Banpur Tofan Nayak Death Case ବାଣପୁର ତୋଫାନ ହତ୍ୟା ମାମଲା: ୨ ଗିରଫ, ହାର୍ଡଡିସ୍କ୍‌ ଜବତ

13 hours ago 1
ARTICLE AD BOX

ଖୋରଧା/ବାଣପୁର:  ତୋଫାନ ନାୟକ ହତ୍ୟା ଘଟଣାକୁ ନେଇ ବାଣପୁର ଥାନା ‘ଖଣତ’ ଗାଁରେ  ଅଭିଯୁକ୍ତମାନଙ୍କୁ ଧରପଗଡ଼ କରିବା ପାଇଁ ପୁଲିସ ଗାଁରେ ତୁହାକୁ ତୁହା ସାରା ରାତି ଚଢ଼ାଉ ଆରମ୍ଭ କରିଛି। ପୁଲିସ ଗିରଫ ଭୟରେ ଗାଁରୁ ଅନେକ ଫେରାର୍‌ହୋଇଯାଇଛନ୍ତି। 

ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା କହିଛନ୍ତି, ଖଣତ ଗାଁ ଲୋକଙ୍କ ବିରୋଧରେ ତୋଫାନଙ୍କ ପରିବାର ଥାନାରେ ଏତଲା ଦେଲା ପରେ ପରେ ବାଣପୁର ଥାନା ପୁଲିସ କେସ ନମ୍ବର ୨୫୪ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଗାଁର ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ସହିତ ମୋଟ୍ ୫ଜଣ ଲୋକଙ୍କ ନାଁ ଓ ଗାଁ ଲୋକଙ୍କର ନାଁ ଏ ମାମଲାରେ ଯୋଡ଼ା ଯାଇଛି। ହତ୍ୟା ମାମଲା ରୁଜୁ ପରେ ପରେ ପୁଲିସ ଗାଁର ଶରତ ସ୍ବାଇଁ ଓ ପବିତ୍ର ରାଉତଙ୍କୁ ରାତାରାତି ଗିରଫ କରିଛି। ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଖୋର୍ଦ୍ଧା ଏସ୍‌ପି ଦୁଇଟି ପୁଲିସ ଟିମ୍‌ ଗଠନ କରିଛନ୍ତି। 

ଗୋଟିଏ ଟିମ୍‌ ଗାଁର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଥିବା ବେଳେ ଅନ୍ୟ ଟିମ୍‌ ଅଭିଯୁକ୍ତଙ୍କୁ ଗିରଫଦାରୀ କାମ ଆରମ୍ଭ କରିଛି। ପୂର୍ବତନ ସରପଞ୍ଚ ଶ୍ରୀ ପ୍ରଧାନଙ୍କ ଘର ନିକଟରେ ଏ କାଣ୍ଡ ଘଟିଥିଲା। ତେଣୁ, ଆମେ ଶ୍ରୀ ପ୍ରଧାନଙ୍କ ଘରର ସିସିଟିଭି ହାର୍ଡ଼ଡିସ୍କ ଜବତ କରିଛୁ। ହାର୍ଡ଼ଡିସ୍କ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯିବ। ଯେଉଁମାନେ ତୋଫାନଙ୍କୁ ବାନ୍ଧି ବାଡ଼େଇବା ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଆଇନର ପରିଧିକୁ ଅଣାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ବାଣପୁର ଥାନା ଭୀମପୁର ଗାଁର ଯୁବକ ତୋଫାନ ନାୟକ ଚୋର ସନ୍ଦେହରେ ପଡ଼ୋଶୀ ଖଣତ ଗାଁ ଲୋକଙ୍କ ହାବୁଡ଼ରେ ଧରାପଡ଼ିଥିଲେ। ଲୋକେ ତୋଫାନଙ୍କୁ ଆଗ ପୁଲିସ ଜିମା ଦେବା ପରିବର୍ତ୍ତେ ପ୍ରଥମେ ତୋଫାନଙ୍କୁ ଦୁଇ ବିଦ୍ୟୁତ୍‌ ଖୁଣ୍ଟ ମଝିରେ କଷି କରି ବାନ୍ଧିଥିଲେ। ବାନ୍ଧିବା ସହିତ ତାଙ୍କୁ ମାଡ଼ ମଧ୍ୟ ମରାଯାଇଥିଲା ବୋଲି ତୋଫାନଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତା ପରେ ତୋଫାନଙ୍କୁ ବାଣପୁର ଥାନା ପୁଲିସ ଜିମା ଦିଆଯାଇଥିଲା। ସେ ସମୟରେ ବାଣପୁର ଥାନା ପୁଲିସ ବି ବେସ୍‌ ଦାୟିତ୍ବହୀନ ଭାବେ କାର୍ଯ୍ୟ କରିଥିଲା।  

Tofan Nayak death ବାଣପୁରରେ ପୁଲିସ ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ପୁଲିସର ଖଣ୍ଡନ

ଜଣେ ଯୁବକଙ୍କୁ ଗାଁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ରଖିବା, ପୁଣି ମାଡ଼ ମାରିବା ପରେ ବି ପୁଲିସ ଏ ଘଟଣାରେ କୌଣସି ମାମଲା ରୁଜୁ କଲା ନାହିଁ କି’ ଯୁବକଙ୍କର ସ୍ବାସ୍ଥ୍ୟ କେମିତି ଅଛି, ତାହାର ବି ଡାକ୍ତରୀ ଯାଞ୍ଚ କରାଇଲା ନାହିଁ। ବରଂ ପ୍ରାୟ ଦୁଇ ଘଣ୍ଟା କାଳ ଥାନାରେ ରଖିବା ପରେ ପରିବାର ଲୋକଙ୍କୁ ଡାକି ହସ୍ତାନ୍ତର କରି ଦେଲା। ତା’ ବଦଳରେ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ମୃତ ତୋଫାନଙ୍କ ବାପାଙ୍କର ହାତଟିପ ଚିହ୍ନ ଦିଆ କାଗଜ ଖଣ୍ଡେ ରଖିଦେଲା। 

ପରିବାର ଲୋକଙ୍କୁ ହସ୍ତାନ୍ତର କରିବାର ୧୨ଘଣ୍ଟା ଯାଇନାହିଁ, ତୋଫାନ ରକ୍ତବାନ୍ତି କରିବା ଆରମ୍ଭ କଲେ। ତା’ ସହିତ ରକ୍ତଝାଡ଼ା ବି ବସିଲେ। ଯେଉଁଥିପାଇଁ ପରିବାର ଲୋକେ ତୁରନ୍ତ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଗତକାଲି ସେ ଆଖି ବୁଜିଥିଲେ। ରକ୍ତବାନ୍ତି ଘଟଣାରୁ ତୋଫାନଙ୍କୁ ଖଣତ ଗାଁ ଲୋକ ପ୍ରବଳ ପିଟିଥିବା ପରିବାର ଲୋକ ଅନୁମାନ କରିଥିଲେ। ହୁଏତ, ଗାଁ ଲୋକଙ୍କଠାରୁ ଉଦ୍ଧାର ପରେ ପରେ ପୁଲିସ ତୋଫାନଙ୍କର ଉପଯୁକ୍ତ ଚିକିତ୍ସା କରାଇଥିଲେ, ତୋଫାନଙ୍କର ଅବସ୍ଥା କିଛି ଭିନ୍ନ ହୋଇଥାଆନ୍ତା ବୋଲି ଆଲୋଚନା ହେଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.