ସ୍ଥାନରେ ନଟାଝଟା ଅବସ୍ଥା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ସେତୁର ସୁରକ୍ଷା ଓ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ସେତୁର ସୁରକ୍ଷା ବାଡ଼ ଭାଙ୍ଗିଯାଇଥିଲେ ମଧ୍ୟ ଏହା ଉପରେ ଲୋକଙ୍କ ଯାତାୟାତ ଜାରି ରହିଛି। ଦୈନନ୍ଦିନ କାର୍ଯ୍ୟ, ଶିକ୍ଷା, ଚିକିତ୍ସା ଓ ବ୍ୟବସାୟ ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ ଲୋକମାନେ ବାଧ୍ୟ ହୋଇ ବିପଦପୂର୍ଣ୍ଣ ସେତୁ ଅତିକ୍ରମ କରୁଛନ୍ତି। ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ।

ଅନ୍ୟପକ୍ଷରେ, ଏଭଳି ଗୁରୁତର ସ୍ଥିତିରେ ପ୍ରଶାସନ ପକ୍ଷରୁ ତୁରନ୍ତ କ’ଣ ପଦକ୍ଷେପ ନିଆଯାଉଛି, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ସେତୁର ସ୍ଥିତି ଯାଞ୍ଚ, ବିପଦସଙ୍କେତ ଫଳକ ଲଗାଇବା, ଆବଶ୍ୟକ ସ୍ଥଳେ ଯାତାୟତ ନିୟନ୍ତ୍ରଣ ଏବଂ ତୁରନ୍ତ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି

ବଡ଼ ପ୍ରଶ୍ନ ହେଉଛି—କୌଣସି ଅଘଟଣ ଘଟିବା ପରେ ହିଁ କ’ଣ ପ୍ରଶାସନର ଚେତା ପଶିବ? ନାଖରା ସେତୁର ବର୍ତ୍ତମାନ ସ୍ଥିତିକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଏହାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Death: ଡିଜେ କମ୍ପନରେ ଛାତ ଭୁଶୁଡ଼ିଲା: ଜଣେ ମୃତ, ୭ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.