BMC pension list: ବିଏମ୍‌ସି ଭତ୍ତା ତାଲିକାରେ ଯୋଡ଼ିହେଲେ ୫,୩୨୪ ନୂଆ ହିତାଧିକାରୀ

1 day ago 3
ARTICLE AD BOX

ଭୁବନେଶ୍ୱର: ବିଏମ୍‌ସି ଅଞ୍ଚଳର ୫,୩୨୪ ଜଣ ନୂଆ ହିତାଧିକାରୀ ମଧୁବାବୁ ପେନ୍‌ସନ୍ ଯୋଜନାରେ ଯୋଡ଼ି ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ବର ମହାନଗର ନିଗମରେ ମଧୁବାବୁ ପେନ୍‌ସନ୍‌ ଯୋଜନାର ଭତ୍ତା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ୨୭ହଜାର ୧୧୨ରେ ପହଞ୍ଚିଛି। ପୂର୍ବରୁ ଏହି ସଂଖ୍ୟା ୨୧,୭୮୮ ଥିଲା। ନୂଆ ହିତାଧିକାରୀମାନେ ୨ ବର୍ଷ ତଳୁ ଆବେଦନ କରି ଭତ୍ତା ତାଲିକାରେ ଯୋଡ଼ିହେବା ଅପେକ୍ଷାରେ ଥିଲେ। ଭତ୍ତା ତାଲିକାରେ ଥିବା ହିତାଧିକାରୀଙ୍କ ମୃତ୍ୟୁ ପରେ ନୂଆ ହିତାଧିକାରୀଙ୍କୁ ଯୋଡ଼ିବାର ପୂର୍ବର ନିୟମ ଏଥିରେ ପ୍ରତିବନ୍ଧକ ସାଜିଥିଲା।  ନୂଆ ତାଲିକାରେ ସାମିଲ ହେବା ସହ ପ୍ରଥମ ମାସର ଭତ୍ତା ଟଙ୍କା ପାଇବା ପରେ ଏହି ହିତାଧିକାରମାନେ ଆଜି ଖୁସିବ୍ୟକ୍ତ କରିଛନ୍ତି। 

Farmers fair: ବେତନଟୀକୁ ମତ୍ସ୍ୟ ଓ ପ୍ରାଣୀପାଳନର ଆଦର୍ଶ ବ୍ଲକ ଭାବେ ଗଢ଼ିବା ଲକ୍ଷ୍ୟ: ବିଧାୟକ

ପ୍ରତି ୱାର୍ଡର ଜଣେ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ପୂର୍ତ୍ତ ମନ୍ତ୍ରୀ
ମଧୁବାବୁ ପେନ୍‌ସନ୍‌ ହିତାଧିକାରୀ ସଂଖ୍ୟା ୨୭,୧୧୨ରେ ପହଞ୍ଚିଲା

ନୂଆ ହିତାଧିକାରୀଙ୍କ ମଧ୍ୟରେ ୩,୨୨୯ଜଣ ୬୦ରୁ ୭୯ ବର୍ଷ, ୩୩ଜଣ ୮୦ବର୍ଷରୁ ଅଧିକ, ୧,୩୭୮ଜଣ ବିଧବା, ୯୧ଜଣ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ, ୧୫୩ଜଣ ୬୦ରୁ ୭୯ ପ୍ରତିଶତ ଭିନ୍ନକ୍ଷମ ଏବଂ ୨୩୫ଜଣ ୪୦ରୁ ୫୯ ପ୍ରତିଶତ ଭିନ୍ନକ୍ଷମ, ୧୨୨ଜଣ ଅବିବାହିତ ମହିଳା, ୮୧ଜଣ ନିଃସହାୟ ଓ ଛାଡ଼ପତ୍ରପ୍ରାପ୍ତ ମହିଳା ଏବଂ ୨ଜଣ ତୃତୀୟ ଲିଙ୍ଗ ଅଛନ୍ତି। ଏହି ଉପଲକ୍ଷେ ଆଜି ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆ ହିତାଧିକାରୀଙ୍କୁ ଭତ୍ତା ଖାତା ସହ ପ୍ରଥମ ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି। ପ୍ରତି ୱାର୍ଡରୁ ଜଣେ ଲେଖାଏଁ ହିତାଧିକାରୀଙ୍କୁ ଆଜି ପ୍ରତୀକାତ୍ମକ ଭାବେ ଭତ୍ତା ଖାତା ଓ ଟଙ୍କା ବଣ୍ଟାଯାଇଛି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ଅବସରରେ ୟୁପିଫାଏଡ୍‌ ପେନ୍‌ସନ୍‌ ମ୍ୟାନେଜମେଣ୍ଟ ପୋର୍ଟାଲ(ୟୁପିଏମ୍‌ପି)ର ଉପଯୋଗିତା ଉପରେ ଆଲୋକପାତ କରିବା ସହ ଯୋଗ୍ୟ ହିତାଧିକାରୀମାନେ ଏହି ପୋର୍ଟାଲ ଜରିଆରେ ସହଜରେ ଆବେଦନ ଓ ମାସକ ଭିତରେ ପେନ୍‌ସନ୍‌ ପାଇପାରିବେ ବୋଲି କହିଛନ୍ତି।

Rajasthan: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଭଜନଲାଲଙ୍କ ୯୩୨୧ କୋଟିର ପ୍ୟାକେଜ୍‌ ଘୋଷଣା

କାର୍ଯ୍ୟକ୍ରମରେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ଚଞ୍ଚଳ ରାଣା, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଵାର୍କ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀଧର ବେହେରା, ଏଷ୍ଟାବ୍ଲିସମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଦୀପକ କୁମାର ମିଶ୍ର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ, କର୍ପୋରେଟର ଅଜିତ କୁମାର ବେହେରା, ଅତିରିକ୍ତ କମିସନର ସସ୍ମିତା ସାହୁ, ରମେଶ ଚନ୍ଦ୍ର ସେଠୀ, ଜୟଶ୍ରୀ ବେଉରା ଉପସ୍ଥିତ ଥିଲେ। ଡେପୁଟି କମିସନର ସୁଶ୍ରୀତା ଟୁଡୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.