ARTICLE AD BOX
ପାଟନା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଶନିବାର ବିହାରର ଏନ୍ଡିଏ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ‘ଜେଡ୍’ ଶ୍ରେଣୀର ସୁରକ୍ଷା ପ୍ରତ୍ୟାହାର କରିବା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀଙ୍କୁ ୧୦ ସର୍କୁଲାର ରୋଡ ବାସଭବନରୁ ବାହାର କରିବାକୁ ନେଇ ପ୍ରଶାସନ ବଡ଼ ଭୁଲ୍ କରିଛି ବୋଲି ଲାଲୁ କହିଛନ୍ତି। ରାଜ୍ୟ ସରକାର ଉଭୟ ଲାଲୁ ପ୍ରସାଦ ଓ ପତ୍ନୀ ରାବଡ଼ୀ ଦେବୀଙ୍କ ଜେଡ୍ ସୁରକ୍ଷା ପ୍ରତ୍ୟାହାର କରିନେଇଥିଲା। ଏହା ବଦଳରେ ସେମାନଙ୍କୁ ବିହାର ସ୍ବତନ୍ତ୍ର ସଶସ୍ତ୍ର ପୁଲିସ (ବିଏସ୍ଏପି) ସୁରକ୍ଷା ପ୍ରଦାନ କରିଥିଲା।
ତେବେ ପ୍ରାୟ ମାସକ ପରେ ଶନିବାର ରାଜ୍ୟ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରି ଦୁଇଜଣଙ୍କ ସୁରକ୍ଷା ବୃଦ୍ଧି କରି ‘ଜେଡ୍’ ବର୍ଗର ସୁରକ୍ଷା ପ୍ରଦାନ କରିଥିଲେ। ସେମାନଙ୍କ ପାଇଁ ବୁଲେଟ ପ୍ରୁଫ୍ ଗାଡ଼ି ବ୍ୟବସ୍ଥା ମଧ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରି ଲାଲୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ସରକାର ବଡ଼ ଭୁଲ୍ କରିଥିଲେ। ଏବେ ସରକାର ତାଙ୍କ ନିଷ୍ପତ୍ତିରୁ ପଛକୁ ହଟିଛନ୍ତି।
ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଇଡି ଅଫିସ୍ରେ ପହଞ୍ଚିଲେ ଲାଲୁ ପ୍ରସାଦ ଯାଦବ
ଅନ୍ୟପକ୍ଷରେ ରାବଡ଼ୀ ଓ ତାଙ୍କ ପରିବାର ପ୍ରାୟ ଦୁଇ ଦଶନ୍ଧି ପରେ ଗୁରୁବାର ୧୦ ସର୍କୁଲାର ବାସଭବନ ଛାଡ଼ିଥିଲେ। ରାବଡ଼ୀ ବର୍ତ୍ତମାନ ରାଜ୍ୟ ବିଧାନ ପରିଷଦରେ ବିରୋଧୀ ଦଳ ନେତା ଅଛନ୍ତି। ଏହି ବାସଭବନ ଏନ୍ଡିଏ ସରକାରରେ ମନ୍ତ୍ରୀ ଥିବା ନନ୍ଦ କିଶୋର ଯାଦବଙ୍କୁ ବଣ୍ଟନ କରାଯାଇଛି।

1 hour ago
1


