Birth centenary: ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ଅତୁଳନୀୟ ତ୍ୟାଗ ସମାଜ ପାଇଁ ପ୍ରେରଣାଦାୟୀ’

1 hour ago 1
ARTICLE AD BOX

ଭୁବନେଶ୍ବର/ତାଳଚେର: କନ୍ଧମାଳର ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସଂସ୍କାର, ଗୋ-ସେବା, ନାରୀ ସଶକ୍ତୀକରଣ ଏବଂ ଜନଜାତୀୟ ପରମ୍ପରାର ସୁରକ୍ଷା ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ଅତୁଳନୀୟ ତ୍ୟାଗ ଓ ସାଧନା ସମଗ୍ର ସମାଜ ପାଇଁ ଚିର ପ୍ରେରଣାଦାୟୀ। ସନାତନ ସଂସ୍କୃତିର ସୁରକ୍ଷା ଓ ଅନ୍ତ୍ୟୋଦୟ ବିଚାରଧାରାର ପ୍ରସାର ପାଇଁ ତାଙ୍କର ଜୀବନବ୍ରତ ଆମ ଦେଶର ଆତ୍ମାକୁ ସୁଦୃଢ଼ କରିଛି। ଅନୁଗୁଳଜିଲ୍ଲା ତାଳଚେରରେ ଆଜି ଆୟୋଜିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।  

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାମୀଜୀଙ୍କ ଅମର ବଳିଦାନ ଏବଂ ବନବାସୀ ସେବାର ମହାନ ଆଦର୍ଶକୁ ସମ୍ମାନ ଜଣାଇ ଆମ ସରକାର ଫୁଲବାଣୀ ସରକାରୀ ମେଡିକାଲ କଲେଜକୁ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ’ ଭାବେ ନାମିତ କରିଛନ୍ତି। ଏହାସହ ତାଙ୍କ କର୍ମପୀଠ ଜଲେଶପଟ୍ଟା ଆଶ୍ରମର ବିକାଶ, ୩୦୦ ଆସନ ବିଶିଷ୍ଟ କନ୍ୟାଶ୍ରମ ଛାତ୍ରୀ ନିବାସ, ଐତିହ୍ୟ ସଂରକ୍ଷଣ ଏବଂ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଆବଶ୍ୟକୀୟ ଅନୁଦାନ ମଞ୍ଜୁର କରାଯାଇଛି। ସ୍ୱାମୀଜୀଙ୍କ ଆଦର୍ଶରେ ପ୍ରେରିତ ହୋଇ ଆମ ସଂସ୍କୃତି ଓ ସନାତନୀ ପରମ୍ପରାର ସୁରକ୍ଷା ସହ ଏକ ସମୃଦ୍ଧ ଓ ସଂସ୍କାରପୂର୍ଣ୍ଣ ଓଡ଼ିଶା ଗଠନ ପାଇଁ ଆସନ୍ତୁ ସଙ୍କଳ୍ପବଦ୍ଧ ହେବା।

୧୧ ବର୍ଷ ପରେ ବି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଧରା ପଡ଼ିନି: ଜୀବନ ମୁକ୍ତାନନ୍ଦ ପୁରୀ ମହାରାଜ

ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ମୁଖ୍ୟମନ୍ତ୍ରୀ ବିଧର୍ମ-ଚକ୍ର ବିଦାରକ, ଦକ୍ଷ ମହାରଥ, ବେଦାନ୍ତ କେଶରୀ, ରାଷ୍ଟ୍ରସନ୍ଥ ଭାବେ ଦର୍ଶାଇଛନ୍ତି। ଗୁରୁଜାଙ୍ଗର ପବିତ୍ର ଭୂମିରେ ଆୟୋଜିତ ଶତବାର୍ଷିକ ମହୋତ୍ସବରେ ଯୋଗଦେଇ ସ୍ୱାମୀଜୀଙ୍କ ଅମର ସ୍ମୃତି ଚରଣରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.