Book: ପୁସ୍ତକ ‘ଟ୍ରାଜେକ୍ଟୋରିଜ୍‌ ଅଫ୍‌ ଡେଭଲପ୍‌ମେଣ୍ଟ: ଓଡ଼ିଶା@୧୦୦’ର ଉନ୍ମୋଚନ

1 day ago 2
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଏଠାରେ ଦାରିଦ୍ର୍ୟର ସ୍ତର ମଧ୍ୟ ବେଶ୍‌ ଅଧିକ ରହିଛି। ସରକାର ଖଣିଜ ରାଜସ୍ୱର ଏକ ବଡ଼ ଅଂଶକୁ ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚ ମଧ୍ୟ କରୁଛନ୍ତି। ତଥାପି ଦାରିଦ୍ର୍ୟର ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳୁଛି। ଓଡ଼ିଶା ଏଭଳି ଏକ ରାଜ୍ୟ, ‌ଯେଉଁଠି ୨୪ ପ୍ରତିଶତ ପରିବାର ନିଜର ମୋଟ ଖର୍ଚ୍ଚର ୧୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଛନ୍ତି। ଯଦି ଏକ ପରିବାର ଏତେ ପରିମାଣ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରେ, ତେବେ ଏହାକୁ ନୀତି ଆୟୋଗର ସଂଜ୍ଞା ଅନୁଯାୟୀ ‘ବିପର୍ଯ୍ୟୟକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ’ କୁହାଯାଏ। 

Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ

ଏଭଳି ଖର୍ଚ୍ଚ କରୁଥିବା ଲୋକଙ୍କ ଅନୁପାତ ଯେଉଁଠାରେ ଅଧିକ, ସେଠାରେ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ଲୋକଙ୍କ ପାଖରେ କମ୍ ସମ୍ବଳ ବଞ୍ଚିଥାଏ। ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ନାନା ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ବେ ଏଭଳି ପରିସ୍ଥିତି ନିଶ୍ଚିତ ରୂପେ ଚିନ୍ତଜନକ ପ୍ରସଙ୍ଗ। ବିକଶିତ ଓଡ଼ିଶା ଗଠନ ଲାଗି ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳର ସୁବିନିଯୋଗ ନିତାନ୍ତ ଆବଶ୍ୟକ। ଓଡ଼ିଶା ଇକୋନୋମିକ୍‌ ଆସୋସିଏସନ୍‌ (ଓଇଏ) ଆନୁକୂଲ୍ୟରେ ଗବେଷଣାତ୍ମକ ପୁସ୍ତକ ‘ଟ୍ରାଜେକ୍ଟୋରିଜ୍‌ ଅଫ୍‌ ଡେଭେଲପ୍‌ମେଣ୍ଟ: ଓଡ଼ିଶା@୧୦୦’ର ଉନ୍ମୋଚନ ଅବସରରେ ପ୍ରଖ୍ୟାତ ଅର୍ଥନୈତିଜ୍ଞ ପ୍ରଭାତ ପଟ୍ଟନାୟକ ଏହା କହିଛନ୍ତି।

‘ପ୍ରାକୃତିକ ସମ୍ପଦର ସୁବିନିଯୋଗ ଦ୍ବାରା ବିକଶିତ ଓଡ଼ିଶା ଗଠନ ସମ୍ଭବ’

ଏନ୍‌ସିଡିଏସ୍‌ରେ ଆୟୋଜିତ ଏହି ଆଲୋଚନାରେ ଅଂଶଗ୍ରହଣ କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପ୍ରାକୃତିକ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ଭଳି ରାଜ୍ୟରୁ ଦାରିଦ୍ର୍ୟ ନ ହଟିବା ଏକ ବିଡ଼ମ୍ବନା। ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷାରେ ଉନ୍ନତି ହୋଇଥିଲେ ମଧ୍ୟ ଗୁଣାତ୍ମକ ଶିକ୍ଷା ଓ ନିଯୁକ୍ତିର ଅଭାବରୁ ଯୁବପିଢ଼ି ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ରାଜନୈତିକ ସ୍ଥିରତା ସତ୍ତ୍ୱେ ଖଣିଜ ଲୁଟ୍, ବାଲିମାଫିଆ, ଜମିଦଲାଲ ଓ ଚିଟ୍‌ଫଣ୍ଡ ଭଳି ଦୁର୍ନୀତି ବଢ଼ିଚାଲିଛି। ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାରୁ ସାଧାରଣ ଲୋକେ ଘରୋଇ ସଂସ୍ଥାର ଶୋଷଣର ଶିକାର ହେଉଛନ୍ତି। ତେଣୁ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ସମ୍ପଦର ସୁବିନିଯୋଗ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ସଂସ୍କାର ପାଇଁ ସେ ଆହ୍ୱାନ ଦେଇଥିଲେ।

SIR: ‘ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା’

ନୂଆଦିଲ୍ଲୀସ୍ଥିତ ଜେଏନ୍‌ୟୁ ବିଶ୍ବବିଦ୍ୟାଳୟର ପ୍ରଫେସର ଦୀପକ କୁମାର ମିଶ୍ର ଏହି ପୁସ୍ତକରେ ଥିବା ତଥ୍ୟାବଳିକୁ ନୂଆ ଗବେଷକମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ ବୋଲି କହିଥିଲେ। ଓଇଏର ସମ୍ପାଦକ ହିମାଂଶୁ ଶେଖର ରାଉତ  ସ୍ବାଗତ ଭାଷଣ ଦେଇଥିଲେ। ପୁସ୍ତକର ସମ୍ପାଦକ ପ୍ରଫେସର୍‌ ଅମରେନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇଥିଲେ। ଏନ୍‌ସିଡିଏସ୍‌ର ସମ୍ପାଦକ ରଶ୍ମି କବି ପୁସ୍ତକ ଉପରେ ନିଜର ମନ୍ତବ୍ୟ ରଖିଥିଲେ। ଓଇଏର ସଭାପତି ଉଦୟ ଏସ୍‌ ମିଶ୍ର ଉଦ୍‌ଯାପନୀ ଭାଷଣ ଦେଇଥିଲେ। ସହସମ୍ପାଦକ ଲିପ୍‌ସା ମିଶ୍ର ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.