Bhaskareswar Temple: ଏଏସ୍‌ଆଇର ଆଡ଼ ନଜରରେ: ଭାସ୍କରେଶ୍ୱର ମନ୍ଦିର

4 days ago 6
ARTICLE AD BOX

ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ତଥା ଏକାମ୍ରକ୍ଷେତ୍ରରେ ଥିବା ପ୍ରାଚୀନ ଭାସ୍କରେଶ୍ବର ମନ୍ଦିର ବହୁ ଦିନ ହେଲା ଅବହେଳିତ ଅବସ୍ଥାରେ ରହିଛି। ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିଲେ ହେଁ ଏହି କାରୁକାର୍ଯ୍ୟପୂର୍ଣ୍ଣ  ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଉପରେ ବିଭାଗୀୟ ଅଧିକାରୀମାନଙ୍କ ଆଡ଼ ନଜର ବି ପଡ଼ୁନାହିଁ। ତେଣୁ ବହୁ ଦିନ ହେଲା ଗର୍ଭ ଗୃହରେ ବର୍ଷା ପାଣି ଗଳୁଛି। ସେହିଭଳି ମନ୍ଦିର ପରିଚାଳନା କରିବାକୁ ବିଧିବଦ୍ଧ ବ୍ୟବସ୍ଥା ନଥିବାରୁ ମନ୍ଦିର ଭିତରର ବହୁ ଜାଗାରେ ବାଦୁଡ଼ି ମଳ ଗଦା ହୋଇରହୁଛି। ଫଳରେ ପୂଜକଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ସମସ୍ୟାରେ ପଡ଼ୁଛନ୍ତି। ସୁରକ୍ଷାକର୍ମୀ ନଥିବାରୁ ସଂଜ ବୁଡ଼ୁବୁଡ଼ୁ ନିଶାଡ଼ିମାନେ ଏହି ମନ୍ଦିର ପରିସରକୁ ସେମାନଙ୍କ ଖଟି ବା ଆଡ଼ା କରିଦେଉଛନ୍ତି।  

Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ

ଗର୍ଭଗୃହରେ ଗଳୁଛି ବର୍ଷା ପାଣି
ସଫା ହେଉନି ବାଦୁଡ଼ି ମଳ

ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ କହିବା କଥା ଗଙ୍ଗବଂଶ ରାଜୁତି ସମୟର ଏହି ପ୍ରାଚୀନ ଐତିହ୍ୟ ଆମ ଓଡ଼ିଆ ସମୃଦ୍ଧ କାରୁକାର୍ଯ୍ୟର ମୁକସାକ୍ଷୀ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜାନିଯାତ୍ରା ସହ ଏହି ମନ୍ଦିରର ସମ୍ପର୍କ ରହିଛି। ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ତିଆରି ପାଇଁ ଏହି ମନ୍ଦିରର ମାପ ନିଆଯାଏ। ରୁକୁଣା ରଥର ଉଚ୍ଚତା ଏହି ମନ୍ଦିରର ଉଚ୍ଚତା ସହିତ ସମାନ ରହିବା ବିଧି ରହିଛି। ଏଥିପାଇଁ ଲିଙ୍ଗରାଜ ମନ୍ଦିରରୁ ଦେବଦେବୀମାନେ ବର୍ଷକୁ ଥରେ ଏହି ମନ୍ଦିରକୁ ଯାତ୍ରା କରନ୍ତି। ଗଙ୍ଗବଂଶର ଶାସନ ସମୟରେ ଅର୍ଥାତ୍‌ ଦ୍ବାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ ଏଏସ୍‌ଆଇ ନିଜ ଅଧୀନକୁ ନେଇସାରିଛି। ତେଣୁ ଭାରତୀୟ ପ୍ରତ୍ନତ୍ତତ୍ୱ ବିଭାଗ ଏହି ମନ୍ଦିରର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା କଥା। ମାତ୍ର ଏଏସ୍‌ଆଇ ଏହି ମନ୍ଦିରକୁ ଦୃଷ୍ଟି ଦେଉନାହିଁ ବୋଲି ଅଭିଯୋଗ ହୋଇଆସୁଛି।

Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ...

ଗର୍ଭଗୃହରେ ବର୍ଷା ପାଣି ଗଳୁଛି ଏବଂ ଭବିଷ୍ୟତରେ ଏହି ସମସ୍ୟା ମନ୍ଦିର ପାଇଁ ବିପଦ ହେବ ବୋଲି ଏଏସ୍‌ଆଇକୁ ଅଭିଯୋଗ କରାଯାଇଛି। ମାତ୍ର ଏହି ସମସ୍ୟାର ସମାଧାନ ପାଇଁ କିଛି ବି ପଦକ୍ଷେପ ନିଆଯାଉ ନାହିଁ ବୋଲି ମନ୍ଦିର ସମିତିର ବରିଷ୍ଠ ସଭ୍ୟା ରୋଟାରିଆନ୍‌ ସଂଜୟ ଚୌଧୁରୀ କହିଛନ୍ତି। ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କ କହିବା କଥା ମନ୍ଦିର ପରିସରରେ ନିର୍ମାଣ ହୋଇଥିବା ରାସ୍ତା ଭାଙ୍ଗିଗଲାଣି। ମରାମତି କରାଯାଉନାହିଁ। ତେଣୁ ପର୍ଯ୍ୟଟକମାନେ ଆସିବାକୁ ନାକ ଟେକୁଛନ୍ତି। ସୁରକ୍ଷାକର୍ମୀ ନଥିବାରୁ ପ୍ରତିଦିନ ସନ୍ଧ୍ୟାରେ ମନ୍ଦିର ପରିସରରେ ନିଶାଡ଼ିଙ୍କ ଆସର ଜମୁଛି। ଏସମ୍ପର୍କରେ ଏଏସ୍ଆଇ ସଂଗ୍ରହାଧୀକ୍ଷକ ଏନ୍‌ କେ ସ୍ବାଇଁଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେବାକୁ ମନା କରିଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.