ARTICLE AD BOX
ଭୁବନେଶ୍ୱର: ଆଜିକାଲି ୱାୟାରଲେସ୍ ଇୟରବଡ୍ସ, ସ୍ମାର୍ଟୱାଚ୍ କିମ୍ବା କାର୍ କନେକ୍ଟିଭିଟି ପାଇଁ ଅଧିକାଂଶ ଲୋକ ନିଜ ସ୍ମାର୍ଟଫୋନର ବ୍ଲୁଟୁଥ୍ କୁ ଦିନସାରା ଅନ୍ ରଖିଥାନ୍ତି। ଅନେକ ସମୟରେ କାମ ସରିଯିବା ପରେ ମଧ୍ୟ ଏହାକୁ ବନ୍ଦ କରିବାକୁ ମନେରହେ ନାହିଁ। ଏପରି ପରିସ୍ଥିତିରେ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ, ଦିନସାରା ବ୍ଲୁଟୁଥ୍ ଅନ୍ ରଖିବା ଦ୍ୱାରା ଫୋନର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଏ କି?
ପୂର୍ବରୁ ବ୍ଲୁଟୁଥ୍ ଅନ୍ ରଖିଲେ ସତରେ ଫୋନର ବ୍ୟାଟେରୀ ବହୁତ ଶୀଘ୍ର ଶେଷ ହେଉଥିଲା। ମାତ୍ର ବର୍ତ୍ତମାନର ଆଧୁନିକ ସ୍ମାର୍ଟଫୋନଗୁଡ଼ିକରେ Bluetooth Low Energy (BLE) ଟେକ୍ନୋଲୋଜି ବ୍ୟବହାର କରାଯାଉଛି।ଯେତେବେଳେ ଫୋନ୍ କୌଣସି ଡିଭାଇସ୍ ସହ କନେକ୍ଟ ନଥାଏ, ଏହି ଟେକ୍ନୋଲୋଜି ବ୍ଲୁଟୁଥ୍କୁ ସ୍ଲିପ୍ ମୋଡ୍ ରେ ରଖିଥାଏ। ଏହି ସମୟରେ ଏହା ବହୁତ କମ୍ ସିଗ୍ନାଲ୍ ପଠାଉଥିବାରୁ ବ୍ୟାଟେରୀ ଖର୍ଚ୍ଚ ନଗଣ୍ୟ ହୋଇଥାଏ।
ଦିନସାରା କେତେ ବ୍ୟାଟେରୀ ଖର୍ଚ୍ଚ ହୁଏ?
କୌଣସି ଡିଭାଇସ୍ କନେକ୍ଟ ନଥିଲେ: ସାରା ଦିନ ବ୍ଲୁଟୁଥ୍ ଅନ୍ ରହିଲେ ମଧ୍ୟ ଏହା ମୋଟ ବ୍ୟାଟେରୀର ମାତ୍ର ୧% ରୁ ୩% ଖର୍ଚ୍ଚ କରିଥାଏ।
ଡିଭାଇସ୍ କନେକ୍ଟ ଥିଲେ: ଇୟରଫୋନ୍ କିମ୍ବା ସ୍ମାର୍ଟୱାଚ୍ ସହ କନେକ୍ଟ ଥିଲେ ବ୍ୟାଟେରୀ ଟିକିଏ ଅଧିକ ଖର୍ଚ୍ଚ ହୁଏ, ମାତ୍ର ସ୍କ୍ରିନ୍ ଲାଇଟ୍, ୱାଇ-ଫାଇ (Wi-Fi) କିମ୍ବା ମୋବାଇଲ୍ ଡାଟା ତୁଳନାରେ ଏହା ଅତି କମ୍।
ଆହୁରି ପଢନ୍ତୁ: Tarique Rahman India Visit: ବାଂଲାଦେଶର ୨ ସର୍ତ୍ତ, ହସିନାଙ୍କ ପ୍ରତ୍ୟର୍ପଣ ଦାବି
ସବୁବେଳେ ବ୍ଲୁଟୁଥ୍ ଅନ୍ ରଖିବାର ଅସୁବିଧା
ବ୍ୟାଟେରୀ କମ୍ ଖର୍ଚ୍ଚ ହେଉଥିଲେ ବି ସବୁବେଳେ ବ୍ଲୁଟୁଥ୍ ଅନ୍ ରଖିବା ସୁରକ୍ଷା ଦୃଷ୍ଟିରୁ ଠିକ୍ ନୁହେଁ | ଗହଳି ସ୍ଥାନରେ ସଦାସର୍ବଦା ବ୍ଲୁଟୁଥ୍ ଅନ୍ ରହିଲେ ହ୍ୟାକରମାନେ ଅନଧିକୃତ ଭାବେ କନେକ୍ଟ କରି ଡାଟା ଚୋରି କରିବାର ବିପଦ ଥାଏ।
ବାହାରେ ଥିବା ସମୟରେ ଅଜଣା ବ୍ଲୁଟୁଥ୍ ଡିଭାଇସ୍ ସହ ଯୋଡ଼ିହେବା ପାଇଁ ବାରମ୍ବାର ନୋଟିଫିକେସନ୍ ଆସି ବିରକ୍ତିକର ପରିସ୍ଥିତି ସୃଷ୍ଟି କରିପାରେ।

1 hour ago
2


