ARTICLE AD BOX
ପାଟନା: ଜନ ସୁରାଜ୍ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ମଧ୍ୟରେ ହୋଇଥିବା ଏକ ସାକ୍ଷାତକୁ ନେଇ ବିହାର ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଉଭୟ ନେତା ଗୋଟିଏ କାର୍ଯ୍ୟକ୍ରମରେ ହାତ ମିଳାଇବା ଓ କଥାବାର୍ତ୍ତା କରିବା ପରେ ରାଜନୈତିକ ମହଲରେ ଏହାକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। କିନ୍ତୁ ଏହି ସାକ୍ଷାତ ପରେ ପ୍ରଶାନ୍ତ କିଶୋର ସ୍ପଷ୍ଟ କରିଛନ୍ତି ଯେ, ଏହାଦ୍ୱାରା ସମ୍ରାଟ ଚୌଧୁରୀଙ୍କ ପ୍ରତି ତାଙ୍କର ରାଜନୈତିକ ମତାମତରେ କୌଣସି ପରିବର୍ତ୍ତନ ହୋଇନାହିଁ।
ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ପ୍ରଶାନ୍ତ କହିଛନ୍ତି, ସମାଜିକ ଓ ରାଜନୈତିକ ଶିଷ୍ଟାଚାର ଦୃଷ୍ଟିରୁ ଆମେ ପରସ୍ପରକୁ ଭେଟିଥିଲୁ। ମୁଁ ଜଣେ ବ୍ୟକ୍ତିଙ୍କ ଶ୍ରାଦ୍ଧ କାର୍ଯ୍ୟକ୍ରମକୁ ଯାଇଥିଲି। ସେଠାରେ ସମ୍ରାଟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ବିହାରର ସଂସ୍କୃତି ଆମକୁ ପରସ୍ପରକୁ ଭେଟିଲେ ସୌଜନ୍ୟ ରକ୍ଷା କରିବା ଶିଖାଏ। କିନ୍ତୁ ସମ୍ରାଟ ଚୌଧୁରୀଙ୍କୁ ଭେଟିଦେଲେ ସେ ସପ୍ତମ ଶ୍ରେଣୀରେ ପାଠପଢ଼ା ଛାଡ଼ିଥିବା ବ୍ୟକ୍ତିରୁ ପିଏଚ୍ଡିଧାରୀ ହୋଇଯିବେ ନାହିଁ।
Bihar: ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ- ବିହାରରେ ଶେଷ ହେଲା ନୀତୀଶ ଯୁଗ
ପ୍ରଶାନ୍ତ କିଶୋର କହିଥିଲେ ଯେ, ଯଦି ସେ ପୂର୍ବରୁ ସମ୍ରାଟ ଚୌଧୁରୀଙ୍କୁ ଅପରାଧୀ ବୋଲି କହିଥିଲେ, ତେବେ ଆସନ୍ତାକାଲି ତାଙ୍କୁ ସାଧୁ ବୋଲି କହିବେ ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ ନୀତୀଶ କୁମାର, ଲାଲୁ ପ୍ରସାଦ ଯାଦବ କିମ୍ବା ଅନ୍ୟ କୌଣସି ନେତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଶତ୍ରୁତା ନାହିଁ। ତାଙ୍କ କହିବା ଅନୁଯାୟୀ, ତାଙ୍କର ଲଢ଼େଇ କୌଣସି ବ୍ୟକ୍ତି, ଜାତି, ସମ୍ପ୍ରଦାୟ କିମ୍ବା ରାଜନୈତିକ ଦଳ ବିରୋଧରେ ନୁହେଁ ବରଂ ବିହାରର ଉନ୍ନତି ପାଇଁ। ଉଲ୍ଲେଖଯୋଗ୍ୟ ଗୁରୁବାର ଦିନ ପାଟନାଠାରେ ବିଜେପି ନେତା ଆର୍.କେ. ସିହ୍ନାଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ଓ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଉଭୟ ନେତାଙ୍କ ସାକ୍ଷାତ ହୋଇଥିଲା।

3 days ago
1


