Bhadrak Flood Situation ଭଦ୍ରକରେ ବନ୍ୟା ସ୍ଥିତି: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

1 hour ago 2
ARTICLE AD BOX

ଭଦ୍ରକ: ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ   ଆଜି (ରବିବାର) ଏକ ଜରୁରୀ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଭାଗ ଓ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟି ତତ୍କାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

Flood: ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ ବୈତରଣୀରେ ଦ୍ବିତୀୟ ବନ୍ୟା ପରିସ୍ଥିତି, ସମୀକ୍ଷା କଲେ ଜିଲ୍ଲାପାଳ

ନିର୍ଦ୍ଦେଶାନୁସାରେ, ଛୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ନିଜ ଡ୍ୟୁଟିରେ ଯୋଗଦେଇ ନିଜ ନିଜ ମୁଖ୍ୟାଳୟରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁମତି ବିନା କୌଣସି ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।

BJD Alleges Irregularities ଭଦ୍ରକ ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳୁନି ରିଲିଫ୍: ବିଜେଡ଼ି ପ୍ରତିନିଧି ଦଳ

ଜିଲ୍ଲାରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ମଧ୍ୟରେ ଏହି ପଦକ୍ଷେପ ରିଲିଫ୍‌, ଉଦ୍ଧାର, ନିରୀକ୍ଷଣ ଓ ଜରୁରୀ ସେବାକୁ ଅବିରତ ରଖିବା ଉଦ୍ଦେଶ୍ୟରେ ନିଆଯାଇଛି। ରାଜ୍ୟରେ ପୁଣି ଲଘୁଚାପ ଯୋଗୁଁ ଭାରୀ ବର୍ଷାର ଚେତାବନୀ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି।

ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଜାରି

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ–ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉପରି ବାୟୁମଣ୍ଡଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହେବା ସହ ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୬ରୁ ୧୮ ତାରିଖ  ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ, ବାଂଲାଦେଶ, ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପକୂଳରେ ଝଟକା ପବନ ସହିତ ଅଶାନ୍ତ ପାଗ ରହିବାର ଆଶଙ୍କା ରହିଛି। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ଏବଂ ଝଟକା ସହ ୬୦ କି.ମି. ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ରହିଛି।

Rain forecast for North Odisha: ଉତ୍ତର ଓଡ଼ିଶାରେ ବର୍ଷିବ: ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ୨୭ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଓଡ଼ିଶା ଉପକୂଳରେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ତୁରନ୍ତ ଉପକୂଳକୁ ଫେରିଆସିବାକୁ କୁହାଯାଇଛି।

ସମୁଦ୍ରରେ ଅବସ୍ଥାନ କରୁଥିବା ସମସ୍ତ ମତ୍ସ୍ୟଜୀବୀ ତୁରନ୍ତ ସୁରକ୍ଷିତ ଭାବେ ଉପକୂଳକୁ ଫେରିଆସନ୍ତୁ ଏବଂ ପରବର୍ତ୍ତୀ ସରକାରୀ ପାଣିପାଗ ସୂଚନାକୁ ଅନୁସରଣ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.