Bangladesh: ମୃତ୍ୟୁଦଣ୍ଡ ଧମକ ସତ୍ତ୍ୱେ ଡିସେମ୍ବରରେ ବାଂଲାଦେଶ ଫେରିବେ ହସିନା

9 hours ago 2
ARTICLE AD BOX

ନୂଆଦିଲ୍ଲୀ: ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବାର ଆଶଙ୍କା ସତ୍ତ୍ୱେ ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ସୋମବାର ଏକ ଇ-ମେଲ୍‌ ସାକ୍ଷାତ୍‌କାରରେ ଏଏଫ୍‌ପିକୁ ସେ କହିଛନ୍ତି ଯେ ନିଜ ଦେଶକୁ ଫେରିବା ପାଇଁ ସେ ନିଷ୍ପତ୍ତି ନେଇସାରିଛନ୍ତି। ମୃତ୍ୟୁଦଣ୍ଡର ଧମକ ମଧ୍ୟ ତାଙ୍କୁ ଏଥିରୁ ବିରତ କରିପାରିବ ନାହିଁ। ୭୯ ବର୍ଷୀୟା ହସିନା ବର୍ତ୍ତମାନ ଭାରତରେ ରହୁଛନ୍ତି।

୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ତୀବ୍ର ହେବା ପରେ ହସିନାଙ୍କ ୧୫ ବର୍ଷର ଶାସନର ଅନ୍ତ ଘଟିଥିଲା। ଏହା ପରେ ସେ ଦେଶ ଛାଡ଼ି ଭାରତ ଚାଲିଆସିଥିଲେ। ସେହି ସମୟରେ ସରକାରୀ ଦମନଲୀଳାରେ ବହୁ ସଂଖ୍ୟକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍‌ ତାଙ୍କୁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରି ୨୦୨୫ ନଭେମ୍ବରରେ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ତେବେ ହସିନା ଏହି ବିଚାର ପ୍ରକ୍ରିୟାର ବୈଧତାକୁ ଅସ୍ୱୀକାର କରିବା ସହ ରାୟକୁ ଖଣ୍ଡନ କରିଆସିଛନ୍ତି।
ହସିନାଙ୍କ ଫେରିବା ଘୋଷଣା ଏପରି ସମୟରେ ଆସିଛି, ଯେତେବେଳେ ବାଂଲାଦେଶ ସରକାର ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ଦାବି କରୁଛନ୍ତି। ଢାକାର କହିବା ଅନୁଯାୟୀ, ତାଙ୍କ ଦଣ୍ଡାଦେଶ ବିରୋଧରେ ଅପିଲ୍‌ କରିବାର ନିର୍ଦ୍ଧାରିତ ସମୟସୀମା ଶେଷ ହୋଇଯାଇଛି। ସେ ଦେଶକୁ ଫେରିଲେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହୋଇପାରେ। ଅନ୍ୟପକ୍ଷରେ ଭାରତ ସରକାର କହିଛନ୍ତି ଯେ ବାଂଲାଦେଶର ପ୍ରତ୍ୟର୍ପଣ ଅନୁରୋଧ ଆଇନଗତ ପ୍ରକ୍ରିୟା ଅନୁସାରେ ଯାଞ୍ଚ କରାଯାଉଛି।

ଆହୁରି ପଢନ୍ତୁ: Usha Padhee: ‘ଓଡ଼ିଶା ରେସ୍‌ପନ୍‌ସିବଲ୍‌ ଏଣ୍ଟରପ୍ରାଇଜେସ୍‌ ଆସୋସିଏସନ’ ଗଠନ ପାଇଁ ପ୍ରସ୍ତାବ, ପରିବେଶ ଅନୁକୂଳ ବ୍ୟବସାୟ ଆପଣାଇବାକୁ ଶିଳ୍ପସଂସ୍ଥାଙ୍କୁ ଆହ୍ବାନ

ବାଂଲାଦେଶ ସରକାରଙ୍କ ଏହି ଆଭିମୁଖ୍ୟକୁ ହସିନା ବିରୋଧାଭାସପୂର୍ଣ୍ଣ ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗୋଟିଏ ପଟେ ଢାକା ତାଙ୍କୁ ଫେରାଇ ଆଣିବାକୁ ଦାବି କରୁଛି, ଅନ୍ୟପଟେ ଫେରିଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଧମକ ଦେଉଛି। ତେବେ ସେ ପ୍ରତ୍ୟର୍ପଣ ବଦଳରେ ସ୍ୱେଚ୍ଛାରେ ନିଜ ଦେଶକୁ ଫେରିବାକୁ ଚାହୁଥିବା କହିଛନ୍ତି। ଏଥିପାଇଁ ତାଙ୍କ ଓକିଲମାନେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିସନ୍‌ ମାଧ୍ୟମରେ ନୂଆ ପାସ୍‌ପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ ଆବେଦନ କରିଥିବା ହସିନା ଜଣାଇଛନ୍ତି। ତାଙ୍କ ବିରୋଧରେ ୬୦୦ରୁ ଅଧିକ ମିଥ୍ୟା ମାମଲା ରୁଜୁ ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ଏସବୁ ମାମଲାରେ ତାଙ୍କର ପକ୍ଷ ରଖିବା ପାଇଁ ଦେଶକୁ ଫେରିବାକୁ ସେ ପ୍ରସ୍ତୁତ। ‘ମୁଁ ମରିବାକୁ ଚାହେଁନାହିଁ। ବଞ୍ଚି ରହି ଦେଶର ସେବା କରିବାକୁ ଚାହେଁ। କିନ୍ତୁ ଦେଶକୁ ଫେରିବା ପାଇଁ ଯଦି ମୃତ୍ୟୁ ହିଁ ମୂଲ୍ୟ ହୁଏ, ତେବେ ତାହାର ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ’ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ: Rahul Gandhi: ଏସ୍‌ଆଇଆର୍‌ ନିଷ୍ପତ୍ତି କାହାର ଥିଲା? ଦୁଇ ନିର୍ବାଚନ କମିସନର କେତେଥର ଆପତ୍ତି ଉଠାଇଥିଲେ?

ଏପଟେ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଯୋଜନାକୁ ନେଇ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବଢ଼ିଛି। ନଭେମ୍ବର ୧୫ ତାରିଖରେ ତାଙ୍କ ଜନ୍ମସ୍ଥାନ ଗୋପାଳଗଞ୍ଜରେ ଆୱାମୀ ଲିଗ୍‌ ସମର୍ଥକମାନେ ପ୍ରତିବାଦ କରିବା ସହ ପୁଲିସ ଗାଡ଼ି ଓ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଏକ ପୁଲିସ ବାହିନୀର ସୁରକ୍ଷା ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିବା ମଧ୍ୟ ଖବର ମିଳିଛି। ଏହି ପରିସ୍ଥିତିରେ ଡିସେମ୍ବରରେ ହସିନାଙ୍କ ପ୍ରତ୍ୟାବର୍ତ୍ତନ ବାଂଲାଦେଶର ରାଜନୈତିକ ସ୍ଥିତିକୁ ଆହୁରି ଜଟିଳ କରିପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.