ARTICLE AD BOX
ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନ ଓଡ଼ିଶା ୟୁନିଟର ୪୫ତମ ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ରେଳ ଅଡିଟୋରିୟମରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ଓଡ଼ିଶା ୟୁନିଟ ସଭାପତି କମ୍ରେଡ୍ ସ୍ମୃତିରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ କମ୍ରେଡ କମଳଜିତ୍ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଫେଡେରେସନ୍ ଅଫ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନର ବରିଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ।
ସାଧାରଣ ସମ୍ପାଦକ କମ୍ରେଡ୍ ନିଲେଶ ପାୱାର, ସଭାପତି କମ୍ରେଡ୍ ଜି ନାଗେଶ୍ୱର, କାର୍ଯ୍ୟରତ ସଭାପତି କମ୍ରେଡ୍ ଶ୍ବେତାଙ୍ଗ ତ୍ରିବେଦୀ, ଚେୟାରମ୍ୟାନ୍ କମ୍ରେଡ୍ ସଞ୍ଜୟ ଦାସ, ଉପଦେଷ୍ଟା କମ୍ରେଡ୍ ସୁନିଲ ଲାକ୍ରା,ବିହାର ଶାଖାର ସାଧାରଣ ସମ୍ପାଦକ କମ୍ରେଡ୍ ଗଣେଶ କୁମାର ପାଣ୍ଡେ ଏବଂ ଏଆଇବିଓସିର ରାଜ୍ୟ ସାଧାରଣ ସମ୍ପାଦକ କମ୍ରେଡ୍ ଅମିତାଭ ଦାସ ଯୋଗଦେଇ ବ୍ୟାଙ୍କିଂ ଇଣ୍ଡଷ୍ଟ୍ରିରେ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା ସମ୍ପର୍କରେ ମତ ରଖିଥିଲେ।

3 hours ago
1


