BJP: ‘କେଉଁ ବିଚାରପତି ବିଜେପି ସହ ଅଛନ୍ତି?’ ଅଭିଷେକ ବାନାର୍ଜୀଙ୍କୁ କଲିକତା ହାଇକୋର୍ଟଙ୍କ ପ୍ରଶ୍ନ

3 days ago 1
ARTICLE AD BOX

କୋଲକାତା: ବିଚାରପତିମାନଙ୍କର ରାଜନୈତିକ ପକ୍ଷପାତିତାକୁ ନେଇ ମନ୍ତବ୍ୟ ଦେଇଥିବା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି କଲିକତା ହାଇକୋର୍ଟ। ବିଚାରପତିମାନଙ୍କ ମଧ୍ୟରୁ କେଉଁମାନେ ବିଜେପି ସହ ଅଛନ୍ତି ଏବଂ କେଉଁମାନେ ନାହାନ୍ତି, ତାହାର ଏକ ତାଲିକା ଦେବାକୁ ଅଭିଷେକଙ୍କୁ କୁହ ବୋଲି ତାଙ୍କ ଓକିଲଙ୍କୁ କହିଛନ୍ତି ବିଚାରପତି କୃଷ୍ଣ ରାଓ। ଜଣେ ନିର୍ବାଚିତ ଜନପ୍ରତିନିଧି ଓ ଶିକ୍ଷିତ ବ୍ୟକ୍ତି ଭାବେ ନ୍ୟାୟପାଳିକା ସମ୍ପର୍କରେ ମନ୍ତବ୍ୟ ଦେବାବେଳେ ଅଧିକ ଦାୟିତ୍ୱବାନ ହେବା ଉଚିତ ବୋଲି ମଧ୍ୟ ଅଦାଲତ ମତ ଦେଇଛନ୍ତି।

ଆହୁରି ପଢନ୍ତୁ :Odisha government preparations ନଭେମ୍ବର ୩ୟ ଓ ୪ର୍ଥ ସପ୍ତାହରେ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସଚିବସ୍ତରୀୟ ପ୍ରସ୍ତୁତି ବୈଠକ

ଗୁରୁବାର ଅଭିଷେକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍‌ ପ୍ଲସ୍‌ରୁ ଏକ୍ସ ବର୍ଗକୁ ହ୍ରାସ କରିବା ନିଷ୍ପତ୍ତି ବିରୋଧରେ ଦାଏର ଆବେଦନର ଶୁଣାଣି ସମୟରେ ଏହି ପ୍ରସଙ୍ଗ ଉଠିଥିଲା। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅତିରିକ୍ତ ଆଡଭୋକେଟ୍‌ ଜେନେରାଲ୍‌ ବିଲ୍‌ୱାଦଲ ଭଟ୍ଟାଚାର୍ଯ୍ୟ ଅଭିଷେକଙ୍କ ଏକ ସାକ୍ଷାତ୍‌କାରର ନକଲ ଓ ଭିଡିଓ ଥିବା ପେନ୍‌ଡ୍ରାଇଭ୍‌ ଅଦାଲତରେ ଦାଖଲ କରିଥିଲେ। ଏଥିରେ ଅଭିଷେକ ନ୍ୟାୟପାଳିକାର ଏକ ଅଂଶ ବିଜେପି ସପକ୍ଷରେ କାମ କରୁଥିବା ଏବଂ ନିରପେକ୍ଷତା ହରାଇଥିବା ଭଳି ମନ୍ତବ୍ୟ ଦେଇଥିବା ରାଜ୍ୟ ସରକାରଙ୍କ ଓକିଲ ଅଭିଯୋଗ କରିଥିଲେ। ଏହା ଅଦାଲତ ଅବମାନନା ହୋଇପାରେ ଦର୍ଶାଇ ଅଭିଷେକଙ୍କ ବିରୋଧରେ ସ୍ୱତଃପ୍ରବୃତ୍ତ ମାମଲା ଆରମ୍ଭ କରିବାକୁ ସେ ଅନୁରୋଧ କରିଥିଲେ।

ଆହୁରି ପଢନ୍ତୁ :Education: ସମସ୍ତ ଛାତ୍ରଛାତ୍ରୀଙ୍କୁ ସରକାରୀ ଓ ଘରୋଇ ବସ୍‌ରେ ସମ୍ପୂର୍ଣ୍ଣ ମାଗଣା ଯାତ୍ରା ସୁବିଧା ପ୍ରଦାନ କର: ଏଆଇଏସ୍‌ଏଫ୍‌

ଅନ୍ୟପକ୍ଷରେ ଅଭିଷେକଙ୍କ ଓକିଲ ଶୋଏବ ଆଲମ୍‌ କହିଥିଲେ ଯେ, ସାକ୍ଷାତ୍‌କାରରେ ଦିଆଯାଇଥିବା ମନ୍ତବ୍ୟର ତାଙ୍କ ମହକିଲଙ୍କ ସୁରକ୍ଷା ସମ୍ପର୍କିତ ଆବେଦନ ସହ ସିଧାସଳଖ ସମ୍ପର୍କ ନାହିଁ। ବାସଭବନ ଉପରେ ଆକ୍ରମଣ ଓ ପରିବାରର ସୁରକ୍ଷାକୁ ନେଇ ଅଭିଷେକ ଚାପରେ ଥିବାରୁ ଏଭଳି ମନ୍ତବ୍ୟ ଦେଇଥିବା ସେ ଯୁକ୍ତି ରଖିଥିଲେ। ତାଙ୍କ ମହକିଲଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ବ୍ୟବସ୍ଥାର ଜରୁରୀ ସମୀକ୍ଷା କରିବାକୁ ଅଦାଲତଙ୍କୁ ଅନୁରୋଧ କରିଥିଲେ।
ଅଭିଷେକଙ୍କ ଓକିଲଙ୍କ ଯୁକ୍ତି ଅନୁସାରେ, ୨୦୧୩ରୁ ତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳୁଥିଲା। କିନ୍ତୁ ରାଜ୍ୟରେ ନୂଆ ସରକାର ଗଠନ ହେବାର କିଛି ଦିନ ପରେ ମେ ୧୨ରେ ତାଙ୍କ ସୁରକ୍ଷାକୁ ଏକ୍ସ ବର୍ଗକୁ ହ୍ରାସ କରାଯାଇଥିଲା।

ଆହୁରି ପଢନ୍ତୁ :Shooting in Manipur: ମଣିପୁରରେ ଦୁଇଟି କାର୍‌ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼, ୪ ମୃତ

 ଏହା ପରଠାରୁ ତାଙ୍କ ଉପରେ ଛଅ ଥର ଆକ୍ରମଣ ହୋଇଥିବା ଓକିଲ ଦାବି କରିଥିଲେ। ନଭେମ୍ବର ୭ ତାରିଖରେ ଦକ୍ଷିଣ କୋଲକାତାର କାଳୀଘାଟସ୍ଥିତ ତାଙ୍କ ବାସଭବନ ନିକଟରେ ହୋଇଥିବା ଆକ୍ରମଣକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ। ତେବେ ଅଭିଷେକଙ୍କ ବିବାଦୀୟ ମନ୍ତବ୍ୟ ତାଙ୍କ ସୁରକ୍ଷା ଆବେଦନର ନିଷ୍ପତ୍ତିକୁ ପ୍ରଭାବିତ କରିବ ନାହିଁ ବୋଲି ବିଚାରପତି କୃଷ୍ଣ ରାଓ ସ୍ପଷ୍ଟ କରିଥିଲେ। ଶୁଣାଣି ଶେଷ ହେବା ପରେ ଅଦାଲତ ଅଭିଷେକଙ୍କ ସୁରକ୍ଷା ସମ୍ପର୍କିତ ଆବେଦନର ରାୟ ସଂରକ୍ଷିତ ରଖିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.